ଓଡ଼ିଶାରେ ୩ ଦିନ ରହି ମୋଦୀ ଖାଇବେ ଏହିସବୁ ଜିନିଷ, ମେନ୍ୟୁ ଜାଣି ଆପଣଙ୍କ ଉଡିଯିବ ହୋସ୍

 

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡିଜିପି ସମ୍ମିଳନୀରେ ଯୋଗ ଦେବା ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି ମୋଦି । ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ମୋଦି ।  ବିମାନବନ୍ଦରରେ ପହଞ୍ଚିବା ପରେ ପିଏମ ମୋଦିଙ୍କୁ ବିପୁଳ ସ୍ୱାଗତ । ମୋଦିଙ୍କୁ  ସ୍ୱାଗତ ଜଣାଇଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ଜୁଏଲ ଓରାମ ଏବଂ ବୈଜୟନ୍ତ ପଣ୍ଡା। 

ବିମାନବନ୍ଦରରୁ ସିଧା ଲୋକସେବା ଭବନକୁ ଯିବେ ନରେନ୍ଦ୍ର ମୋଦି, ଯେଉଁଠି ଚାଲିଛି ୫୯ ତମ ଡିଜି-ଆଇଜି ସମ୍ମିଳନୀ । ତିନି ଦିନ ଧରି ଚାଲିବ ଏହି ସମ୍ମିଳନୀ । ଏହି ସମ୍ମିଳନୀରେ ଯୋଗ ଦେଉଛନ୍ତି ବହୁ ବିଶିଷ୍ଠ ବ୍ୟକ୍ତି । ଅମିତ ଶାହ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ମଧ୍ୟ ପହଞ୍ଚିସାରିଛନ୍ତି। ତେବେ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ସହ ରାତ୍ରିଭୋଜନ କରିବେ ପ୍ରଧାନମନ୍ତ୍ରୀ ମୋଦୀ। 

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡିନର ମେନୁ। ୧:- ୱେଲକମ ଡ୍ରିଙ୍କସରେ ଫ୍ରେସ ଜୁସ, ଲେମନ କୁକମ୍ୱର, ମିଣ୍ଟ ମୋଜିଟୋ, ପିଙ୍କ୍ ପାସନ୍,। ୨- ଭେଜ ସ୍ନାକ୍ସ:- ଆଚରି ପନିର ଟିକା, ବାରବିକ୍ୟୁ ମସରୁମ୍, ସ୍କେୱରର୍ସ, ଡେଭିଲ୍ ସ୍ପିଙ୍ଗ ରୋଲ ସହିତ ସିଟ ଚିଲ୍ଲି ସସ୍। ସେହିପରି ୩- ସୁପରେ:- ବ୍ରୋକୋଲି ଅଲମଣ୍ଡ ସୁପ୍, ବ୍ରଣ୍ଟ ଗାର୍ଲିକ ଭେଜ୍ ସୁପ, ଇଂଲିଶ ବ୍ରେଡ ବାସକେଟ ବଟର। ୪. ସାଲାଡ଼:- ଗାଡେର୍ନ ଫ୍ରେସ ଗ୍ରୀନ ସାଲାଡ଼, ଚିକପିଆ ସାଲାଡ଼ ସହିତ ଫ୍ରେସ କର୍ଣ୍ଣ ଦହି ପାପଡି ଚାଟ, ଦହିବରା।

ସୂଚନାମୁତାବକ, ଆଜିଠୁ ଭୁବନେଶ୍ୱରରେ ୫୯ ତମ ଡିଜି-ଆଇଜି ସମ୍ମିଳନୀ  ଆରମ୍ଭ ହେଉଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ସାମିଲ ହୋଇଛନ୍ତି । ତିନି ଦିନ ଧରି ଭାରତର ସୁରକ୍ଷା ବ୍ୟବସ୍ଥା ଉପରେ ଡିଜିପି ସମ୍ମିଳନୀରେ ଚର୍ଚ୍ଚା ଓ ଆଲୋଚନା ହେବ । କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ସମସ୍ତ ରାଜ୍ୟର ଡିଜି ଆଇଜିପି ଓ ବିଭିନ୍ନ ସୁରକ୍ଷା ବଳର ମୁଖ୍ୟ ।