ନାଳୁଆ କହିବାରୁ କଲେଜ ଛାତ୍ରୀଙ୍କୁ ରାସ୍ତାରେ ଚାପୁଡ଼ା ମାରିଲା ଯୁବକ, ପ୍ରିନ୍ସପାଲ ଆଶ୍ଚର୍ଯ୍ୟ, ଜାଣନ୍ତୁ ପୁରା ଘଟଣା

 

ବିଚ୍ ରାସ୍ତା ଉପରେ ଦୁଇ ଜଣ କଲେଜ ଛାତ୍ରୀଙ୍କୁ ମାଡ଼ ମରାଯାଉଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ତେବେ କଲେଜ ଛାତ୍ରୀଙ୍କୁ ଯୁବକ ଜଣଙ୍କ ନୃଶଂସ ଭାବରେ ଚାପୁଡ଼ା ପରେ ଚାପୁଡ଼ା ମାରିଥିଲେ। ଏହି ଘଟଣାକୁ ନେଇ ଉକ୍ତ ଛାତ୍ରୀଙ୍କ ପରିବାର ପକ୍ଷରୁ ବରୀ-ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ।

ଏହି ଘଟଣାଟି କୌଣସି ବାହାର ରାଜ୍ୟର ନୁହେଁ ଆମ ଓଡ଼ିଶାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଚାଲି ଚାଲି ଯାଉଥିଲେ ଦୁଇଜଣ କଲେଜ ଛାତ୍ରୀ ଆଉ ଅଧା ରାସ୍ତାରେ ଘେରି ଯାଇଥିଲେ ଟୋକା ମାନେ। ଆଉ ତା'ପରେ ଜଣେ ଯୁବକ ପାଖକୁ ଯାଇ ପଚାରିଥିଲେ କାହାକୁ ଲାଳୁଆ କହୁଥିଲୁ। କଲେଜ ଛାତ୍ରୀ ଜଣଙ୍କ କିଛି କହିବା ପୂର୍ବରୁ ପିଟି ଚାଲିଥିଲେ ଯୁବକ ଜଣଙ୍କ। 

ଏଭଳି ଘଟଣା ଦେଖିବାକୁ ମିଳିଛି ବରି ଅଞ୍ଚଳରେ। ଏହି ଘଟଣାକୁ ନେଇ କଲେଜ ଅଧକ୍ଷକ ଚିନ୍ତା କରିବା ସହିତ ସେ କହିଛନ୍ତି କଲେଜ ବାହାରେ ଘଟିବା କାରଣରୁ ଏହା ପୋଲିସରେ କେସ ହେବା ଦରକାର। ଭିଡିଓଟିରେ ଦେଖିବାକୁ ମିଳିଛି ଯେ ଜଣେ ଯୁବକ ଦୁଇଜଣ ଛାତ୍ରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରିବା ସହିତ ମାଡ଼ ମାରୁଥିଲେ। 

ତେବେ ଏହି ଛାତ୍ର ଜଣଙ୍କ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟର ହେଇଥିବା ଜଣାପଡ଼ିଛି। ତେବେ ଏହି ଘଟଣାକୁ ଗୁରୁତର ସହ ନେଇ ପୋଲିସ ଉକ୍ତ ମହାବିଦ୍ୟାଳୟରେ ପହଞ୍ଚି ଅଧିକ ତଦନ୍ତ କରୁଥିବା ଜଣା ପଡ଼ିଛି। ତେବେ କୁହାଯାଉଛି ଯେ ଯୁବକ ଏହି କଲେଜ ଛାତ୍ରୀଙ୍କୁ ଚାପୁଡ଼ା ପରେ ଚାପୁଡ଼ା ମାରିଥିଲେ ସେ କୁଆଡେ଼ ବରି ଅଞ୍ଚଳର ଯୁବକ ଥିଲେ।

ତେବେ ଭିଡିଓ ଭାଇରାଲ କରିବା ଏବେ ଦୁଇ ରୋଡ୍ ରୋମିଓଙ୍କୁ ଭାରୀ ପଡ଼ିଛି । ଯାଜପୁରରୁ ବନ୍ଧା ହେଇଛି ଏହି ରୋଡ଼ ରୋମିଓ । ତାର ଅନ୍ୟ ଜଣେ ସହଯୋଗୀ ତାପସ ବେହେରା ଏବେ ଫେରାର ଅଛି । ଯାଜପୁର ଜିଲ୍ଲା ବରୀ ପୋଲିସ୍ ଦୁଇ ଯୁବକଙ୍କୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ବରୀ ପଞ୍ଚାୟତର ଶିଶିର ସେଠୀଙ୍କ ପୁଅ ପ୍ରସନ୍ନଜିତ ସେଠୀ ଓ ତା ସାଙ୍ଗ ସତ୍ୟରଞ୍ଜନ ଜେନା ।