ମୋହନ ସରକାରରେ ଏ କଣ ଚାଲିଛି? ମହିଳାଙ୍କୁ ଡିଲର୍ କହୁଛନ୍ତି ଶାରୀରିକ ସମ୍ପର୍କ ରଖିଲେ ମିଳିବ ରାସନ୍ ନହେଲେ କଟିଯିବ, ଜାଣନ୍ତୁ ପୁରା ଘଟଣା
ରାସନ୍ ଦେବା ବାହାନାରେ ଡିଲର ଦେଉଥିଲା ଯୌନ ନିର୍ଯ୍ୟାତନା ! ଆଜ୍ଞା ହଁ । ଏଭଳି ମଧ୍ୟ ଏକ ଲଜ୍ଜାଜନକ ପରିସ୍ଥିତି ଦେଖିବାକୁ ମିଳିଛି । ଯେଉଁଠି ରାସନ୍ ଦେବା ପରିବର୍ତ୍ତେ ଡିଲର ଜଣକ ମହିଳା ମାନଙ୍କ ସହ କରୁଥିଲା ଏପରି ......
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
କିନ୍ତୁ ବର୍ତ୍ତମାନ ସାମ୍ନାକୁ ଆସିଛି ଏହି ଭଦ୍ରମୁଖା ପିନ୍ଧିଥିବା ରାକ୍ଷସ ଡିଲରର ସମସ୍ତ ସତ । ଏଭଳି ଲଜ୍ଜାଜନକ ପରିସ୍ଥିତି ଦେଖିବାକୁ ମିଳିଛି ମାର୍ଶାଘାଇ ବ୍ଲକ୍ ଅନ୍ତର୍ଗତ ମଙ୍ଗରାଜପୂର୍ ଅଞ୍ଚଳରେ । ସୂଚନା ଅନୁସାରେ , ସେହି ଅଞ୍ଚଳର ଏକ ଡିଲର୍ ରାସନ୍ ଦେବା ପରିବର୍ତ୍ତେ ମହିଳା ମାନଙ୍କ ସହ ଖରାପ ବ୍ୟବହାର କରୁଥିଲା ।
ଏହା ସହ ତାଙ୍କର ନମ୍ବର୍ ନେଇ ତାଙ୍କ ସହ କଥା ମଧ୍ୟ ହୁଅନ୍ତି । ଯଦି କେହି ତାଙ୍କ କଥାରେ ରାଜି ନ ହୁଅନ୍ତି ତେବେ ତାଙ୍କୁ ତାଙ୍କ ରାସନ୍ କାର୍ଡ କାଟି ଦେବାର ଧମକ ମଧ୍ୟ ଦିଅନ୍ତି । କେବଳ ଏତିକି ନୁହେଁ ବରଂ ସେ ଅନେକ ମହିଳାଙ୍କୁ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମଧ୍ୟ ବାଧ୍ୟ କରନ୍ତି ।
ଆଉ ଶାରୀରିକ ସମ୍ପର୍କ ରଖିବା ସମୟରେ ସେ ଏହାର ଭିଡ଼ିଓ ବନାନ୍ତି । ସେହି ଭିଡିଓକୁ ଭାଇରାଲ୍ କରି ଦେବାର ଭୟ ଦେଖାଇ ମହିଳା ମାନଙ୍କ ସହ ସେ ତାଙ୍କ ଇଚ୍ଛା ଅନୁସାରେ ଶାରୀରିକ ସମ୍ପର୍କ ରଖିଥାନ୍ତି । କିନ୍ତୁ ବର୍ତ୍ତମାନ ତାଙ୍କର ସତ ସମସ୍ତଙ୍କ ସାମ୍ନାକୁ ଆସିଛି । ହେଲେ ଏତେ ସବୁ ପରେ ବି ସ୍ଥାନୀୟ ପ୍ରଶାସନ ତାଙ୍କ ବିରୋଧରେ କୌଣସି ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ ।