ସ୍ତ୍ରୀର ସୁଧ ବେପାରକୁ ବିରୋଧ କରିବା ପଡିଲା ମହଙ୍ଗା, ସ୍ୱାମୀକୁ ଚାପୁଡ଼ା ଓ ଛୁରା ମାଡ଼ କଲେ ଉଦଣ୍ଡି ମହିଳା, ଦେଖନ୍ତୁ ଭିଡ଼ିଓ

 

ଭୁବନେଶ୍ୱର ସ୍ଥିତ ଲକ୍ଷ୍ମିସାଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଏହି ଘଟଣାକ୍ରମରେ ଜଣେ ଉଦ୍ଧତ ମହିଳା ସାମାନ୍ୟ କାରଣରୁ ନିଜ ସ୍ୱାମୀ ଏବଂ ପୁଅକୁ ମରଣାତ୍ମକ ଆକ୍ରମଣ କରିଥିବା ସୂଚନା ମିଳିଛି। ଘଟଣାଟି ସାରା ଅଞ୍ଚଳରେ ଚହଳ ସୃଷ୍ଟି କରିଥିବା ବେଳେ ଏହାର ଏକ ଭିଡ଼ିଓ ମଧ୍ୟ ଭାଇରାଲ ହେଉଛି।

ଏହି ଘଟଣା ମୁତାବକ ଲକ୍ଷ୍ମୀସାଗର ଅଞ୍ଚଳର ଝୁଲଣା (ଛଦ୍ମ ନାମ) ନାମକ ଜଣେ ମହିଳା ସୁଧ ବେପାର କରନ୍ତି ଏବଂ ଏଥିରୁ ମାସକୁ ୬୦,୦୦୦ ରୁ ବି ଅଧିକ ଟଙ୍କା ରୋଜଗାର କରିଥାନ୍ତି। କିନ୍ତୁ ଯଦି କିଏ ପଇସା ଦେବାରେ ଖିଲାଫ କରନ୍ତି ତେବେ ଝୁଲଣା ତାଙ୍କୁ ମାଡ଼ ମାରିବାକୁ ମଧ୍ୟ ପଛାନ୍ତି ନାହିଁ ଯୋଉଟାକୁ ତାଙ୍କ ସ୍ବାମୀ ପ୍ରଦୀପ୍ତ ଓ ପୁଅ ବିରୋଧ କରି ଆସୁଥିଲେ। ସ୍ବାମୀ ପ୍ରଦୀପ୍ତ ବେରୋଜଗର ଥିବାରୁ ଏଥିନେଇ କିଛି କହି ପାରୁନଥିଲେ। ହେଲେ ଆଜି ଏହି କଥାକୁ ନେଇ ପୁଅ ବିରୋଧ କରିବାରୁ ଝୁଲଣା ତାକୁ ମାଡ଼ ମାରିଥିଲା, ଆଉ ପୁଅକୁ ବଞ୍ଚାଇ ବାକୁ ଯାଇ ବିଚରା ସ୍ଵାମୀ ଝୁଲଣାଙ୍କ ଆକ୍ରୋଶର ଶିକାର ହୋଇଥିଲେ।

ଉତକ୍ଷିପ୍ତ ମହିଳା ଜଣକ ଉଭୟେ ବାପ ପୁଅଙ୍କୁ ବହୁତ ମାଡ଼ ମାରିବା ସହ ରାଗରେ ସ୍ବାମୀକୁ ଛୁରା ମାଡ଼ କରିବାକୁ ମଧ୍ୟ ପଛାଇ ନଥିଲା। ହେଲେ ପ୍ରଦୀପ୍ତ ସେହି ସମୟରେ ଟିକେ ପଛେଇ ଯିବାରୁ ଛୁରୀଟି ପେଟରେ ବାଜି ଖସି ପଡ଼ି ଥିଲା। ଏହି ସମୟରେ ଉପସ୍ଥିତ ଥିବା ପୁଅ ନିଜ ବାପାଙ୍କର କଷ୍ଟ ଦେଖି ନ ପାରି ଏହି ଘଟଣାର ଭିଡ଼ିଓ ରେକର୍ଡ କରିଥିଲା। ପରବର୍ତ୍ତୀ ସମୟରେ ଭିଡ଼ିଓଟି ଭାଇରାଲ ହେବାପରେ ଲୋକଙ୍କୁ ପୁରା ଘଟଣା ବିଷୟରେ ଜଣା ପଡିଥିଲା। କେବଳ ଏତିକି ନୁହେଁ ବରଂ ଭିଡ଼ିଓ ଭାଇରାଲ ହେବା ଜାଣି ଝୁଲଣାର ମା ଆଉ ଭାଇ ଆସି ପ୍ରଦୀପ୍ତ କୁ ଆହୁରି ମାଡ଼ ମାରି ଲହୁ ଲୁହାଣ କରିଦେଇଥିଲେ। ଆହତ ଅବସ୍ଥାରେ ପ୍ରଦୀପ୍ତ ଏଥିନେଇ ଲକ୍ଷ୍ମିସାଗର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାକୁ ଗୁରୁତର ସହିତ ନେବା ସହ ଝୁଲଣା ନାଁରେ ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି।