ମୁଁ ଭଲ ପାଇ ବାହାହେଇଥିଲି ,ହେଲେ ଅନ୍ୟ ଝିଅଙ୍କ ସହ ସମ୍ପର୍କ ରଖିବାକୁ ମୋ ସ୍ୱାମୀ କରୁଛନ୍ତି ଏମିତି କାମ

 

ଆପଣମାନେ ତ ଜାଣିଥିବେ ଆଜିକାଲି ଅନେକ ପ୍ରକାର ଘଟଣା ଦୁର୍ଘଟଣା ଦେଖିବାକୁ ମିଳୁଛି। ଆଜିକାଲି ବିବାହିତା ପୁରୁଷ ଏବଂ ମହିଳା ମାନେ ପରକ୍ରିୟା ପ୍ରୀତିରେ ଲିପ୍ତ ରହୁଛନ୍ତି। ଏହାଦ୍ବାରା ଏହି ସମାଜ କଳୁଷିତ ହେବାରେ ଲାଗିଛି। ତେବେ ଜଣେ ମହିଳା ଗଣମାଧ୍ୟମ ଆଗରେ କହିଛନ୍ତି ଯେ ସେ ସାତ ବର୍ଷ ହୋଇଗଲାଣି ବିବାହ କରିଛନ୍ତି। ସବୁକିଛି ଠିକ ଠାକ୍ ଚାଲିଥିଲା।

ମହିଳା ଜଣଙ୍କ ବାହା ହେବାପରେ ବେଶ ଖୁସି ଥିଲେ।ହେଲେ ବର୍ଷେ ହେବ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ କୌଣସି କାରଣ କୁ ନେଇ ଝଗଡ଼ା ହେଉଛି। ଦୁହେଁ ଭଲ ପାଇ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ। ୨୦୧୭ ମସିହା ରେ ଯେତେବେଳେ ତାଙ୍କର ବାହାଘର ହୋଇଥିଲା ମହିଳା ଙ୍କ ପରିବାର ଲୋକେ ରାଜି ନଥିଲେ ହେଲେ ଯୁବକ ଙ୍କ ଘର ଲୋକ ବାହାଘର ପାଇଁ ରାଜି ହୋଇଥିଲେ। 

୨୦୧୯ ରେ ମହିଳା ଜଣଙ୍କ ଭୁବନେଶ୍ୱର ରେ ଆସିଲେ। କିନ୍ତୁ ଦୁଇ ବର୍ଷ ହୋଇଯିବ ମହିଳାଙ୍କ ସ୍ବାମୀ କିଛି ଟଙ୍କା ଦେଉ ନଥିଲେ। ଯାତ୍ରା କୁ ଯିବା ପରେ ବ୍ୟକ୍ତି ଜଣଙ୍କ ଅନ୍ୟ ଝିଅଙ୍କ ସହିତ ସମ୍ପର୍କ ରଖୁଥିଲେ ବୋଲି ମହିଳା ଜଣଙ୍କ ଜାଣିବାକୁ ପାଇଲେ। ଜଣେ ଯୁବତୀଙ୍କୁ ତାଙ୍କ ପାଖରେ ବହୁତ ସମ୍ପତି ଅଛି, ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି କହି ଫସାଇ ଛନ୍ତି। 

ମହିଳା ଜଣଙ୍କ ଯେତେବେଳେ ତାଙ୍କ ସ୍ବାମୀଙ୍କୁ ଏହି ବିଷୟରେ ପଚାରିଲେ ସେ କ୍ଷମା ମାଗିଲେ ଆଉ ଏଭଳି କରିବେ ନାହିଁ ବୋଲି କହିଥିଲେ। କିନ୍ତୁ ପୁଣିଥରେ ସେହିଭଳି ଅନ୍ୟ ଝିଅଙ୍କୁ ଭଲ ପାଇଲେ ଯୁବକ ଜଣଙ୍କ। ପ୍ରତ୍ୟେକ ଟି କଥାରେ ବ୍ୟକ୍ତି ଜଣଙ୍କ ଛାଡ଼ପତ୍ର ଦେବେ ବୋଲି କହିଥାନ୍ତି। ଏବଂ ମହିଳା ଙ୍କୁ ଅନେକ କଥା କହିଥାନ୍ତି।

ବର୍ତ୍ତମାନ ମହିଳା ଜଣଙ୍କ ତାଙ୍କ ସ୍ବାମୀ ନାଁ ରେ ଅଭିଯୋଗ କରିଛନ୍ତି। ଯୁବକ ଜଣଙ୍କ ଯେଉଁ ଝିଅ ମାନଙ୍କୁ ଭଲ ପାଉଛନ୍ତି ସେ ବାହା ହୋଇ ନାହାଁନ୍ତି ବୋଲି କହିଛନ୍ତି।ମହିଳା ଜଣଙ୍କ ଗଣମାଧ୍ୟମ ସାମ୍ନାରେ ସବୁକିଛି କହିଛନ୍ତି।