ପ୍ରଥମେ କହିଲେ କଟକରେ ଗୋଟିଏ ମ୍ୟାଚ୍ ଖେଳାଯିବ, ହେଲେ IPL ଖେଳସୂଚୀ ଘୋଷଣା ପରେ ଲିଷ୍ଟରେ ନାହିଁ ନାଁ, ଜାଣନ୍ତୁ ପୁରା ଖବର

 

ପ୍ରଥମେ କହିଲେ ବାରବାଟିରେ ମ୍ୟାଚ ହେବ ହେଲେ ଆଇପିଏଲ୍ କାର୍ଯ୍ୟସୂଚୀ ଘୋଷଣା ପରେ ଲିଷ୍ଟରେ ନାହିଁ କଟକର ନାଁ। ଇଣ୍ଡିଆନ୍ ପ୍ରିମିୟର ଲିଗ୍ 2024 ର କାର୍ଯ୍ୟସୂଚୀ ଆସିଛି। ଆଜି ଏହା ଘୋଷଣା କରାଯାଇଛି। ଦୀର୍ଘ ସମୟ ଧରି ଆଇପିଏଲ୍ କାର୍ଯ୍ୟସୂଚୀକୁ ଅପେକ୍ଷା କରାଯାଇଥିଲା। ଆଇପିଏଲର ପ୍ରଥମ ମ୍ୟାଚ୍ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ହେବ। ଏହି ମ୍ୟାଚ୍ ଚେନ୍ନାଇରେ ଖେଳାଯିବ।  ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଥମ 21 ଦିନର କାର୍ଯ୍ୟସୂଚୀ ପ୍ରକାଶ ପାଇଛି।

ମାର୍ଚ୍ଚ 22 ରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଆଇପିଏଲ୍ 2024 ର ଉଦଘାଟନୀ ମ୍ୟାଚ୍ ଅନୁଷ୍ଠିତ ହେବ। ମେ 26 ରେ ଆଇପିଏଲ୍ ଫାଇନାଲ୍ ଖେଳାଯିବାର ସମ୍ଭାବନା ଅଛି। IPL 2024 ମଧ୍ୟ IPL ର 2023 ସିଜନ୍ ପରି ହେବ। ଏଥିରେ 74 ଟି ମ୍ୟାଚ୍ ଖେଳାଯିବ, କିନ୍ତୁ ଗତ ବର୍ଷ 60 ଦିନ ବଦଳରେ ଏଥର 67 ଦିନ ପାଇଁ ମ୍ୟାଚ୍ ଖେଳାଯିବ। ସାଧାରଣ ନିର୍ବାଚନ ହେତୁ ଆଇପିଏଲ୍ କାର୍ଯ୍ୟସୂଚୀକୁ ଏକ ସପ୍ତାହ ବୃଦ୍ଧି କରାଯାଇଛି।

ତେବେ ଆଇପିଏଲ୍ କାର୍ଯ୍ୟସୂଚୀ ଘୋଷଣା ପୂର୍ବରୁ ଜାତୀୟ ଗଣମାଧ୍ୟମରେ ଏକ ଖବର ପ୍ରକାଶ ପାଇଥିଲା ଯେଉଁଥିରେ ଦର୍ଶାଯାଇଥିଲା ଯେ ଦିଲ୍ଲୀ କ୍ୟାପିଟାଲ୍ସ ତାର ପ୍ରଥମ ଦୁଇଟି ଘରୋଇ ମ୍ୟାଚରୁ ଗୋଟିଏ ମ୍ୟାଚ୍ କଟକ ବାରବାଟି ଷ୍ଟାଡିୟମରେ ଖେଳିବ। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ ପ୍ରସ୍ତୁତ ନ ଥିବାରୁ ପ୍ରଥମ ଦୁଇଟି ମ୍ୟାଚ୍‌ ଅନ୍ୟ ଷ୍ଟାଡିୟମରେ ଖେଳାଯିବାର ସମ୍ଭାବନା ରହିଛି ବୋଲି ଚର୍ଚ୍ଚା ହେଉଥିଲା। ମାତ୍ର କ୍ରୀଡାସୂଚୀ ଘୋଷଣା ପରେ ଦିଲ୍ଲୀର ପ୍ରଥମ ଦୁଇଟି ଘରୋଇ ମ୍ୟାଚ ଭାଇଜାକ୍ ରେ ହେବ ବୋଲି ପ୍ରକାଶ ପାଇଛି। ଏହାଦେଖି ଅନେକ ଓଡ଼ିଶା କ୍ରିକେଟ ପ୍ରେମୀ ନିରାଶ ହୋଇଛନ୍ତି।

ସୂଚନାଯୋଗ୍ୟ, ବାରବାଟୀ ହେବ ୱାର୍ଲଡ କ୍ଲାସ କ୍ରିକେଟ ଷ୍ଟାଡିୟମ। ଆସନ୍ତା ୨୭ ତାରିଖରେ ବାରବାଟୀ ନବୀକରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ। ତିନି ବର୍ଷ ମଧ୍ଯରେ କାମ ସରିବ। ଖର୍ଚ୍ଚ ହେବ ୬୦୦ ରୁ ୭୦୦ କୋଟି ଟଙ୍କା। ନବୀକରଣ ପ୍ରକଳ୍ପ ଅଧିନରେ ବାରବାଟୀର ପୁରୁଣା ଗ୍ୟାଲେରୀ ଭଙ୍ଗା ହୋଇ ନୂଆ କରାଯିବ। ଦର୍ଶକ ପାଇଁ ୬୦ ହଜାର ନୂଆ ଚେୟାର ବ୍ୟବସ୍ଥା ହେବ। ଆଗାମୀ ୩ ବର୍ଷରେ ବାରବାଟୀ ଏକ ବିଶ୍ବସ୍ତରୀୟ କ୍ରିକେଟ ଷ୍ଟାଡିୟମର ମାନ୍ୟତା ପାଇବ।