କଡ଼ ଲଉଟାଉଛି ନଭେମ୍ବରର ପାଣିପାଗ, ଘୂର୍ଣ୍ଣିଝଡ ମାଡ ହେବା ପରେ ମାଡି ଆସିବ ଜାଡ଼ ଶୀତ, ଜାଣନ୍ତୁ ପୁରା ଖବର

 

କଡ ଲଉଟାଉଛି ନଭେମ୍ବରର ପାଣିପାଗ। କେତେବେଳେ ପାଗରେ ପରିବର୍ତ୍ତନ ହେଉଛି ତାହା ଜାଣିବା କଷ୍ଟକର ହେଇପଡୁଛି। ଓଡ଼ିଶାକୁ ଡରାଉଛି ଘୂର୍ଣ୍ଣିଝଡ। ସେହିଭଳି ନଭେମ୍ବର ମାସରେ ଗୋଟେ ପରେ ଗୋଟେ ଘୂର୍ଣ୍ଣିବଳୟ ମାଡ ହେବାକୁ ନେଇ ପୂର୍ବାନୁମାନ କରାଯାଇଥିବା ବେଳେ ସେପଟେ ରାଜ୍ୟରେ ଦେଖା ଦେଲାଣି ପହିଲି ଶୀତ। ବର୍ଷା ବାତ୍ୟା ଘୂର୍ଣ୍ଣିଝଡ଼କୁ ନେଇ ଲୋକେ ଚିନ୍ତିତ ଥିବାବେଳେ ରାଜ୍ୟରେ ଅନୁଭୂତ ହେବ ହାଡଭଙ୍ଗା ଶୀତ। 

ଘୂର୍ଣ୍ଣିଝଡ ପରେ ପରେ ଶୀତ ପୁରା ଓଡିଶାକୁ ହେବ। ରାତି ବେଳାତ ଦୂରର କଥା ଦିନରେ ବି ଘରୁ ବାହାରିବା କଷ୍ଟକର ହେଇପଡ଼ିବ। ସେପଟେ ମଝିରେ ମଝିରେ କଲବଲ କରୁଛି ମୁଣ୍ଡଫଟା ଖରା। ଖରାରେ ଲୋକେ ସିଝୁଥିବା ବେଳେ ହଠାତ୍ ପାଗରେ ଦେଖାଦେଇଛି ପରିବର୍ତନ। ଆଉ ଶେଷରେ ବିଜୁଳି ଘଡଘଡି ସାଙ୍ଗକୁ ହେଉଛି ବର୍ଷା। ପହିଲି ଶୀତର ସ୍ପର୍ଶରେ ଥରିଲାଣି ସୀମାନ୍ତବର୍ତ୍ତି ଜିଲ୍ଲା। ନଭେମ୍ବର ୫ ରୁ ଘୂର୍ଣ୍ଣିବଳୟ ଆଉ ୭ ରେ ଗଭୀର ଅବପାତର ରୂପ ନେବା ବୋଲି ଆକଳନ କରାଯାଇଥିଲା।

ଆଉ ଯାହା ପ୍ରଭାବରେ ପାଣିପାଗରେ ପରିବର୍ତ୍ତନ ଦେଖାଦେଉଛି। ତେବେ ଏବେ ୧୦ ଦିନଧରି ଓଡ଼ିଶାକୁ କଲବଲ କରିବ ଘୂର୍ଣ୍ଣିବଳୟ ଆଉ ଦେଖେଇବ ତା'ର ଭୟଙ୍କର ରୂପ। ସେପଟେ ଆସନ୍ତା ସପ୍ତାହରୁ ରାଜ୍ୟରେ ଅନୁଭୁତ ହେବ ଶୀତ। ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଧିରେ ଧୀରେ ଶୀତ ପଡ଼ିବ ଆରମ୍ଭ ହେଇଗଲାଣି। ଆଉ ମାତ୍ର କିଛିଦିନ ପରେ ପ୍ରବଳ ଶୀତ ହେବା ନେଇ ପୂର୍ବାନୁମାନ କରାଯାଇଛି। ରାଜ୍ୟରେ ବର୍ତ୍ତମାନ ପାଗ ଶୁଖିଲା ରହିଛି। 

ଆଗାମୀ ୭ ଦିନ ଯାଏଁ ପାଗରେ ବିଶେଷ ପରିବର୍ତ୍ତନ ହେବନି। ପାଗ ଶୁଖିଲା ରହିବା ସହ ଆଦ୍ରତା ଓ ଗୁଳୁଗୁଳି ନେଇ କିଛିକିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ସେପଟେ ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ ମାତ୍ରାଧିକ ଥିବାରୁ ଶୀତ ଅନୁଭୁତ ହେଉନାହିଁ। ଦିନରେ ତାପମାତ୍ର ମଧ୍ୟ ସ୍ବଭାବିକ ଠାରୁ ସାମାନ୍ୟ ଉପରେ ରହିଛି। ତାପମାତ୍ରା କମୁନାହିଁ। ତେବେ ଆଗାମୀ ସପ୍ତାହ ଆଡ଼କୁ ଶୀତ ଅନୁଭୁତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।