ମାମୁଲି ଝଗଡା ଓ ଥଟ୍ଟାମଜା ହେଲା କାଳ, ମିଛିମିଛିକା ଆତ୍ମହତ୍ୟା ଉଦ୍ୟମରୁ ଚାଲିଗଲା ଜୀବନ

 
ଦୁଇ ଦିନର ଜୀବନ ଆଜି ଅଛି ତ କାଲି ନାହିଁ। ଥଟ୍ଟା ମଜାରେ ମିଛିମିଛିକା ଆତ୍ମହତ୍ୟା ଉଦ୍ୟମ କରି ସାନ ଭଉଣୀକୁ ଡରେଇବାକୁ ଚାହୁଁଥିଲେ। ‘ଦେଖିବୁ ତୋ ଆଖି ଆଗରେ ଜୀବନ ହାରିଦେବି’ କହି ବେକରେ ଦଉଡି ଲଗାଇ ଝୁଲି ପଡିଥିଲେ ମୋନାଲିସା ସୁତାର। ହେଲେ ମିଛରେ କରିଥିବା ଏହି ଅଭିନୟ ତାଙ୍କ ଜୀବନ ନେଇଯାଇଥିଲା। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲାର ନିକିରାଇ ଥାନା ଅନ୍ତର୍ଗତ ବାରୋ ଗ୍ରାମରେ।

ଦୁଇ ଭଉଣୀ ଙ୍କ ମଧ୍ୟରେ ଝଗଡା ଲାଗିଥିଲା ସାନ ଭଉଣୀ କୁ ପାନେ ଦେବାକୁ ବଡ ଭଉଣୀ ଡ଼ରେଇବା ପାଇଁ ଏକ ରଶି ନେଇ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲା ଏବଂ କହିଥିଲା ସବୁବେଳେ ଝଗଡା କରୁଛୁ ଦେଖ ମୁଁ ଆଜି ମରିବାକୁ ଯାଉଛି। କିନ୍ତୁ ସାନ ଭଉଣୀ ଶୁଣିନଥିଲା ଭାବିଥିଲା ଝଗଡା ପାଇଁ ବୋଧେ ଏମିତି ମଜାକ କରୁଛି ଅପା। ବଡ ଭଉଣୀ ମଧ୍ୟ ଡରେଇବାକୁ ଯାଇ ଏକ ରଶି ସାହାଯ୍ୟରେ ଝୁଲିପଡିଥିଲା।

ସୂଚନା ଅନୁଯାୟୀ ମୋନାଲିସା ପ୍ରଥମ ବର୍ଷ କଳାରେ ଅଧ୍ୟୟନ କରୁଥିଲେ। ସାନ ଭଉଣୀ ବି ବେଶ୍ ହାଲୁକା ଭାବେ ନେଇଥିଲେ ଉକ୍ତ କଥାକୁ। ସେ କେବେ କରିନଥିଲେ ଯେ ତାଙ୍କ ଭଉଣୀ ମିଛରେ ଏପରି ଉଦ୍ୟମ କରିବେ ବୋଲି। ଆଉ ମିଛରେ ଆତ୍ମହତ୍ୟା କରୁକରୁ ସତରେ ଜୀବନ ଚାଲି ଯାଇଥିଲା ମୋନାଲିସାଙ୍କ। ମୋନାଲିସାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।