ବାହାଘରର ୪ ମାସରେ ସୁନ୍ଦରୀ ବୋହୂକୁ ମାରିଦେଲେ ଶାଶୁଘର ଲୋକେ, ସ୍ୱାମୀ ବି ଛାଡିଲାନି, ଜାଣନ୍ତୁ ପୁରା ଘଟଣା
ମନରେ ଅସୁମାରି ସ୍ଵପ୍ନ ନେଇ ନବ ବଧୂ ସାଜିଥିଲା ଝିଅ । ସାତ ଦୀପ ଆଠ କଳସକୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧି ହୋଇଥିଲା । ନିଜ ଜୀବନ ସାଥି ସହ ଆରମ୍ଭ କରିବାକୁ ଯାଉଥିଲା ଏକ ନୂଆ ଜୀବନ । ଝିଅର ବାହାଘରରେ ପରିବାର ଲୋକେ ବହୁତ ଖୁସି ଥିଲେ ।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
ହେଲେ କେହି କଣ ଜାଣିଥିଲେ ଝିଅର ନୂଆ ଜୀବନ ଆରମ୍ଭ ହେଉ ହେଉ ଝିଅର ଜୀବନ ଚାଲିଯିବ ବୋଲି । ତେବେ ରାଜଗାଙ୍ଗପୁରର ଇନ୍ଦ୍ରଶେଖର ଦେଓଙ୍କ ଝିଅ ଦ୍ରିଶିତ ଦେଓ ଶେଖର ତଥା ମାନି । ଇନ୍ଦ୍ରଶେଖର ବହୁ ଆଡ଼ମ୍ବରର ସହ ନିଜ ଝିଅକୁ ବାହା ଦେଇଥିଲେ । ମାନି ବଣାଇ ଥାନା ଅନ୍ତର୍ଗତ ସିଂଟୋଲା ବସ୍ତିର ଅମିତ୍ ସିଂଙ୍କୁ ବିବାହ କରିଥିଲେ ।
କିନ୍ତୁ ବିବାହର କିଛି ଦିନ ପରେ ଶୁଣିବାକୁ ମିଳିଥିଲା କିଛି ଏପରି ଯାହା ମାନିଙ୍କ ପରିବାର ଲୋକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ବାହାଘରର ୪ ମାସ ପରେ ଝିଅର ମୃତ୍ୟୁ ଖବର ପାଇଥିଲେ ଘର ଲୋକେ ।
ଘର ଲୋକଙ୍କ କହିବା ଅନୁସାରେ ଝିଅର ମୃତ୍ୟୁ ହୋଇ ନାହିଁ ବରଂ ତାକୁ ତାର ଶାଶୁଘର ଲୋକେ ଏବଂ ତାର ସ୍ଵାମୀ ମିଶି ମାରି ଦେଇଛନ୍ତି । ତାଙ୍କର କହିବା ଅନୁସାରେ ପୂର୍ବରୁ ମଧ୍ୟ ତାଙ୍କ ଝିଅକୁ ସେ ବହୁ ନିର୍ଯ୍ୟାତନା ଦିଅନ୍ତି ବୋଲି ଝିଅ ତାଙ୍କୁ ଫୋନ୍ କରି କୁହେ । ସବୁ ଠିକ୍ ହୋଇଯିବ କହି ପରିବାର ଲୋକେ ତାକୁ ବୁଝେଇ ଦିଅନ୍ତି । କିନ୍ତୁ ବର୍ତ୍ତମାନ ଶାଶୁଘର ଲୋକେ ଝିଅକୁ ମାରି ତାର ମାମୁଁ ଘରେ ତାର ଶବ ପହଞ୍ଚାଇ ଦେଇଛନ୍ତି ।
କିନ୍ତୁ ଝିଅର ଶାଶୁଘର ଲୋକଙ୍କ କହିବା ଅନୁସାରେ ସେମାନେ ଝିଅକୁ ମାରି ନାହାନ୍ତି ବରଂ ଝିଅ ନିଜେ ବିଷ ଖାଇ ଦେଇଥିଲା । ଯାହା ଦ୍ଵାରା ସେମାନେ ବୋହୂକୁ ମେଡିକାଲ ନେଇ ଯାଇଥିଲେ । ଡାକ୍ତର ଚିକିତ୍ସା କରୁଥିବା ସମୟରେ ମାନିର ମୃତ୍ୟୁ ଘଟିଛି ।