ଓଡି଼ଶାବାସୀ ସତର୍କ, ଘରେ ଏହି ଜିନିଷରୁ ଗୋଟିଏ ବି ଥିଲେ ସରକାର କାଟିଦେବେ ରାସନ କାର୍ଡ଼
eKYC ଧରାଇ ଦେଉଛି ଅଯୋଗ୍ୟ ରାସନ କାର୍ଡଧାରୀ। ଏଯାଏ କଟିଲେଣି ୨୦ ଲକ୍ଷ ଏବଂ ଆଗରୁ ଆହୁରି କଟିବେ। ସେପଟେ ରାସନ କାର୍ଡ ପାଇବାକୁ ନୂଆରେ ଆବେଦନ କଲେଣି ୧୦ ଲକ୍ଷ ଲୋକ। ରେକର୍ଡ ଯାଞ୍ଚ ପରେ ନଭେମ୍ବରରୁ ନୂଆ ରାସନ କାର୍ଡ ମିଳିବ କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ରାସନ କାର୍ଡ ପାଇଁ eKYC ବ୍ୟବସ୍ଥା ପରେ ଅଯୋଗ୍ୟଙ୍କ ଦିନ ଗଲା।
ଅଗଷ୍ଟ ୨୨ରୁ eKYC ସଂଯୋଗ ଆରମ୍ଭ ହୋଇଥିବା ବେଳେ ଏବେ ଆସିଛି ସଂଘାତିକ ତଥ୍ୟ। eKYCରେ କହିଦେଉଛି କିଏ ଯୋଗ୍ୟ ଏବଂ କିଏ ଅଯୋଗ୍ୟ। ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଏଯାଏ ବାହାରିଲେଣି ୨୦ ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀ ।
ବର୍ତ୍ତମାନ ସୁଦ୍ଧା eKYC ଚାଲିଛି ଏବଂ ସରିବା ପରେ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡ଼ିବ। ନୂଆ ଆବେଦନ କରିଥିବା ୧୦ ଲକ୍ଷ ଲୋକଙ୍କୁ ଯାଞ୍ଚ କରାଯାଇ ଯୋଗ୍ୟଙ୍କୁ କାର୍ଡ ଦିଆଯିବ। ଆଉ ନଭେମ୍ବରରୁ ରାଜ୍ୟରେ ମିଳିବ ନୂଆ ରାସନ କାର୍ଡ। ଖାଦ୍ୟ ଯୋଗାଣା ବିଭାଗ ଏନେଇ ତର୍ଜମା କରୁଥିବା କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ।
ରାଜ୍ୟରେ ମୋଟ ୩ କୋଟି ୨୬ ଲକ୍ଷ ହିତାଧିକାରୀ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ। ତେବେ ରାସନ କାର୍ଡରେ ଅଯୋଗ୍ୟଙ୍କୁ ବାଦ ଦେବା ଏବଂ ନୂଆ ହିତାଧିକାରୀଙ୍କୁ ଯୋଡ଼ିବା ପ୍ରକ୍ରିୟା ଗତ ଅଗଷ୍ଟ ୨୨ରୁ ଆରମ୍ଭ ହୋଇଛି। ଏବଂ ସବୁ ହିତାଧିକାରୀଙ୍କ eKYC ହେବା ପର୍ଯ୍ୟନ୍ତ ପ୍ରକ୍ରିୟା ଜାରି ରହିବ ବୋଲି କହିଥିଲେ ମନ୍ତ୍ରୀ। ସରକାରଙ୍କ ଖାଦ୍ୟ ଯୋଗାଣ ବିଭାଗର ନିୟମ ଅନୁସାରେ ଯାହା ଘରେ ଚାରି ଚକିଆ ଯାନ ଥିବ।
ରାଜ୍ୟ କିମ୍ବା କେନ୍ଦ୍ର ସରକାରୀ କର୍ମଚାରୀ ହୋଇଥିବେ କିମ୍ବା ସରକାରୀ ଅନୁଦାନପ୍ରାପ୍ତ ଅନୁଷ୍ଠାନର କର୍ମଚାରୀ ହୋଇଥିବେ, ତାହାହେଲେ ସେମାନେ ରାସନ କାର୍ଡ ପାଇବେ ନାହିଁ। ସେହିପରି ଗ୍ରାମାଞ୍ଚଳରେ ରହୁଥିବା ଲୋକ ମାସିକ ୧୦ ହଜାରରୁ ଅଧିକ ରୋଜଗାର କରୁଥିବେ କିମ୍ବା ସହରାଞ୍ଚଳରେ ଅଧିକ ଆୟ କରୁଥିଲେ ରାସନ୍ କାର୍ଡ ମିଳିବ ନାହିଁ । ଏହାସହ ଯେଉଁ ପରିବାରରେ ଆୟକର ରିଟର୍ଣ୍ଣ ଦାଖଲ କରୁଥିବେ ସେମାନେ ରାସନ କାର୍ଡ ପାଇଁ ଅଯୋଗ୍ୟ ।