ଦେଖନ୍ତୁ ଭିଡିଓ: ଏବେ ସରକାରଙ୍କ ଟାର୍ଗେଟରେ ସମ୍ବାଦ! ସୌମ୍ୟ ଓ ସମ୍ବାଦ ନାଁରେ ଭୟଙ୍କର ସ୍କାମର ତଥ୍ୟ ରଖିଲା EOW

 

କେବେ ଓଟିଭି ତ କେବେ ସମ୍ବାଦ। ସରକାର ବିରୋଧରେ ଯେ ବାର୍ତ୍ତା ଦେଲା ସରକାରଙ୍କର ସେ ବନିଗଲା ଶତ୍ରୁ। କେତେବେଳେ ଅଚାନକ ଚଢ଼ାଉ ତ କେତେବେଳେ ସାମ୍ବାଦିକଙ୍କ ଗିରଫ। ଏଭଳି ଅନେକ ଘଟଣା ଆସିଛି ଆଖି ସାମ୍ନାକୁ। ଏପରି କରିବା କେତେ ଗଣତାନ୍ତ୍ରିକ ଓ ସାମ୍ବିଧାନିକ ତାହା ବୁଝିବା ବାକି ରହିଛି।

ଗଣମାଧ୍ୟମ ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ। ଏହା ଭୁଷୁଡି ଯିବ ତ ଗଣତନ୍ତ୍ର ମଧ୍ୟ ତିଷ୍ଠି ରହିବା ଅସମ୍ଭବ ହୋଇପଡିବ। ଗଣମାଧ୍ୟମ ସରକାର ପାଇଁ ନୁହେଁ ବରଂ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ। ଯାହାର ବାସ୍ତବ କାର୍ଯ୍ୟ ହେଉଛି ସରକାରର ବାର୍ତ୍ତା,ସତ୍ୟତା,ଭୁଲ, ଠିକ୍ ଲୋକ ମାନଙ୍କ ପାଖରେ ପହଞ୍ଚାଇ ଲୋକମାନଙ୍କୁ ସଚେତନ କରାଇବା। ଯାହା ଭୟରେ ମଧ୍ୟ ସରକାର ଉଚିତ୍ କାର୍ଯ୍ୟ କରିବାକୁ ବାଧ୍ୟ ହୋଇଥାନ୍ତି।
ଗଣମାଧ୍ୟମର କାର୍ଯ୍ୟ ବିନା ଭୟରେ ନିରପେକ୍ଷ ଭାବେ ସରକାର ଗଠନମୂଳକ ସମାଲୋଚନା କରିବା। ହେଲେ ଯେବେ ଗଣମାଧ୍ୟମ ନିଜ ଲେଖା ମାଧ୍ୟମରେ ହେଉ ବା ଦୃଶ୍ୟ ମାଧ୍ୟମରେ ସରକାରଙ୍କୁ ସୁହାଉ ନ ଥିବା କାର୍ଯ୍ୟ କରନ୍ତି ସେବେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
<a href=https://youtube.com/embed/g-rv4jX_4uk?autoplay=1&mute=1><img src=https://img.youtube.com/vi/g-rv4jX_4uk/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">
ସମ୍ବାଦ ଖବରକାଗଜରେ ଏକ ସାମ୍ବାଦିକଙ୍କ ଦ୍ୱାରା ପ୍ରକାଶ ପାଇ ଥିଲା ସରକାରଙ୍କର ଏକ ବାସ୍ତବ ରୂପ ଯାହା ନେଇ ସରକାର ଦେଇଛନ୍ତି ପ୍ରତିକ୍ରିୟା। ହଠାତ୍ ସମ୍ବାଦ ଭବନରେ କରିଛନ୍ତି ଚଢ଼ାଉ। କୌଣସି ଦୋଷ ନ ଥିବା ସତ୍ତ୍ୱେ ବିନା ଅର୍ଥରେ ଆରମ୍ଭ କରିଛନ୍ତି ଛାନ ଭିନ।ଯାହା ନେଇ ସମ୍ବାଦ କର୍ମକର୍ତ୍ତା ଅସନ୍ତୋଷ ପ୍ରକାଶ କରିଛନ୍ତି।ଏବଂ ଅନ୍ୟ ଗଣମଧ୍ୟାମ ମାନଙ୍କୁ ଏଭଳି କାର୍ଯ୍ୟାନୁଷ୍ଠାନ ବିରୋଧରେ ଏକତ୍ରିତ ହେବା ପାଇଁ ଆହ୍ଵାନ ଦେଇଛନ୍ତି। କେହି କେହି ଏହାକୁ ସୌମ୍ୟ ରଞ୍ଜନଙ୍କ ଉପରେ ସରକାରଙ୍କ ରାଗ ମଧ୍ୟ କହିଛନ୍ତି।