ଦେଖନ୍ତୁ ଭିଡ଼ିଓ: ହଜିଗଲା ମାନବିକତା, ଦୁର୍ଘଟଣା ଗସ୍ତ ଟ୍ରେନ ବଗିରେ ମୃତଦେହ ଠାରୁ ଚୋରିକରି ନେଉଛନ୍ତି ଟଙ୍କା ସୁନା ଓ ମୋବାଇଲ୍

 

ଗତକାଲି ବାଲେଶ୍ୱର ସ୍ଥିତ ବାହାନଗା ଷ୍ଟେସନ ପାଖରେ ହୋଇଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ସାରା ରାଜ୍ୟ ସମେତ ଦେଶକୁ ଦୋହଲାଇ ଦେଇଛି। ଏହି ଭୀଷଣ ଦୁର୍ଘଟଣାରେ ୩୦୦ ରୁ ଉର୍ଦ୍ଧ ଲୋକେ ମୃତ୍ୟୁବରଣ କରିଥିବା ବେଳେ ହଜ଼ାର ହଜ଼ାର ଆହତ ହୋଇଛନ୍ତି। ତେବେ, ଦୁର୍ଘଟଣାଗ୍ରସ୍ତ ଟ୍ରେନରୁ ସ୍ଥାନୀୟ ଲୋକେ ଯାତ୍ରୀମାନଙ୍କୁ ଉଦ୍ଧାର କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।

ଗୋଟିଏ ପଟେ ମଣିଷ ଜୀବନ ବଞ୍ଚାଇବା ପାଇଁ ଲୋକେ ଯଥାସମ୍ଭବ ଚେଷ୍ଟା କରୁଥିବା ବେଳେ ଅନ୍ୟପକ୍ଷରେ କିଛି ନିଷ୍ଠୁର ଏବଂ ଅସାମାଜିକ ଲୋକେ ଶବ ଦେହରୁ ସୁନା ଏବଂ ଦୁର୍ଘଟଣା ସ୍ଥଳରୁ ମୋବାଇଲ ଚୋରି କରୁଥିବା ଭଳି ଖବର ମଧ୍ୟ ସାମ୍ନାକୁ ଆସିଛି। ଦୁର୍ଘଟଣାସ୍ଥଳରେ ଶହ ଶହ ଲୋକଙ୍କ ମୃତଦେହ ପଡି ରହିଥିବା ବେଳେ କିଛି ଅସାମାଜିକ ବ୍ୟକ୍ତି ସେମାନଙ୍କ ଶରୀରରୁ ସୁନା ଚେନ ଏବଂ ମୁଦି ଝିଙ୍କି ନେଉଥିବା ସୂଚନା ମିଳିଛି।

<a href=https://youtube.com/embed/QCJt4edrkb0?autoplay=1&mute=1><img src=https://img.youtube.com/vi/QCJt4edrkb0/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ତେବେ, ଏହି ଦୁର୍ଘଟଣାଟି ରାତିରେ ଘଟିଥିବାରୁ, ଅନେକ ଚୋର, ଭିକ୍ଷାବୃତ୍ତି କରୁଥିବା ଲୋକେ ଏପରି ଅମାନବୀୟ କାର୍ଯ୍ୟ କରିବାକୁ ପଛାଇନାହାନ୍ତି। ଏମାନେ ଲୋକଙ୍କ ବ୍ୟାଗରୁ ଦାମୀ ଅସବାପତ୍ର ମଧ୍ୟ ଚୋରି କରୁଥିବା ଜଣାପଡିଛି। ଏଭଳି ହୃଦୟ ବିଦାରକ ପରିସ୍ଥିତିରେ ମଧ୍ୟ ଲୋକେ କିପରି ଏତେ ନିଷ୍ଠୁର ହୋଇପାରିବେ ତାହାର ଜ୍ୱଳନ୍ତ ଚିତ୍ର ସାମ୍ନାକୁ ଆସିଛି।