ନୂଆ ସରକାରଙ୍କ ନୂଆ ପ୍ଲାନ, ଆହାର କେନ୍ଦ୍ର ହେବ ନାହିଁ ବନ୍ଦ ବରଂ ବଢିବ ଏହି ସବୁ ଆଇଟମ୍

 

ଦୀର୍ଘ ୨୫ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ରାଜ୍ୟରେ ଶାସନ କରିବା ପରେ ନିକଟରେ ପରାଜୟ ବରଣ କରିଥିଲା। ଏବେ ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ଏକାକୀ ସରକାର ଗଠନ କରିବାକୁ ଯାଉଛି। ତେବେ ଲୋକଙ୍କ ଭିତରେ ଆଲୋଚନା ହେଉଛି କି ସରକାର ବଦଳିଲା ପରେ ତାଙ୍କ ଯୋଜନା ସବୁ ବନ୍ଦ ହୋଇଯିବ। 

କିନ୍ତୁ ବିଜେପି ତରଫରୁ ଏହାକୁ ଖଣ୍ଡନ କରାଯାଇଛି। ସରକାର ବଦଳିଲେ ମଧ୍ୟ ଲୋକଙ୍କ ପାଇଁ କରାଯାଇଥିବା ଯୋଜନା ଚାଲୁ ରହେ ବୋଲି କୁହାଯାଇଛି। ତେବେ ଆହାର କେନ୍ଦ୍ର ବନ୍ଦ ହେବ ନାହିଁ, ସେଥିରେ କୁଆଡ଼େ ବଢିବ ଆହୁରି ନୂଆ ଆଇଟମ। ନିର୍ବାଚନ ଫଳାଫଳ ଘୋଷଣା ହେବାର ଠିକ୍ ଗୋଟେ ଦିନ ପରେ ବିଜେଡି ସରକାରଙ୍କ ପକ୍ଷରୁ ଜାରି ହେଇଥିବା ସମସ୍ତ ଯୋଜନା ହଠାତ ବନ୍ଦ ହେଇଯିବ ବୋଲି ସମସ୍ତେ ଚିନ୍ତାରେ ପଡ଼ି ଯାଇଥିଲେ। 

ଆଉ ସେହି ଭିତରେ ମଧ୍ୟ ଥିଲା ଆହାର ଯୋଜନା। ଏବେ ବି ଆହାର କେନ୍ଦ୍ର ପୂର୍ବ ଭଳି ସେମିତି ଚାଲିଛି। ଏବେ ବି ଲୋକ ମାନେ ୫ ଟଙ୍କା ଦେଇ ଖାଉଛନ୍ତି ଖାଦ୍ୟ। ୨୦୧୫ ମସିହାରେ ଲୋକଙ୍କୁ ୫ ଟଙ୍କାରେ ଖାଦ୍ୟ ଯୋଗାଇ ଦେବା ପାଇଁ ସରକାର ଖୋଲିଥିଲେ ଆହାର କେନ୍ଦ୍ର। ତେବେ ଏଥିରେ କିଛି ବଡ ପରିବର୍ତ୍ତନ ହେଇପାରେ ବୋଲି ଏବେ ଶୁଣିବାକୁ ମିଳୁଛି। 

ସରକାର ବଦଳିବା ପରେ ମଧ୍ୟ ଏବେ ବି ଆହାର କେନ୍ଦ୍ର ଆଗ ପରି ଚାଲିଛି। ସେପଟେ କୁହାଯାଉଛି ଆହାର କେନ୍ଦ୍ର ବନ୍ଦ ହେବନି କିନ୍ତୁ ବର୍ତ୍ତମାନର ସରକାର ଆହାର କେନ୍ଦ୍ରରେ ଖାଦ୍ୟରେ କିଛି ନୂଆ ଆଇଟମକୁ ସାମିଲ କରିବାକୁ ଯାଉଛନ୍ତି। 

ଏବେ ଲୋକ ମାନେ ଏଭଳି କିଛି କଥା ଆଲୋଚନା କରୁଥିବା ବେଳେ କୁହାଯାଉଛି କି ଭାତ, ଡାଲମା, ଆଚାର ସହିତ ଅଣ୍ଡା ଆଉ ସାଧା ଘାଣ୍ଟ ତରକାରୀ ମିଳିପାରେ। ଏବେ ଏହାକୁ ନେଇ ହେଉଛି ଚର୍ଚ୍ଚା। ବର୍ତ୍ତମାନର ସରକାର ଏହାକୁ ନେଇ କିଛି ସ୍ପଷ୍ଟିକରଣ କରି ନାହାନ୍ତି। କିନ୍ତୁ ବିଜେପି ସରକାର ଆସିବା ପରେ ଲୋକଙ୍କ ମନରେ ଆଶା ବଢ଼ିବାକୁ ଲାଗିଛି