ଭୁଲ୍ ଇଞ୍ଜେକ୍ସନ୍ ଦେଇ ନବବିବାହିତାଙ୍କ ଜୀବନ ନେଇଗଲା ବିବେକାନନ୍ଦ ହସ୍ପିଟାଲ, ପୂରା ଘଟଣା ଜାଣି ହେବେ ଦୁଃଖିତ ଦେଖନ୍ତୁ ଭିଡ଼ିଓ

 

ପୁଣିଥରେ ରାଜଧାନୀର ଏକ ଘରୋଇ ହସ୍ପିଟାଲ ଉପରେ ଲାଗିଛି ତ୍ରୁଟିପୂର୍ଣ୍ଣ ଚିକିତ୍ସାର ଗୁରୁତର ଅଭିଯୋଗ ଯେଉଁଥିରେ ଚାଲିଯାଇଛି ଜଣେ ନବବିବାହିତାଙ୍କ ଜୀବନ। ରାଜଧାନୀର ଫାୟାର୍ ଷ୍ଟେସନ୍ ନିକଟରେ ଥିବା ବିବେକାନନ୍ଦ ଘରୋଇ ହସ୍ପିଟାଲ୍ ନାଁରେ ଆସିଛି ଏପରି ଏକ ବଡ଼ ଅଭିଯୋଗ।

ଘଟଣା ମୁତାବକ ବରମୁଣ୍ଡା ଅଞ୍ଚଳର ଚିକୁଙ୍କ ସ୍ତ୍ରୀ ପ୍ରିୟଙ୍କା ଓରଫ୍ ରିଙ୍କିଙ୍କର ଶୁକ୍ରବାର ବିଳମ୍ବିତ ରାତିରେ ବେକ ଓ ପିଠିରେ ଯନ୍ତ୍ରଣା ହୋଇଥିଲା। ଏଥିପାଇଁ ତାଙ୍କୁ ତୁରନ୍ତ ବିବେକାନନ୍ଦ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ଡାକ୍ତରଖାନାରେ ପହଞ୍ଚିବା ପରେ ଯନ୍ତ୍ରଣା କମାଇବା ପାଇଁ ତାଙ୍କୁ ଏକ ଇଞ୍ଜେକ୍ସନ୍ ଦିଆଯାଇଥିଲା। କିନ୍ତୁ, ଏହି ଇଞ୍ଜେକ୍ସନ୍ ନେବାର କିଛି ସମୟ ପରେ ଏହି ଯନ୍ତ୍ରଣା ଆହୁରି ବଢିଯାଇ ଶେଷରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ତେବେ ପ୍ରିୟଙ୍କାଙ୍କର ଏଭଳି ଆକସ୍ମିକ ମୃତ୍ୟୁକୁ ପରିବାର ଲୋକେ ସହଜରେ ଗ୍ରହଣ କରି ପାରିନଥିଲେ। ଯାହା ଫଳରେ ଡାକ୍ତରଖାନାରେ ଉତ୍ତେଜନା ଦେଖା ଦେଇଥିଲା। ଏପରିକି ପ୍ରିୟଙ୍କାଙ୍କ ପରିବାର ଲୋକଙ୍କୁ ଉକ୍ତ ହସ୍ପିଟାଲର ସିକ୍ୟୁରିଟି ଗାର୍ଡ ଦୁର୍ବ୍ୟବହାର କରିଥିବା ଏବଂ ବଡେଇଥିବା ମଧ୍ୟ ଅଭିଯୋଗ ହୋଇଛି।

ଏନେଇ ଖଣ୍ଡଗିରି ପୋଲିସ୍ ନିକଟରେ ପ୍ରିୟଙ୍କା ବାପଘର ଲୋକେ ହସ୍ପିଟାଲର ବିରୁଦ୍ଧରେ ଅଭିଯୋଗ କରିଛନ୍ତି। ତେବେ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭୁବନେଶ୍ୱର ଉପଖଣ୍ଡ ମେଣ୍ଢାଶାଳରେ ପ୍ରିୟଙ୍କାଙ୍କ ବାପଘର ହୋଇଥିବା ବେଳେ ସେ ଦୀର୍ଘ ୧୨ ବର୍ଷ ହେବ ପ୍ରେମ କରି ଆସୁଥିବା ଚିକୁଙ୍କୁ ମାତ୍ର ୧୨ ଦିନ ତଳେ ବାହା ହୋଇଥିଲେ। ପ୍ରିୟଙ୍କାଙ୍କ ଏଭଳି ଆକସ୍ମିକ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।