ଆସିଲା ବଡ ଖବର, ଆହୁରି ଉତ୍କଟ ହେବ ଆଳୁ ସମସ୍ୟା, ୩ ଦିନ ପରେ ବଢିଯିବ ଦର, ଜାଣନ୍ତୁ କାହିଁକି

 

ଆଳୁକୁ ନେଇ ଦେଖା ଦେଲା ପୁଣି ସଙ୍କଟ ! ବଢିବାକୁ ଆଳୁ ଦର । ପୂର୍ବରୁ ଆଳୁ କେଜି ପିଛା ୬୦ ରୁ ୭୦ ଟଙ୍କା ଥିବା ବେଳେ ଗତ ସପ୍ତାହରେ ଆଳୁ ଦର ହ୍ରାସ ପାଇଥିଲା । ଏବଂ କେଜି ପିଛା ୪୦ ରୁ ୫୦ ଟଙ୍କା ପଡୁଥିଲା । କିନ୍ତୁ ବର୍ତ୍ତମାନ ଆଳୁ ଦରରେ ଦେଖା ଦେଇଛି ବୃଦ୍ଧି । 

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ତେବେ ଓଡ଼ିଶା ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ନିର୍ଭର କରିଥାଏ । କିନ୍ତୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଆଳୁ ଦେବା ପାଇଁ ମନା କରିଦେବା କଥା ତ ଆପଣ ଜାଣିଥିବେ । ଯାହା ପରେ ଆଳୁ ଦରରେ ବୃଦ୍ଧି ହୋଇଥିଲା ।

ଏହା ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ତରପ୍ରଦେଶର ସରକାରଙ୍କ ସହ ଆଳୁ ସମ୍ବନ୍ଧରେ ଆଲୋଚନା କରିଥିଲେ । ଏବଂ ଉତ୍ତରପ୍ରଦେଶ ସରକାର ଓଡ଼ିଶାକୁ ଆଳୁ ଦେବା ପାଇଁ ରାଜି ମଧ୍ୟ ହୋଇଥିଲେ । କିନ୍ତୁ ଉତ୍ତରପ୍ରଦେଶରୁ ଆଳୁ ଆସିବା ଅତ୍ୟନ୍ତ ମହଙ୍ଗା ପଡୁଥିଲା ।

ଯାହାକୁ ନେଇ ଉଭୟ ବ୍ୟବସାୟୀ ଏବଂ ଗ୍ରାହକ ଚିନ୍ତାରେ ପଡ଼ି ଯାଇଥିଲେ । ତେଣୁ ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମମତା ବାନାର୍ଜୀଙ୍କୁ ଫୋନ୍ କରି ଏ ସମ୍ବନ୍ଧରେ ଆଲୋଚନା କରିଥିଲେ । ସେ ଆଳୁ ଦେବା ପାଇଁ ରାଜି ମଧ୍ୟ ହୋଇଥିଲେ । କିନ୍ତୁ ବର୍ତ୍ତମାନ ସେ ପୁନଶ୍ଚ ତାଙ୍କ ପ୍ରସ୍ତାବରୁ ଓହରି ଯାଇଛନ୍ତି ।

ଏବଂ ଆଳୁ ଦେବା ପାଇଁ ମନା କରିଛନ୍ତି । ଯେଉଁଥି ପାଇଁ ପୁନଶ୍ଚ ଉତ୍ତରପ୍ରଦେଶରୁ ଆଳୁ ଆଣିବା ପାଇଁ ସରକାର ପ୍ରସ୍ତାବ ଦେଇଛନ୍ତି । କିନ୍ତୁ ଲମ୍ବା ରାସ୍ତା ପାଇଁ ଆକୁ ଆସିବା ମହଙ୍ଗା ପଡୁଛି । କେବଳ ଏତିକି ନୁହେଁ ବରଂ ଗୋଟିଏ ଗୋଟିଏ ଅଖାରୁ ପ୍ରାୟ ୭ ରୁ ୧୦ କେଜି ଭଳି ପଚା ଆଳୁ ବାହାରୁଛି । 

ତେଣୁ ଟ୍ରେନ ଲାଇନ୍ ସାହାଯ୍ୟରେ ଏଥରକ ଉତ୍ତରପ୍ରଦେଶରୁ ଆଳୁ ଅଣାଯିବ । ଯେଉଁଥି ପାଇଁ ବିଶ୍ୱାସ କରା ଯାଉଛି କି ପ୍ରାୟ ଏହି ୩ ଦିନ ମଧ୍ୟରେ ପୁଣି ଆଳୁ ଦରରେ ବୃଦ୍ଧି ହୋଇପାରେ ।