ଦେଖନ୍ତୁ ଭିଡିଓ: ସିନ୍ଦୂର ପିନ୍ଧାଇ ଶଙ୍ଖା ପିନ୍ଧାଇଲା ବାହା ହେବା ପରେ ଛାତ୍ରକୁ ମୁଣ୍ଡିଆ ମାରିଲା ଛାତ୍ରୀ, କଲେଜରେ ଚାଲିଛି ବାହାଘର

 

କଲେଜକୁ ଛାତ୍ର ଛାତ୍ରୀ ପାଠ ପଢିବାକୁ ଯାଆନ୍ତି। ହେଲେ କଲେଜ ରେ ଏବେ ବାହାଘର ମଧ୍ୟ ହେଲାଣି। ସିନ୍ଦୂର ଦେଉଛନ୍ତି , ଶଙ୍ଖା ମଧ୍ୟ ପିନ୍ଧାଉଛନ୍ତି। ଯଥା ରାବଣସ୍ୟ ମନ୍ଦଦରି ବି ବୋଲା ଯାଉଛି। ପୁଣି ତା ସହିତ ୬ଟା ଛୁଆର ଆଶୀର୍ବାଦ ବି ଦେଉଛନ୍ତି ସାଙ୍ଗ ସାଥୀ। କଣ କଥାଟି କିଛି ବୁଝା ପଡୁନି। ତେବେ ଆସନ୍ତୁ ଜାଣି ନେବା ପୁରା ଘଟଣାଟି।

ନୟାଗଡ଼ ଜିଲ୍ଲା ଓଡ଼ ଗାଆଁ ରଘୁନାଥ ସମବାୟ ମହାବିଦ୍ୟାଳୟ ରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଯେଉଁ ଘଟଣାର ଭିଡ଼ିଓଟି ଏବେ ଫୋନ ରୁ ଫୋନକୁ ଘୁରି ବୁଲୁଛି। ଯେଉଁ ଭିଡିଓ ଟିରେ ଦେଖାଦେଇଛି ଯେ ୪ ଜଣ ଯୁବତୀଙ୍କ ସହିତ ଯୁବକ କଲେଜ କ୍ୟାମ୍ପସ ପଛ ପଟେ ବିଭାଘର ର ଭିଡିଓ କରୁଛନ୍ତି। ଉକ୍ତ ଯୁବକ ଜଣକ ବର ଏବଂ ଅନ୍ୟ ଏକ ଯୁବତୀ କନ୍ୟା ସାଜିଛନ୍ତି। କଲେଜ ୟୁନିଫର୍ମ ପିନ୍ଧି କଲେଜ କ୍ୟାମ୍ପସ ଭିତରେ ବନାଉ ଛନ୍ତି ଭିଡିଓ। ସିନ୍ଦୂର ଦେଉଛନ୍ତି ଏବଂ ଶଙ୍ଖା ମଧ୍ୟ ପିନ୍ଧାଉଛନ୍ତି। ସାଙ୍ଗମାନେ ଯଥା ରାବଣସ୍ୟ ମନ୍ଦଦରି ମଧ୍ୟ କହୁଛନ୍ତି।

ଭିଡିଓ ଟି ଏବେ ବେଶ ଚର୍ଚ୍ଚାରେ। ଅନେକ ଲୋକ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି ଏହାକୁ ନେଇ। ଏଥି ମଧ୍ୟରେ ଭିଡିଓ ଟି ପ୍ରିନ୍ସିପାଲଙ୍କ ପାଖରେ ପହଞ୍ଚିଛି। ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରିନ୍ସିପାଲ। ପ୍ରିନ୍ସିପାଲ କହିଛନ୍ତି ଏଥି ନେଇ ଏକ ବୈଠକ ମଧ୍ୟ ଡକାଯିବ। ଛାତ୍ର ଛାତ୍ରୀ ମାନଙ୍କୁ ଭିଡିଓ ଟି ଦେଖାଇ ଏପରି କରିବା କେତେ ଦୂର ଠିକ୍ ତାହା ପଚରାଜିବ। ଏବଂ ବୈଠକରେ ଯାହା ନିଷ୍ପତି ନିଆଯିବ ତାହାକୁ ସମସ୍ତେ ଗ୍ରହଣ କରିବାକୁ ବାଧ୍ୟ।

<a href=https://youtube.com/embed/js6ASmQWujg?autoplay=1&mute=1><img src=https://img.youtube.com/vi/js6ASmQWujg/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ସୂଚନା ଅନୁସାରେ ଛାତ୍ର ଛାତ୍ରୀ ମାନେ+୨ ରେ ଅଧ୍ୟୟନ କରୁଛନ୍ତି। ବୟସ ୧୭ କି ୧୮ ହୋଇଥିବ। ହେଲେ ଏପରି ଭିଡିଓ କରିବା ପଛର ରହସ୍ୟ କଣ ରହିଛି ତାହା  ଜଣାପଡ଼ିନାହିଁ। ଏହା ପ୍ରେମ ଜନିଟ କି ଏକ ସାଧାରଣ ଭୁଲ ବଶତଃ ବନି ଯାଇଥିବା ରିଲ୍ସ। ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ।