ମୋକିମଙ୍କୁ ଲାଗିଲା ହାଇକୋର୍ଟ ଝଟ୍‌କା, ଏଥର କଟକ ବାରବାଟି ନିର୍ବାଚନରେ ଲଢ଼ିବେ ଝିଅ ସୋଫିଆ! ଜାଣନ୍ତୁ ପୁରା ଖବର

 

ଏଥର ବାପାଙ୍କ ବଦଳରେ ଝିଅ ଲଢ଼ିବେ ନିର୍ବାଚନ ! କଟକ ବାରବାଟି ରୁ ଏଥର ଲଢି ପାରିବେନି ମହମଦ ମୋକିମ୍ । ନାମାଙ୍କନ ପତ୍ର ଦାଖଲ ସମୟରେ ସଠିକ୍ ପ୍ରମାଣପତ୍ର ଦାଖଲ ନ କରିବା ହେତୁ ଏବେ କୋର୍ଟ ରେ ଚାଲିଛି ତାଙ୍କର କେଶ୍ । ଯେଉଁଥି ପାଇଁ ନିର୍ବାଚନ ଲଢ଼ି ନ ପାରନ୍ତି ମୋକିମ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଓଡ଼ିଶାରେ ବିଜେଡିର କ୍ରେଜ୍ ରହିଥିବା ବେଳେ ଏବେ ବି ଅନେକ ସ୍ଥାନରେ କଂଗ୍ରେସ୍ ର ଆଧିପତ୍ୟ କମି ନାହିଁ । ସେଥି ମଧ୍ୟରୁ ଏକ ସ୍ଥାନ ହେଉଛି କଟକ ର ବାରବାଟୀ । ଯେଉଁଠାରେ ଆଜି ବି କଂଗ୍ରେସ ଶାସନ କରି ଆସୁଛି । ବାରବାଟୀରେ ମହମ୍ମଦ ମୋକିମ ବାରମ୍ବାର ନିର୍ବାଚନ ଜିତି ଶାସନ କରି ଆସୁଛନ୍ତି ।

ହେଲେ ଏଥର ପାଣିପାଗ ଟିକେ ଅଡ଼ୁଆ ରହିଛି । ଯେଉଁଥି ପାଇଁ ଅନୁମାନ କରା ଯାଉଛି ଯେ ବାରବାଟୀ ବିଧାନ ସଭା ଆସନ ରୁ ମୋକିମ୍ ଙ୍କ ଝିଅ ସୋଫିଆ ନିର୍ବାଚନ ଲଢି ପାରନ୍ତି । ସୋଫିଆ ଏଥର ନିର୍ବାଚନ ଲଢ଼ିଲେ ତାଙ୍କର ଟକ୍କର ହେବ ପ୍ରକାଶ ବେହେରାଙ୍କ ସହିତ ।

ପ୍ରକାଶ ବେହେରା ପୂର୍ବରୁ ବିଜେପିରେ ଥିବା ବେଳେ ବର୍ତ୍ତମାନ ବିଜେଡିରେ ମିଶିଛନ୍ତି । ପ୍ରକାଶ ରାଜନୀତି ରେ ଜଣେ ପୁରୁଣା ଖିଲାଡ଼ି ହୋଇଥିବା ବେଳେ ସୋଫିଆ ରାଜନୀତିରେ ନୂଆ କରି ପାଦ ଦେଉଛନ୍ତି । 

<a href=https://youtube.com/embed/A8mAW1HWI_c?autoplay=1&mute=1><img src=https://img.youtube.com/vi/A8mAW1HWI_c/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ସୋଫିଆଙ୍କ ପାଇଁ ଓଡ଼ିଶାର ରାଜନୀତି ନୂଆ ହୋଇଥାଇ ପାରେ ହେଲେ ସେ କିନ୍ତୁ ନିଜ ବାପାଙ୍କ ପରି ରାଜନୀତିରେ ବେଶ୍ ରୁଚି ରଖନ୍ତି । ସେ କଂଗ୍ରେସ ର ଏକ ନୁଆ ମୁହଁ କହିଲେ କିଛି ଭୁଲ୍ ହେବ ନାହିଁ ।