ମାଡି ଆସୁଛି ଆଉ ଗୋଟେ ବଡ଼ ଲଘୁଚାପ, ଆସନ୍ତା ୭ତାରିଖ ରୁ ଏହି ସବୁ ଜିଲ୍ଲା ରେ ପ୍ରବଳ ଘଡଘଡି ବର୍ଷା, ରୁହନ୍ତୁ ସତର୍କ

 

ଗୋଟିଏ ସପ୍ତାହରେ ମଧ୍ୟରେ ଦୁଇଟି ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଆସନ୍ତା ୭ତାରିଖରେ ଗୋଟିଏ ଲଘୁଚାପ ସୃଷ୍ଟି ହେବାକୁ ଥିବା ବେଳେ ୧୫ କିମ୍ବା ୧୬ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ବିଭିନ୍ନ ମଡେଲରୁ ଜଣାପଡ଼ିଛି। 

ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୬ ତାରିଖ ବେଳକୁ ବର୍ଷା ପରିମାଣ ବଢ଼ିବ। ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି, କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବ ଏବଂ ପରବର୍ତ୍ତୀ ସମୟରେ ବର୍ଷା ଲାଗି ରହିବ। 

ଅନ୍ୟପଟେ ମଙ୍ଗଳବାର ସଦ୍ଧା ରାଜ୍ୟରେ ସ୍ୱାଭାବିକ ତୁଳନାରେ ୨୬ପ୍ରତିଶତ କମ୍‌‌ ବର୍ଷା ହୋଇଛି। ଏହି ସମୟରେ ମୟୂରଭଞ୍ଜରେ ସବୁଠୁ କମ୍‌‌ ଅର୍ଥାତ୍‌ ୬୫ପ୍ରତିଶିତ ନିଅଣ୍ଟିଆ ବର୍ଷା ହୋଇଛି। ବାକି ୧୨ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ଅନ୍ୟ ଜିଲ୍ଲାଗୁଡ଼ିକରେ ନିଅଣ୍ଟିଆ ବର୍ଷା ରହିଛି। 

ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ଏଭଳି ବର୍ଷା। ତେବେ ରାଜ୍ୟକୁ ଦୁଇ ଡିଏହି ଲଘୁଚାପ ଆସୁଥିବା ବେଳେ ଗୋଟିଏ ସପ୍ତାହ ମଧ୍ୟରେ ଦୁଇ ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ତେବେ ୭ ତାରିଖରେ ସୃଷ୍ଟି ହେବା ଲଘୁଚାପ ଉତ୍ତର ବଙ୍ଗପୋସାଗରରେ ସୃଷ୍ଟି ହେଇପାରେ। 

ଯାହା ପ୍ରଭାବରେ ୩ ରୁ ୪ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିବ। ୬ ତାରିଖରୁ ବଢିବ ରାଜ୍ୟରେ ବର୍ଷାର ପରିମାଣ। ତେବେ ଯାହାକୁ ନେଇ ପାଗରେ ଧିରେ ଧିରେ ପରିବର୍ତନ ହେଉଛି। ଏବେବି ଆକାଶ କୋହଲା ରହିଥିବା ବେଳେ କିଛି କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ହେଉଛି ବର୍ଷା।