ଓଡ଼ିଶା ଜଳ ବିଦ୍ୟୁତ ନିଗମରେ ୧୭୭ଟି ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି, ଜାଣନ୍ତୁ ଆବେଦନର ପୁରା ପ୍ରକ୍ରିୟା

 

ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ ପକ୍ଷରୁ ବିଜ୍ଞପ୍ତି ଆପଣ ମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ।କାରଣ ଗୋଟିଏ କି ଦୁଇଟି ନୁହେଁ ପ୍ରାୟ ୧୭୭ ଟି ପଦର ନିଯୁକ୍ତି ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି।ଯଦି ଆପଣ ଏଥି ପାଇଁ ଆଗ୍ରହୀ ତେବେ ଆବେଦନ କରନ୍ତୁ ଏହି ପରୀକ୍ଷା ପାଇଁ।

ଏହି ନିଯୁକ୍ତି ଟି ଖାଲି ଥିବା ପଦବୀ ଟେକନିକାଲ ଟ୍ରେନିଙ୍ଗ ଓ ମ୍ୟାନେଜମେଣ୍ଟ ଟ୍ରେନିଂ ଓ ଅନ୍ୟାନ୍ୟ ପଦ ଗୁଡ଼ିକ ପୂରଣ କରିବ। ଏଥି ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇ ସାରିଛି। ଯାହା ସେପ୍ଟେମ୍ୱର ୧୪ରେ ଶେଷ ହେବାକୁ ଯାଉଛି। ତେବେ ଡେରି ନ କରି ସମୟ ସୀମା ଶେଷ ହେବା ପୂର୍ବରୁ ଆବେଦନ କରାଇବା ହେବେ ।ତେବେ ଆସନ୍ତୁ ଜାଣି ନେବା କଣ ରହିଛି ଆବେଦନ ପ୍ରକ୍ରିୟା?
ପ୍ରଥମେ ohpcltd.com କୁ ଯାଇ ସେଠାରେ ନିଜ ନାମ ପଞ୍ଜୀକୃତ କରନ୍ତୁ। ପଞ୍ଜୀକୃତ ହୋଇ ସାରିବା ପରେ ଲଗିନ କରି ଯେଉଁ ପଦବୀ ପାଇଁ ଆପଣ ଆଗ୍ରହୀ ଉକ୍ତ ପଦବୀ ପାଇଁ ଫର୍ମ ପୂରଣ କରନ୍ତୁ। ଭବିଷ୍ୟତର ବ୍ୟବହାର ନିମନ୍ତେ ଏକ ପ୍ରିଣ୍ଟ ଆଉଟ୍ କାଢି ରଖନ୍ତୁ।
  • ଆସନ୍ତୁ ଜାଣି ନେବା ଏହି ପରୀକ୍ଷାକୁ ନେଇ କଣ ରହିଛି ଯୋଗ୍ୟତା ?
  • ଶିକ୍ଷାଗତ ଯୋଗ୍ୟତା - ମାଟ୍ରିକ ପାସ
  • ବୟସ - ୧୮ ରୁ ୩୮ ବର୍ଷ ମଧ୍ୟରେ 
  • ଟେକନିକାଲ ଲାଇନ - ITI ପାସ
  • ମ୍ୟାନେଜମେଣ୍ଟ - ଗ୍ରାଜୁଏସନ୍ ପାସ୍
  •  ଏବେ ଆସନ୍ତୁ ଜାଣିନେବା କିପରି ରହିବ ଚୟନ ପ୍ରକ୍ରିୟା?
ଚୟନ ପ୍ରକ୍ରିୟାର ପ୍ରଥମ ଷ୍ଟେଜ ରହିଛି ପ୍ରିଲିମିନାରୀ ପରୀକ୍ଷା ।ଏଥିରେ ଉତିର୍ଣ୍ଣ ହୋଇଥିବା ପ୍ରାର୍ଥୀ ମାନଙ୍କର ପ୍ରମାଣପତ୍ର ଭେରିଫିକସନ୍ କରି ମେଡ଼ିକାଲ ଯାଞ୍ଚ କରାଯିବ। ପରେ ଉତ୍ତୀର୍ଣ୍ଣ ପାର୍ଥି ମାନଙ୍କର ନାମ ତାଲିକା ପ୍ରକାଶ କରାଯିବ। ପରେ ଚୟନ ହୋଇଥିବା ପ୍ରାର୍ଥୀ ମାନଙ୍କୁ ବର୍ଷେ ପର୍ଯ୍ୟନ୍ତ ଟ୍ରେନିଙ୍ଗ ଦିଆଯିବ।