ପୁଣି ବିବାଦରେ ତିର୍ତ୍ତୋଲ ବିଧାୟକ! ଯୁବତୀଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟୋ ଭାଇରାଲ, କିଏ ଏହି ଯୁବତୀ?

 

ପୁଣିଥରେ ବିବାଦ ଘେରରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ। ଏପର୍ଯ୍ୟନ୍ତ ସୁଦ୍ଧା ସୋମାଲିକା ବିବାଦ ଥମିନଥିବା ବେଳେ ପୁଣିଥରେ ଆଉ ଜଣେ ଯୁବତୀଙ୍କ ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟୋ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହୋଇଥିବା ଏହି ଫୋଟୋ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।

ବିଜୟ ଶଙ୍କରଙ୍କ ସହିତ ଥିବା ମହିଳା ଜଣକ ଜଗତସିଂହପୁରର ଏବଂ ସେ ବିବାହିତା ବୋଲି କୁହାଯାଉଛି। ତାଙ୍କର ସନ୍ତାନ ମଧ୍ୟ ରହିଛି ଏବଂ ସେ ସ୍ୱାମୀଙ୍କ ସହିତ ବାଙ୍ଗାଲୋରରେ ରହୁଥିଲେ। କୌଣସି କାରଣ ବଶତଃ ସେ ନିଜ ସ୍ୱାମୀଙ୍କ ଠାରୁ ଅଲଗା ହୋଇ ଯାଇଥିବା ସୂଚନା ମିଳିଛି।

ତେବେ, ମହିଳା ଜଣକ କିପରି ଏବଂ କେଉଁ ପରିସ୍ଥିତିରେ ବିଧାୟକଙ୍କ ସମ୍ପର୍କରେ ଆସିଲେ ତାହା ଅସ୍ପଷ୍ଟ ରହିଛି। ପୂର୍ବରୁ ମଧ୍ୟ ବିଜୟ ଶଙ୍କରଙ୍କ ନାମରେ ଦୁଇଟି ମାମଲା ରୁଜୁ ହୋଇଥିବା ବେଳେ ଭାଇରାଲ ହେଉଥିବା ଏହି ଫୋଟୋଟିକୁ ଜଗତସିଂହପୁର ପୋଲିସ କେତେ ଗୁରୁତର ସହିତ ନେଉଛି ତାହା ଦେଖିବା ବାକି ରହିଛି।