କ୍ୟାନସର ସହ ଲଢୁଛନ୍ତି ଓଡିଆ ଆଲବମ୍ ଅଭିନେତ୍ରୀ ଦୀପା ସାହୁ, ଅବସ୍ଥା ଗୁରୁତର ହେବାରୁ ତାଙ୍କୁ…

ଓଡିଆ ଆଲବମ କୁଇନ ଭାବେ ଜଣାଶୁଣା ଅଭିନେତ୍ରୀ ଦୀପା ସାହୁ ଯିଏ ଦିନେ ନିଜ ଅଭିନୟରେ ସମସ୍ତଙ୍କ ମନୋରଞ୍ଜନ କରୁଥିଲେ ସେ ଏବେ କ୍ୟାନସର ରୋଗରେ ପୀଡ଼ିତ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୀପାଙ୍କୁ Uterus Cancer ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଦୀପାଙ୍କ ମାଆ ମଧ୍ୟ କ୍ୟାନସର ରୋଗରେ ପିଡ଼ିତ ଥିଲେ ଏବଂ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଦୀପା ଗତ ଏକ ବର୍ଷରୁ ଏହି କ୍ୟାନସରରେ ପୀଡିତ
 

ଓଡିଆ ଆଲବମ କୁଇନ ଭାବେ ଜଣାଶୁଣା ଅଭିନେତ୍ରୀ ଦୀପା ସାହୁ ଯିଏ ଦିନେ ନିଜ ଅଭିନୟରେ ସମସ୍ତଙ୍କ ମନୋରଞ୍ଜନ କରୁଥିଲେ ସେ ଏବେ କ୍ୟାନସର ରୋଗରେ ପୀଡ଼ିତ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୀପାଙ୍କୁ Uterus Cancer ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଦୀପାଙ୍କ ମାଆ ମଧ୍ୟ କ୍ୟାନସର ରୋଗରେ ପିଡ଼ିତ ଥିଲେ ଏବଂ ତାଙ୍କର ମୃତ୍ୟୁ ହୋଇଥିଲା।

ତେବେ ଦୀପା ଗତ ଏକ ବର୍ଷରୁ ଏହି କ୍ୟାନସରରେ ପୀଡିତ ଅଛନ୍ତି। ଏବେ ଅର୍ଥ ସାଜିଛି ବାଧକ। ପାଖରେ ଟଙ୍କା ନଥିବାରୁ ସ୍ୱେଚ୍ଛାସେବୀ ଅଖିଳ ପଟ୍ଟନାୟକ ଓ ପ୍ରଶାନ୍ତ ଦୀପା ସାହୁଙ୍କୁ ହସ୍ପିଟାଲରେ ଚିତ୍କିସା ଲାଗି ଭର୍ତ୍ତି କରିଛନ୍ତି। ଆଲବମରେ ଅଭିନୟ କରି ସେ ଓଡିଶାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ହେଲେ ଦୀର୍ଘ ବର୍ଷ ଧରି ସେ ଆଲବମରୁ ଦୂରେଇ ଯାଇଥିଲେ। ଆଉ ଏବେ ସେ କ୍ୟାନସର ଭଳି ରୋଗରେ ପୀଡ଼ିତ ହୋଇଛନ୍ତି।