ଯେଉଁ ସେଲ୍ ରେ ଭଣ୍ଡ ସାରଥି ବସି ଧ୍ୟାନ କରୁଥିଲା, ସେଇଠି ବର୍ତ୍ତମାନ ମିନିଷ୍ଟର୍ କିଲର୍ ଗୋପାଳ କରୁଛି ଏମିତି କିଛି

 

ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ ହତ୍ୟାକରି ଅନୁତାପ କରୁଛି ASI ଗୋପାଳ ଦାସ। ଜେଲରେ ଗୋପାଳକୁ ଜଗିବା ପାଇଁ ସ୍ଵତନ୍ତ୍ର କମିଟି ଗଠନ କରାଯାଇଛି। 5 ଟି ସେଲ ବିଶିଷ୍ଟ କୋଠରୀରେ କେବଳ ଗୋପାଳ ଦାସ ହିଁ ରହିବାର ବ୍ୟବସ୍ଥା କରାଯାଇଛି। 

ବର୍ତ୍ତମାନ ପାଇଁ ଚୌଦ୍ବାର ଜେଲର 3 ନମ୍ବର ସେଲରେ ରହୁଛି ଗୋପାଳ। ଆଉ ଏହି 3 ନମ୍ବର ସେଲ ପାଲଟିଛି ଗୋପାଳ ଙ୍କ ପାଇଁ ନୂଆ ଠିକଣା। କିନ୍ତୁ ପୂର୍ବରୁ ଏହି ସେଲ ରେ ରହୁଥିଲେ ଭଣ୍ଡ ସାରଥି ବାବା। ଯାହାଙ୍କୁ ଆଣ୍ଠୁଆ ଗୋପାଳର ଆଖ୍ୟା ଦିଆଯାଇଥିଲା। ଆଉ ବର୍ତ୍ତମାନ ସାରଥିର ସେଲରେ ଗୋପାଳ ରହିଛନ୍ତି ବୋଲି ଜଣାପଡିଛି। 

ଅନ୍ୟପଟେ ମନ୍ତ୍ରୀ ନବ ଦାସଙ୍କ ସହ ଗୋପାଳର 3-4 ଟି କାରଣକୁ ନେଇ ଯୁକ୍ତି ତର୍କ ହୋଇଥିବା ଜଣା ପଡିଛି। ପ୍ରଥମ କାରଣ ହେଉଛି ଟ୍ରାଫିକ ଡିଉଟି କଲା ବେଳେ ନବ ଦାସଙ୍କ ଗାଡି ଅଟକାଇ ଥିଲେ ଗୋପାଳ। ଆଉ ସେଠାରେ ଗୋପାଳଙ୍କୁ ସମସ୍ତଙ୍କ ସାମ୍ନାରେ ନବ ଦାସ ଚାପୁଡ଼ା ମାରିଥିଲେ ବୋଲି ଦେଖାଯାଇଥିଲା।

<a href=https://youtube.com/embed/ig99XSgAKcM?autoplay=1&mute=1><img src=https://img.youtube.com/vi/ig99XSgAKcM/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ଅନ୍ୟ କାରଣତି ହେଉଛି ଗୋପାଳ ନିଜର ଏକ ଘନିଷ୍ଟ ବ୍ୟକ୍ତିଙ୍କୁ ଚାକିରି ଦେବା ପାଇଁ ନବ ଦାସଙ୍କୁ ବାରମ୍ବାର ଗୁହାରି କରିଥିଲେ କିନ୍ତୁ ଗୋପାଳଙ୍କ ଅନୁରୋଧକୁ ଆଦୌ ଶୁଣି ନଥିଲେ ନବ। ବରଂ ତାଙ୍କୁ ଖରାପ ବ୍ୟବହାର କରିଥିଲେ। ଅନ୍ୟ ଏକ କାରଣ ହେଉଛି ବ୍ରହ୍ମପୁର ବାସିନ୍ଦା ଗୋପାଳ ଝାରସୁଗୁଡାରେ ଦୀର୍ଘ ଦିନ ହେଲା ଚାକିରି କରିବା ପରେ ନିଜ ଜିଲ୍ଲାକୁ ବଦଳି ପାଇଁ ଚାହୁଁଥିଲେ।ଏଥିପାଇଁ ନବ ଦାସ ଙ୍କୁ ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନଥିଲା ତାଙ୍କୁ।