୭ ଜନମ ଦୂରର କଥା ବିବାହର ମାତ୍ର ୧୦ ଦିନରେ ପ୍ରେମିକ ସହ ଫେରାର୍ ହେଇଗଲା ବୋହୂ, ପୂରା ଘଟଣା ଜାଣି ହେବେ ତାଜୁବ୍

 

ସ୍ୱାମୀ ସହ ସାତ ଜନମର ସାଥି ହୋଇ ରହିବା ଦୂରରେ ଥାଉ ବିବାହର ମାତ୍ର ୧୦ ଦିନ ଭିତରେ ପ୍ରେମିକ ସହ ଫେରାର ହୋଇଗଲେ ନବବଧୂ ଏହିପରି ଏକ ଘଟଣା ବାଲିଅନ୍ତା ଥାନା ଅନ୍ତର୍ଗତ କାକରୁଦ୍ରପୁର ଗ୍ରାମରେ ଘଟିଛି ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ବାଲିଅନ୍ତା ଥାନା ଅଧୀନ କାକରୁଦ୍ରପୁର ଗ୍ରାମର ପ୍ରମୋଦ କୁମାର ମିଶ୍ରଙ୍କର(୩୦) ଗତ ୧୬ ତାରିଖରେ ଶ୍ରୀ ଲିଙ୍ଗରାଜ ଥାନା ଅଧୀନ ଗୋଡ଼ିପୋଖରୀ ସାହିର ଜଣେ ଯୁବତୀଙ୍କ ସହିତ ବିବାହ ସମ୍ପନ୍ନ ହୋଇଥିଲା। ଉଭୟଙ୍କ ମଧ୍ୟରେ ଚଉଠି ରାତି ଠାରୁ ହିଁ ମନୋମଳିନ୍ୟ ଦେଖା ଦେଇଥିଲା, ତେବେ ୨୭ ତାରିଖ ଦିନ ଦ୍ୱିପ୍ରହର ସମୟରେ ପୂର୍ବ ପ୍ରସ୍ତୁତି ଅନୁଯାଇ ନବବିବାହିତା ଜଣକ ପ୍ରେମିକ ସହ ଫେରାର ହୋଇଯାଇଥିଲେ।

ଶାଶୂଘର ଲୋକେ ବହୁ ଖୋଜାଖୋଜି କରିବା ପରେ ଏଥିନେଇ ବାଲିଅନ୍ତା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ତେବେ ବାଲିଅନ୍ତା ଏବଂ ଶ୍ରୀ ଲିଙ୍ଗରାଜ ଥାନା ସହାୟତାରେ ଉଭୟଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ ମଧ୍ୟ ନବବଧୂକୁ ଶାଶୂଘର ଲୋକେ ରଖିବାକୁ ମନା କରିବାରୁ ପୁଲିସ ତାଙ୍କ ବାପ ଘର ଲୋକଙ୍କ ଜିମା ଦେଇଛି। ଅନ୍ୟପକ୍ଷରେ ପ୍ରେମିକକୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି।