ଲକଡାଉନରେ ବିବାହ ବନ୍ଧନରେ ବାନ୍ଧି ହେଲେ ଓଡିଆ ଅଭିନେତ୍ରୀ ଗାର୍ଗୀ ମହାନ୍ତି, ଏହି ପୁଅ ହେଲେ ତାଙ୍କ ଜୀବନସାଥୀ

ଲକଡାଉନରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଓଲିଉଡ୍ ର ଜଣାଶୁଣା ଅଭିନେତ୍ରୀ ଗାର୍ଗୀ ମହାନ୍ତି। ଗତ ଜୁନ ୨୮ ତାରିଖରେ ସେ ନିଜର ପିଲାଦିନ ବନ୍ଧୁ ରବିନ୍ଦ୍ର ପାଢୀଙ୍କୁ ନିଜ ଜୀବନ ସାଥୀ କରିଛନ୍ତି। ବୈବାହିକ ରୀତି ନୀତିରେ ବାହାଘର ଭୁବନେଶ୍ଵର ହୋଟେଲ ପାଲ୍ ହାଇଟରେ ସମ୍ପନ୍ନ ହୋଇଛି। ତେବେ କରୋନା ଲକଡାଉନ ପାଇଁ ବେଶି କଳାକାର ମାନେ ବିବାହରେ ସାମିଲ ହୋଇ ପାରି ନଥିଲେ। ଅଳ୍ପ କିଛି କଳାକାର, ବନ୍ଧୁ ଓ ପରିବାର ଲୋକଙ୍କ ଉପସ୍ଥିତରେ
 

ଲକଡାଉନରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଓଲିଉଡ୍ ର ଜଣାଶୁଣା ଅଭିନେତ୍ରୀ ଗାର୍ଗୀ ମହାନ୍ତି। ଗତ ଜୁନ ୨୮ ତାରିଖରେ ସେ ନିଜର ପିଲାଦିନ ବନ୍ଧୁ ରବିନ୍ଦ୍ର ପାଢୀଙ୍କୁ ନିଜ ଜୀବନ ସାଥୀ କରିଛନ୍ତି। ବୈବାହିକ ରୀତି ନୀତିରେ ବାହାଘର ଭୁବନେଶ୍ଵର ହୋଟେଲ ପାଲ୍ ହାଇଟରେ ସମ୍ପନ୍ନ ହୋଇଛି। ତେବେ କରୋନା ଲକଡାଉନ ପାଇଁ ବେଶି କଳାକାର ମାନେ ବିବାହରେ ସାମିଲ ହୋଇ ପାରି ନଥିଲେ। ଅଳ୍ପ କିଛି କଳାକାର, ବନ୍ଧୁ ଓ ପରିବାର ଲୋକଙ୍କ ଉପସ୍ଥିତରେ ବାହାଘର ହୋଇଥିଲା।

ଗାର୍ଗୀ ମହାନ୍ତି ଓଡିଆ ଚଳଚ୍ଚିତ୍ର ଓ ଟିଭି ଜଗତର ଜଣେ ଅଗ ଧାଡିର ଅଭିନେତ୍ରୀ। ସେ ବହୁ ହିଟ୍ ଚଳଚିତ୍ର ସହ ସିରିଏଲରେ କାମ କରିଛନ୍ତି। ଗାର୍ଗୀଙ୍କ ସ୍ୱାମୀ ଜୀ ସାର୍ଥକରେ ହେଡ ଥିବା ବେଳେ ଗାର୍ଗୀ ମଧ୍ୟ ନୂଆ ଚ୍ୟାନେଲ ମଞ୍ଜରି ଟିଭି ରେ କ୍ରିଏଟିଭ ହେଡ ଅଛନ୍ତି। ଗାର୍ଗୀ ଅଭିନେତ୍ରୀ ସହ ଜଣେ ଡ୍ୟାନ୍ସର ମଧ୍ୟ ସେ ୨୦୦୫ ରେ ଓଡିଆ ଫିଲ୍ମ ଜଗତରେ ଅଭିନୟ ଆରମ୍ଭ କରିଥିଲେ। ତେବେ ତାଙ୍କ ବିବାହ ଖବର ପାଇ ବହୁ କଳାକାର ଓ ପ୍ରଶଂସକ ମାନେ ଗାର୍ଗୀଙ୍କ ବୈବାହିକ ଜୀବନ ସୁଖମୟ ହେଉ ବୋଲି କାମନା କରିଛନ୍ତି।