ମାସ୍କ ପିନ୍ଧି ନଥିବାରୁ ଯୁବକଙ୍କୁ ତଳେ ପକାଇ ଅତି ନିର୍ମମ ଭାବରେ ମାଡ଼ ମାରିଲେ ପୋଲିସ୍, ଦେଖନ୍ତୁ ଭିଡିଓ
ଓଡ଼ିଶା ପୋଲିସର ଦବଂଗଗିରି, ମାସ୍କ ପିନ୍ଧି ନଥିବାରୁ ଯୁବକଙ୍କୁ ତଳେ ପକାଇ ନିଧୁମ ମାଡ଼। ଏପରିକି ପୋଲିସ ଏପରିକି ହତ୍ୟା ଉଦ୍ୟମ ଦଫା ଲଗାଇ ଗିରଫ କରିଛି। ପୋଲିସର ମାଡ଼ ମରା ଘଟଣା ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଥାନା ସମ୍ମୁଖରେ କିଛି ବ୍ୟକ୍ତି ସାମାଜିକ ଦୂରତ୍ୱ ରଖି ଛିଡ଼ା ହୋଇଛନ୍ତି। ଥାନାବାବୁ ଜଣକ ଚୌକି ପକାଇ ଗୋଡ଼କୁ ଗୋଡ଼ ଛନ୍ଦି ବସିଛନ୍ତି। କଥାବାର୍ତ୍ତା ଚାଲିଛି ମାସ୍କ ପିନ୍ଧିବା ନ ପିନ୍ଧିବାକୁ ନେଇ। ଦେଖନ୍ତୁ ଭିଡିଓ-
ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକ କହିଛନ୍ତି- “ସମ୍ପୃକ୍ତ ବ୍ୟକ୍ତି ମାସ୍କ ଓ ହେଲ୍ମେଟ୍ ପିନ୍ଧି ନଥିଲେ। ଫାଇନ୍ କଲା ବେଳେ ସେ ରସିଦ୍ ବହି ଚିରି ଦେବାକୁ ଉଦ୍ୟମ କରିଥିଲା। ଟେକା ପଥର ମାଡ଼ କଲା। ଯାହାଫଳରେ ଆମ କର୍ମଚାରୀମାନେ ଆହତ ହୋଇଛନ୍ତି। ସେଥିପାଇଁ ତାଙ୍କୁ ଗିରଫ କରିବା ପାଇଁ ବାଧ୍ୟ ହେଲୁ।”