ନିଶାଡ଼ି ଉଦ୍ଧତ ଝିଅର କାରନାମା! ସାଙ୍ଗମାନଙ୍କ ସହ ମିଶି ଜନ୍ମକଲା ମାଆକୁ ଲହୁଲୁହାଣ କରିଲେ ଯୁବତୀ, ଦେଖନ୍ତୁ ଭିଡ଼ିଓ

 

ସାମ୍ନାକୁ ଆସିଲା ନିଶାଡ଼ି ଯୁବତୀଙ୍କ ଔଧତ୍ୟ। ନିଶା ଖାଇ ନିଜ ଜନ୍ମ କଲା ମାଆକୁ କାମୁଡ଼ି ରକ୍ତାକ୍ତ କରିଦେଇଛି ଏହି ଯୁବତୀ। ଏହି ଘଟଣାର ଏକ ଭିଡ଼ିଓ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଘଟଣାଟି ରାଜଧାନୀ ଧଉଳି ଥାନା ଅଧୀନରେ ଘଟିଥିବା ବେଳେ ଏଥିରେ ସମ୍ପୃକ୍ତ ଯୁବତୀ ଓ ତାଙ୍କର କିଛି ସାଙ୍ଗମାନେ ସମ୍ପୃକ୍ତ ଥିବା ଜଣାଯାଇଛି।

ଯୁବତୀଙ୍କ ମା'ଙ୍କ କହିବା ଅନୁଯାଇ ସ୍ୱାମୀଙ୍କର ମୃତ୍ୟୁ ପରେ ସେ ତାଙ୍କ ଦୁଇ ଝିଅଙ୍କୁ ବଡ଼ ଦୁଃଖ କଷ୍ଟରେ ଉଚ୍ଚ ଶିକ୍ଷିତ କରାଇଥିଲେ। କିନ୍ତୁ, ବଡ଼ ଝିଅଟି କୁସଙ୍ଗରେ ପଡି ନିଶା ଦ୍ରବ୍ୟ ସେବନ ଆରମ୍ଭ କରିଥିଲା। ଏପରିକି ଗତ କିଛି ଦିନ ହେବ ସେ ଘରେ ନ ରହି ହୋଟେଲରେ ରାତି ବିତାଉଥିବା କୁହାଯାଉଛି। ଘରକୁ ଫେରିବା ପରେ ତାଙ୍କ ବ୍ୟାଗରୁ ବିଡା ବିଡା ଟଙ୍କା ଏବଂ ନିଶା ଦ୍ରବ୍ୟ ଉଦ୍ଧାର କରାଯାଇଥିଲା।

କିନ୍ତୁ, ଝିଅକୁ ନିଶା କବଳରୁ ବର୍ତ୍ତିବା ପାଇଁ ଆକଟ କରିବାରୁ ଝିଅଟି ନିଜ ମା ଉପରେ ଅକଥନୀୟ ଅତ୍ୟାଚାର କରିଥିଲା। ଏପରିକି ନିଶାଡୀ ସାଙ୍ଗ ମାନଙ୍କ ସହ ମିଶି ମାଆଙ୍କୁ ମାଡ଼ ମାରିଥିଲା ଏହି ଯୁବତୀ। କେବଳ ଏତିକି ନୁହେଁ ବରଂ ନିଶାରେ ତାଙ୍କୁ କାମୁଡ଼ି ଲହୁଲୁହାଣ କରିଦେଇଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଉଭୟେ ମାଆ ଝିଅ ଧଉଳି ଥାନାରେ ଉଭୟଙ୍କ ନାମରେ କେସ୍ ଦେଇଛନ୍ତି। ଗୋଟିଏ ପଟେ ଝିଅକୁ ଭଲ ବାଟକୁ ଫେରେଇବା ପାଇଁ ମା ସର୍ବ ସାଧାରଣରେ ଅନୁରୋଧ କରିଥିବା ବେଳେ ଝିଅ କୌଣସି ପ୍ରତିକ୍ରିୟା ନଦେଇ ଗଣମାଧ୍ୟମକୁ ପୋଲିସ କେସ୍ ର ଧମକ ଦେଇଛି।