ପ୍ରେମ ପଡିଲା ମହଙ୍ଗା, ବୁଝିଲାନି ପ୍ରେମିକର ମନ ଶେଷରେ ପ୍ରେମିକା ସହ ଏମିତି କଲା, ଏବେ ମେଡିକାଲରେ, ଜାଣନ୍ତୁ ପୁରା ଘଟଣା

 

ପ୍ରେମ ବ୍ୟାପାର କୁ ନେଇ ଝିଅ ଘରେ ଘଟିଛି ଏମିତି ନାରକୀୟ କାଣ୍ଡ। ଘରେ ପଶିଲା ମା ସମ୍ମୁଖରେ ଝିଅ ଏବଂ ବାପାକୁ ଭୁଜାଲିରେ ହାଣି ଗୁରୁତର କରି ଚମ୍ପଟ ମାରିଥିଲା ପ୍ରେମିକ। ଏଭଳି ଘଟଣା ଘଟିଥିଲା ଉଦଳା ଥାନା ଜଗନ୍ନାଥି ଗ୍ରାମରେ। ଜଗନ୍ନାଥି ଗ୍ରାମର ନରେନ୍ଦ୍ର ବେହେରା ଏବଂ ତାଙ୍କ ଝିଅ ବିଶ୍ୱ ସ୍ମୃତି ବେହେରା ଘରେ ଥିଲେ।


 
ନରେନ୍ଦ୍ର ବେହେରା ତାଙ୍କ ସ୍ତ୍ରୀ ପ୍ରଗତି ବେହେରାଙ୍କ ନିମନ୍ତେ ଔଷଧ ଆଣି ଘରେ ପହଂଚିବାର କିଛି ସମୟ ପରେ ହଠାତ ବାରିପଦା ତକତପୁର ଅଂଚଳର ଯୁବକ ସୌମ୍ୟ ସୁଜନ ପାଣି ତାଙ୍କ ଘର ଭିତରେ ପଶି ଝିଅକୁ କଣ ପାଇଁ ଘରେ ରଖିଛ କହି ମା ପ୍ରଗତିଙ୍କ ସମ୍ମୁଖରେ ବାପା ଏବଂ ଝିଅକୁ ଭୁଜାଲିରେ ହାଣିଥିଲା।

ଭୁଜାଲିରେ ହାଣିବା ପରେ ପ୍ରେମିକ ସେଠାରୁ ଫେରାର ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ଉଭୟ ବାପା ଏବଂ ଝିଅକୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଆକ୍ରମଣ କରିଥିବା ଯୁବକ ଜଣକ ତାଙ୍କ ଝିଅକୁ ଏକ ତରଫା ପ୍ରେମ କରିବା ସହିତ ଅନେକ ଥର ପ୍ରେମ ନିବେଦନ କରି ବିଫଳ ହୋଇଥିବା କହିଛନ୍ତି ଝିଅର ମାଆ। ଉଭୟ ବାପା ଏବଂ ଝିଅ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି।

ତେବେ ସଙ୍ଗେ ସଙ୍ଗେ ଉଦଳା ପୋଲିସ ଘଟଣା ସ୍ତୋଳ କୁ ପହଁଚି ତଦନ୍ତ ଆରମ୍ଭ କରିବା ସହ ଆଇଆଇସି ବୋନମାଳୀ ବାରିକ ଙ୍କ ନିର୍ଦେଶ କ୍ରମେ ଏକ ପୋଲିସ ଟିମ ଯୁବକ ଙ୍କୁ ପିଛା କରି ମାତ୍ର ତିନି ଘଣ୍ଟା ଭିତରେ ଯୁବକ ଙ୍କୁ ଧରିବାରେ ସଫଳ ହୋଇଥିଲା। ତେବେ ଉକ୍ତ ଘଟଣା ରେ ବୁଧବାର ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଥିବl ଆଇଆଇସି ବନମାଳୀ ବାରିକ ସୂଚନା ଦେଇଛନ୍ତି।