ଦେଖନ୍ତୁ ଭିଡ଼ିଓ: ସୁର ରାଉତରାୟଙ୍କ ପ୍ରଶଂସାରେ ଗଦଗଦ୍ ନିଶା ମହାରଣା! ଜାଣନ୍ତୁ କାହିଁକି….

 

ସୋସିଆଲ ମିଡିଆରେ ନିଜ ଡ୍ୟାନ୍ସ ଏବଂ ରଙ୍ଗ ଢଙ୍ଗକୁ ନେଇ ବେସ୍ ଚର୍ଚ୍ଚାରେ ରହିଛନ୍ତି ନିଶା ମହାରଣା। କେବଳ ସେତିକି ନୁହେଁ ଅଙ୍ଗ ପ୍ରଦର୍ଶନ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଉଥିବା ବେଳେ ସେ ମିଡିଆ ଆଗରେ ଆହୁରି ବିବାଦୀୟ ମନ୍ତବ୍ୟ ଦେଇ ଲୋକଲୋଚନ କୁ ଆସିଛନ୍ତି। ତେବେ, ନିଶାଙ୍କର ଆଉ ଏକ ଲାଇଭ୍ ଭିଡ଼ିଓ ଖୁବ୍ ଭାଇରାଲ ହେଉଛି।

ଏହି ଭିଡ଼ିଓରେ ଅବଶ୍ୟ ତାଙ୍କର ଡ୍ୟାନ୍ସ ଦେଖିବାକୁ ମିଳିନଥିଲେ ହେଁ ସେ କଂଗ୍ରେସ ନେତା ସୁର ରାଉତରାୟଙ୍କ ବିଷୟରେ କିଛି କହୁଥିବା ଦେଖିବାକୁ ମିଳିଛି। ପ୍ରକୃତରେ ନିଶା ସୁରଙ୍କୁ ଧନ୍ୟବାଦ ଜଣାଇଛନ୍ତି, ଖଣ୍ଡଗିରି ଯାତ୍ରା ପାଇଁ ଓ ଯାତ୍ରା କଳାକାର ପାଇଁ ସୁର ଯେଉଁ ସହଯୋଗ ର ହାତ ବଢ଼ାଇଛନ୍ତି ସେଥିପାଇଁ ନିଶା ତାଙ୍କୁ ପ୍ରଶଂସା କରିଛନ୍ତି।

<a href=https://youtube.com/embed/9Q-MFe4ZDLQ?autoplay=1&mute=1><img src=https://img.youtube.com/vi/9Q-MFe4ZDLQ/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640"> ଏଠାରେ ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସର ଆଗ ଧାଡ଼ିର ନେତା ସୁର ରାଉତରାୟ ମଧ୍ୟ ନିଜର ବେବାକ୍ ଅନ୍ଦାଜ୍ ଏବଂ ମିଡିଆ ଆଗରେ ଖୋଲା କଥାକୁ ନେଇ ବେସ୍ ଚର୍ଚ୍ଚାରେ ରହି ଆସୁଛନ୍ତି। ଅନ୍ୟପକ୍ଷରେ ନିଶାଙ୍କର ବିବାଦୀୟ ମନ୍ତବ୍ୟ ଏବଂ ଅଙ୍ଗ ପ୍ରଦର୍ଶନକୁ ବିରୋଧ କରି କିଛି ସଂଘଠନ ତାଙ୍କ ବିରୋଧରେ ଆଇନଗତ ପଦକ୍ଷେପ ଉଠାଇବାକୁ ଅଣ୍ଟା ଭିଡ଼ିଛନ୍ତି।