କାହିଁକି ଟ୍ରେନ ଆଗରେ ଜୀବନ ହାରିଲେ ସାମ୍ୱାଦିକା ମଧୁମିତା, ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ଖବର
ଟ୍ରେନରେ କଟି ଜୀବନ ହାରିଲେ ୱେବ୍ ସାମ୍ବାଦିକା। ତାଙ୍କ ନାଁ ମଧୁମିତା ପରିଡା ବୋଲି ଜଣାପଡିଛି। ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସୂଚନା। ଭୁବନେଶ୍ୱର ବାପୁଜୀନଗରରୁ ମଧୁମିତାଙ୍କ ଖଣ୍ଡବିଖଣ୍ଡିତ ମୃତଦେହକୁ ଉଦ୍ଧାର କରିଛି ପୁଲିସ। ଘଟଣାସ୍ଥଳରେ ଜିଆରପି ଓ କ୍ୟାପିଟାଲ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ତେବେ ସାମ୍ବାଦିକାଙ୍କ ମତ୍ୟୁକୁ ନେଇ ଆସିଲା ସାଂଘାତିକ ଅଭିଯୋଗ। ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ଥିଲା। ସ୍ବାମୀ ଓ ତାଙ୍କ ଭାଇଙ୍କ ବିରୋଧରେ ଅଭିଯୋଗ ଆଣିଲେ ମୃତକଙ୍କ ବାପା। ଆତ୍ମହତ୍ୟା ପୂର୍ବରୁ ଶେଷ ଭିଡିଓ ଛାଡିଲେ ସାମ୍ୱାଦିକ ମଧୁମିତା ପରିଡ଼ା। ନିଜର ଇନଷ୍ଟାଗ୍ରାମ୍ରେ ଜୀବନର ଶେଷ ଭିଡିଓ ସେୟାର କରି ଆତ୍ମହତ୍ୟା କରିଛନ୍ତି ମଧୁମିତା ପରିଡ଼ା।
ସୂଚନା ଅନୁସାରେ, ମଧୁମିତା କିଛି ଦିନ ହେବ ବିବାହ କରିଥିଲେ। ୫ ବର୍ଷ ସମ୍ପର୍କରେ ରହିବା ପରେ ଏହି ବିବାହ ହୋଇଥିଲା। ଆତ୍ମହତ୍ୟା ପୂର୍ବରୁ ମଧୁମିତା ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଭିଡିଓରେ ସେ ସମସ୍ତଙ୍କୁ କ୍ଷମା ମାଗିଛନ୍ତି। ବିବାହ ପରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିଥିବା ସେ ଭିଡିଓରେ କହିଛନ୍ତି। ଘଟଣାସ୍ଥଳରେ ମଧୁମିତାଙ୍କ ପରିବାର ଓ ମଧୁମିତାଙ୍କ ସ୍ୱାମୀ ପହଞ୍ଚିଥିଲେ।
ମଧୁମିତା ପରିଡ଼ା ଭୁବନେଶ୍ୱରରେ ଏକ ୱେବ ଚ୍ୟାନେଲ୍ ରେ ଚାକିରି କରନ୍ତି। ଅସୁସ୍ଥତା ପାଇଁ ବୁଧବାର ସେ ଅଫିସ୍ ଯାଇନଥିଲେ। ଅପରାହ୍ନରେ ସେ ନିଜ ରୁମ୍ରେ ଜୀବନର ଶେଷ ଭିଡିଓ ଶୁଟ୍ କରିଥିଲେ। ସେ ଭିଡିଓକୁ ନିଜ ଇନଷ୍ଟାଗ୍ରାମ୍ ରେ ଅପ୍ଲୋଡ କରିଥିଲେ। ତା’ପରେ ବାପୁଜୀ ନଗର ନିକଟସ୍ଥ ରେଳ ଧାରଣାରେ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହେଉଛି। ତାଙ୍କର ମୁଣ୍ଡ ଓ ଗଣ୍ଡି ଅଲଗା ହୋଇଯାଇଛି।
ମଧୁମିତା କହିଛନ୍ତି, .... ଯାହାବି କରିବାକୁ ଯାଉଛି ସମସ୍ତଙ୍କୁ ସରି। ଦୁନିଆରେ ଏତେ ଫ୍ରଡ୍ ଲୋକ ଅଛନ୍ତି ବୋଲି କେବେ ଜାଣିନଥିଲି। ୫ ବର୍ଷ ଧରି ରିଲେସନ୍ରେ ରହିବା ପରେ ବାହା ହୋଇଥିଲି। ହେଲେ ମୋ’ ସ୍ୱାମୀ ମୋତେ ଧୋକ୍କା ଦେଉଛନ୍ତି। ସେ ଆଉ ଜଣଙ୍କ ସହ ରିଲେସନ୍ରେ ଅଛନ୍ତି। ମୋ ସାଙ୍ଗ ସହିତ ରାତି ଗୋଟାଏ, ଦୁଇଟା ପର୍ଯ୍ୟନ୍ତ ଗପୁଛନ୍ତି। ଏ ସମ୍ପର୍କରେ ମୁଁ ଜାଣିନେଲି। ସେଇଟା ମୋର ସବୁଠାରୁ ବଡ଼ ଭୁଲ ହେଲା। ଏବେ ସେ କହୁଛନ୍ତି ମୋ ସହିତ ରହିବେନି। ଡିଭର୍ସ ଦେବେ ବୋଲି କହୁଛନ୍ତି। ତାଙ୍କୁ ସମସ୍ତେ ବୁଝାଇ ସାରିଲେଣି। ହେଲେ ସେ ବୁଝୁ ନାହାନ୍ତି। ୧୦ ଦିନ ଛୁଟିରେ ଆସି ଖାଲି ଝଗଡ଼ା କରୁଛନ୍ତି। ସେଥିପାଇଁ ମୁଁ ଅଫିସ୍ ଯାଇପାରୁନି.......।