ବୋଟ ଦୁର୍ଘଟଣାକୁ ନେଇ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ମିଶ୍ରଙ୍କ ପ୍ରଶ୍ନ, କହିଲେ ହାତୀ ଧରିବାକୁ ରିପୋର୍ଟର...ଦେଖନ୍ତୁ ଭିଡ଼ିଓ

 

ମୁଣ୍ଡୁଲି ବ୍ୟରେଜ୍ ପାଖରେ ଫସି ରହିଥିବା ଏକ ଦନ୍ତା ହାତୀକୁ ଉଦ୍ଧାର କରିବା ପାଇଁ ଆରମ୍ଭ ହୋଇଥିଲା ଅପରେସନ ଗଜରାଜ। କିନ୍ତୁ, ରେସକ୍ୟୁ ବୋଟ ନେଇ ଯାଇଥିବା ଏକ ଟିମ ସେଠାରେ ବୁଡି ଯିବାରୁ ଏହି ଅପରେସନର ଦୁଃଖଦ ଅନ୍ତ ଘଟିଛି। ରେସକ୍ୟୁ ବୋଟରେ ଯାଇଥିବା ୨ ସାମ୍ବାଦିକ ଏବଂ ୫ ଓଡ୍ରାଫ୍ କର୍ମଚାରୀଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ଘଟିଛି। ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସଙ୍କର ଘଟଣା ଦିନ ଅକାଳ ବିୟୋଗ ଘଟିଥିବା ବେଳେ ଓଡ୍ରାଫ୍ ଯବାନ ତଥା ଦକ୍ଷ ବୁଡାଳି ସିତରାମ ମୁର୍ମୁ ଏହି ଦୁର୍ଘଟଣାରେ ସହିଦ ହୋଇଛନ୍ତି।

ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଓଡ଼ିଶାର ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ମିଶ୍ର ଏଥିନେଇ ମୁହଁ ଖୋଲିଛନ୍ତି। ଏହି ଘଟଣାକୁ ନେଇ ଗଣମାଧ୍ୟମ ଆଗରେ ମନୋରଞ୍ଜନ ଓଡ୍ରାଫ୍ ଟିମର ଅପାରଗତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ମତରେ ଅରିନ୍ଦମ ଜଣେ ସାହସୀ ରିପୋର୍ଟର ଥିଲେ ସେ କୌଣସି ଦୁର୍ବିପାକକୁ ଭୟ କରୁନଥିଲେ। କିନ୍ତୁ, ରେସକ୍ୟୁ ବୋଟ ସହିତ ଯିବା ପାଇଁ ତାଙ୍କୁ ଓଡ୍ରାଫ୍ ଦଳ ଅନୁମତି ଦେଲେ କଣ ପାଇଁ?

ନଦୀ ଗର୍ଭକୁ ବୋଟ ନେଇ ଯିବାକୁ ଏକ ପଦକ୍ଷେପ ବୋଲି ମନୋରଞ୍ଜନ କହିଛନ୍ତି। ସେ କହିଛନ୍ତି ଯେ ଏତେ ପ୍ରଖର ସ୍ରୋତ ଭିତରେ ଏତେ ବଡ଼ ହାତୀକୁ ରେସକ୍ୟୁ କରାଯିବା ସହଜ ନଥିଲା। ତଥାପି ଓଡ୍ରାଫ୍ ଟିମ ବିନା କୌଣସି ସୁରକ୍ଷା ବ୍ୟବସ୍ଥାରେ ସେଠାକୁ କଣ କରିବାକୁ ଯାଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିସହିତ ଖବର ପ୍ରସାରଣ ଓ TRP ଲୋଭରେ ଏଭଳି ବିପଦପୂର୍ଣ୍ଣ ରିପୋର୍ଟିଂ ନ କରିବାକୁ ସେ ଅନୁରୋଧ କରିଛନ୍ତି।