ଦେଖନ୍ତୁ ଭିଡିଓ: ଶେଷରେ ମୁହଁ ଖୋଲିଲେ ଯୁବତୀ କହିଲେ- “ଆମ ମୂଷା ଜିଦ୍ ଧରିଥିଲା ଜଗନ୍ନାଥଙ୍କୁ ଦେଖିବ ବୋଲି

 

ଶୁଆ କଥା କହିବା ତ ଆପଣ ଶୁଣିଥିବେ । ହେଲେ ଆମେ ଯଦି ଆପଣ ମାନଙ୍କୁ କହୁ ମୂଷା ବି କଥା କହୁଛି ତେବେ କଥାଟା ନିଶ୍ଚିତ ଅଡୁଆ ଲାଗିବ । ଯାହା ଶୁଣିବା ପରେ ଆମକୁ ବି ଲାଗୁଛି । ସୋସିଆଲ ମିଡ଼ିଆରେ ଏବେ ବେଶ୍ ଭାଇରାଲ୍ ହେଉଛି ଏହି କଥାଟି । ଯାହା କେତେ ସତ କେତେ ମିଛ ଆମେ ତ ଜାଣୁନା । ହୁଏ ତ ଆପଣ ଭିଡିଓ ଦେଖି କହି ପାରିବେ ।

ନିକଟରେ ପୁରୀ ଜଗନ୍ନାଥ ମନ୍ଦିରରୁ ଏକ ଭିଡିଓ ସାମ୍ନାକୁ ଆସିଥିଲା । ଏହି ଭିଡିଓରେ ଦେଖିବାକୁ ମିଳିଥିଲା କି ଜଣେ ଯୁବତୀ ନିଜ ସହିତ ୨ଟି ମୂଷାକୁ ସାଙ୍ଗରେ ନେଇ ମନ୍ଦିର ଯାଇଥିଲେ। ସେ ୨ ମୂଷାକୁ ବସ୍ତ୍ର ମଧ୍ୟ ପିନ୍ଧାଇ ଥିଲେ । ଏବଂ ତାଙ୍କ ନାମ ରଖିଛନ୍ତି ଜଗା ଓ ବଳିଆ ।

ମୂଷା ୨ଟିକୁ ନେଇ କିଛି ଏପରି ରହିଛି ମହିଳା ଜଣଙ୍କର ଦାବୀ । ମହିଳା ଜଣକ କହୁଛନ୍ତି ସେ ମୂଷା ୨ ଜଣକ କୁଆଡେ କଥା କହୁଛନ୍ତି , ପଣକିଆ ବୋଲୁଛନ୍ତି ଓ ଜୟ ଜଗନ୍ନାଥ ବି କହୁଛନ୍ତି ।

ହେଲେ ଦେଖିବା ଲୋକେ କେହି ଏହାକୁ ବିଶ୍ୱାସ କରି ନାହାନ୍ତି । କିଛି ଲୋକଙ୍କର ଅଭିଯୋଗ ରହିଛି ଯେ ମହିଳା ଜଣଙ୍କ ଲୋକ ମାନଙ୍କୁ ଭୂତ ବନାଉଛନ୍ତି ଏବଂ ମୂଷା ଯେଉଁ ଚିଁ ଚିଁ ଶବ୍ଦ କରୁଛି ତାହା ବ୍ୟାଟେରୀ ଚାଳିତ ବୋଲି ।

<a href=https://youtube.com/embed/DTdn6wo2TdQ?autoplay=1&mute=1><img src=https://img.youtube.com/vi/DTdn6wo2TdQ/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ଉଭୟଙ୍କୁ ସେ ଶୀତବସ୍ତ୍ର ପିନ୍ଧାଇଥିଲେ। ଅନ୍ୟ ମୂଷାଙ୍କ ଠାରୁ ଉକ୍ତ ମୂଷା ଦ୍ୱୟ ଭିନ୍ନ ବୋଲି ସେ କହିଥିଲେ। କାରଣ ସେ ସିଂହଦ୍ୱାର ସମ୍ମୁଖରେ ମହାପ୍ରଭୁଙ୍କୁ ପ୍ରଣିପାତ କଲା ଭଳି ମୂଷା ଦ୍ୱୟ ମୁଣ୍ଡିଆ ମାରିଥିଲେ। ଏପରି କି ସେ 'ଜୟ ଜଗନ୍ନାଥ' କହିଲେ ମୂଷା ଦୁଇଟି ଚୁଁ ଚୁଁ ଶବ୍ଦ କରି ତାହାକୁ ପରିପ୍ରକାଶ କରୁଥିଲେ।