ବନ୍ଦ କୋଠରୀ ଫ୍ୟାନ ହୁକରେ ରଶି ଲଗାଇ ଜୀବନ ହାରିଲେ ଯୁବକ ଯୁବତୀ, କାରଣ ଅତି ଆଶ୍ଚର୍ଯ୍ୟଜନକ
ଆଜିକାଲି ଦୁନିଆରେ ଏଭଳି ସବୁ ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ । ଏବେ କିଛି ଖବର ଆସିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଏକ ଅଞ୍ଚଳରେ । ବନ୍ଦ କୋଠରୀରେ ଝୁଲି ପଡ଼ିଲେ ପ୍ରେମୀ ଯୁଗଳ । ବନ୍ଦ କୋଠରୀ ଭିତରେ ଜ୍ଞାନ ହୁକରେ ବେକରେ ରସି ଲଗାଇ ଝୁଲି ପଡ଼ିଲେ ପ୍ରେମିକ ଆଉ ପ୍ରେମିକା । ଯୁବତୀ ଜଣକ ରାଇସହୁଡ଼ା ମେଡ଼ିକାଲରେ ନର୍ସ ଭାବରେ କାର୍ଯ୍ୟ କରୁଥିଲେ । କଟକ ଜିଲ୍ଲା ମାହାଙ୍ଗା ଥାନା ଖଣ୍ଡଳ ଗାଁରେ ଏଭଳି ଘଟଣା ଘଟିଛି ।
ଖଣ୍ଡଳ ଗାଁରେ ଭଡାରେ ରହୁଥିଲେ ଏହି ନର୍ସ ଜଣକ । ଯୁବତୀ ଆଉ ତାଙ୍କ ପ୍ରେମିକ ଏକାଠି ରସି ଲଗାଇ ଝୁଲି ପଡିଛନ୍ତି । ନର୍ସ ଜଣଙ୍କର ଘର ସାଲେପୁର ଥାନା ବାଲିସାହି ମାଛୁଆତି ଅଞ୍ଚଳରେ । ଏହି ନର୍ସ ଜଣକ ହେଉଛନ୍ତି ଦୁର୍ଲ୍ଲଭ ଭୋଇଙ୍କ ଝିଅ ଚିନ୍ମୟୀ ଭୋଇ । ସେ କ୍ଷୀରୋଦ ଚନ୍ଦ୍ର ଲୋକାଙ୍କ ଘରେ ଭଡାରେ ରହୁଥିଲେ । ପୋଲିସ ଓ ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ଘର ଭଙ୍ଗା ଯାଇ ମୃତଦେହକୁ ପୋଲିସ ଜବତ କରି ତଦନ୍ତ ଚଳାଇଛି । ପ୍ରେମିକ ଜଣକ ହେଉଛନ୍ତି ଦେବେନ୍ଦ୍ର ପଣ୍ଡା ।
ଏହି ପ୍ରେମିକ ଜଣଙ୍କର ଘର ସାଲେପୁର ଅଞ୍ଚଳରେ ବୋଲି ଜଣାପଡିଛି । ଏହି ଘଟଣା ପ୍ରେମ ଜନିତ ଆ-ତ୍ମ-ହ-ତ୍ୟା ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ତଦନ୍ତ ପରେ ଜଣାପଡ଼ିବ ଏହି ଘଟଣା ଆତ୍ମହତ୍ୟା ନା ଏହା ପଛରେ କିଛି କାରଣ ରହିଛି । ଘର ମାଲିକ କଟକରେ ରୁହନ୍ତି । ଗତ ୨ ତାରିଖରୁ ଏହି ଯୁବତୀ ଜଣକ ଘର ଭଡ଼ା ନେଇ ରହୁଥିବା ସୂଚନା ମିଳିଛି । ଘର ମାଲିକର ଝିଅ ଘରକୁ ଆସିଛନ୍ତି । ଆଉ ସେ ଏହି ଯୁବତୀ ଜଣକ ଅନେକ ସମୟ ହେବ ଘର ଖୋଲି ନଥିବାର ଦେଖି ଖବର ଦେଇଥିଲେ ।
ପୋଲିସ ଥାନାରେ ଅଭିଯୋଗ କରିବା ପରେ ସେଠାରେ ପୋଲିସ ଆଉ ଅତିରିକ୍ତ ତହସିଲଦାର ପହଞ୍ଚିଥିଲେ । ସେମାନେ ସେଠାରେ ପହଞ୍ଚିବା ପରେ ଘର ଭାଙ୍ଗି ଦେବା ପରେ ଜଣା ପଡିଥିଲା କି ଏହି ଘର ଭିତରେ ଭଡାରେ ରହୁଥିବା ଯୁବତୀ ଆଉ ତାଙ୍କ ପ୍ରେମିକ ଆତ୍ମହତ୍ୟା କରିଛନ୍ତି । ଏହି ଯୁବତୀ ଜଣକ ଏକା ଭଡା ନେଇ ରହୁଥିଲେ ଆଉ ତାଙ୍କ ପ୍ରେମିକ କେବେ ଏଠାକୁ ଆସିଲେ ସେହି ବିଷୟରେ ପଡିଶା ଘରେ ରହୁଥିବା ଲୋକ ଜାଣି ନାହାନ୍ତି ବୋଲି କହିଛନ୍ତି । ଏବେ ଏହି ଘଟଣାର ତଦନ୍ତ ପରେ ଅନେକ କିଛି କଥା ସାମ୍ନାକୁ ଆସିବ ବୋଲି ସୂଚନା ମିଳିଛି ।