ନବଙ୍କୁ ଯୋଜନାବଦ୍ଧ ଭାବରେ ହତ୍ୟା କରିବାକୁ ଚାହୁଁଥିଲେ କି ଗୋପାଳ? ଭାଇରାଲ ହେଉଛି ପୁରୁଣା ଫଟୋ…
ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ହତ୍ୟା କରି ଚର୍ଚ୍ଚାରେ ରହିଛନ୍ତି ଏଏସଆଇ ଗୋପାଳ କୃଷ୍ଣ ଦାସ। ଏହି ଘଟଣା ପରେ ତୁରନ୍ତ ଗୋପାଳ କୃଷ୍ଣଙ୍କୁ ଚାକିରୀରୁ ବିଦା କରାଯାଇଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ। ମାନସିକ ଅବସ୍ଥା ଠିକ୍ ନଥିବା ହେତୁ ଗୋପାଳ ଏଭଳି କାଣ୍ଡ କରିଥିବା ତାଙ୍କ ପରିବାର ଲୋକ କହୁଥିବା ବେଳେ ଏବେ ଆଉ କିଛି ତଥ୍ୟ ମଧ୍ୟ ସାମ୍ନାକୁ ଆସୁଛି।
ବିଗତ ଦିନ ମାନଙ୍କରେ ଗୋପାଳ ନବଦାସଙ୍କ ଘର ଚାରିଆଡ଼େ ପଇଁତରା ମାରୁଥିବା ଏବଂ ମନ୍ତ୍ରୀଙ୍କ ବିଷୟରେ ପଚାରି ବୁଝୁଥିବା ଜଣାପଡ଼ିଛି। ଏହା ବ୍ୟତୀତ ଏବେ ଆଉ ଏକ ଭିଡ଼ିଓ ମଧ୍ୟ ଭାଇରାଲ ହେଉଛି ଯେଉଁଥିରେ ନବଙ୍କ ଠିକ୍ ପଛରେ ଗୋପାଳ କୃଷ୍ଣଙ୍କୁ ଦେଖିବାକୁ ମିଳୁଛି। ନୂଆଖାଇ ସମୟରେ ଏକ କାର୍ଯ୍ୟକ୍ରମରେ ନବ ଦାସ ଯୋଗ ଦେଉଥିବା ବେଳେ ଅଭିଯୁକ୍ତ ଗୋପାଳ ଦାସ ନବଙ୍କ ପାଖରେ ଛିଡା ହୋଇଥିବା ଦେଖାଯାଇଛି।