ଅନ୍ୟାୟରେ 5ପୋଲିସ ଅଫିସରଙ୍କ ନିଲମ୍ବନ କୁ ବିରୋଧ କରି ଧାରଣା ଦେବେ ଶତାଧିକ ପୋଲିସ ଅଫିସର, ଜାଣନ୍ତୁ ପୁରା ଘଟଣା

 

ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଆପଣ ମାନେ ତ ଜାଣିଥିବେ କେମିତି ଥାନାରେ ଭିତରେ ମେଜେର ଏବଂ ତାଙ୍କ ପତ୍ନୀ ପୋଲିସଙ୍କୁ ଦୁର୍ବ୍ୟବହାର କରୁଛନ୍ତି। ପୋଲିସକୁ ଗାଳିଗୁଲଜ କରୁଛନ୍ତି। ଆଉ ନିଜ ପଦବୀର ଫାଇଦା ନେଇ କି ପୋଲିସ ଉପରେ ଗୋଟେ ଆକର୍ଷ ଜମାଉଛନ୍ତି।

ଭିଡିଓଟିରେ ଏହା ବୟାନ ହେଉଛି। ଅନ୍ୟପଟେ ମେଡିକାଲର ଏକ ସିସିଟିଭି ଫୁଟେଜ ଆସିଛି ଯେତେବେଳେ ମେଜର ଏବଂ ତାଙ୍କ ପତ୍ନୀ ଟ୍ରିଟମେଣ୍ଟ ହେବାକୁ ଯାଉଛନ୍ତି ସେଠି ମଧ୍ୟ ଜଣାପଡୁଛି ତାଙ୍କ ହାତ ଠିକ୍ ଅଛି ବୋଲି। 

କିନ୍ତୁ ଯେଉଁଦିନ ଗଣମାଧ୍ୟମ ଆଗରେ ମେଜରଙ୍କ ପତ୍ନୀ ପ୍ରତିକ୍ରିୟା ରଖିଥିଲେ ସେଇଦିନ ସେ ହାତରେ ବ୍ୟାଣ୍ଡେଜ୍ ଏବଂ ବେକରେ ମଧ୍ୟ ଆଘାତ ଲାଗିଥିବା ଜଣାପଡ଼ିଛି। ଏହି ଘଟଣାକୁ ଏକ ଭିନ୍ନ ମୋଡ ଦେବାକୁ ଚେଷ୍ଟା କରାଯାଉଛି ବୋଲି ଜଣାପଡିଛି। ସେଥିପାଇଁ କମିଶନର ସମସ୍ତ ଷ୍ଟାପ୍ ମାନେ ଏକତ୍ରିତ ହେଇଛନ୍ତି। ପୋଲିସ ଅଫିସର ମାନଙ୍କୁ ଅପମାନ କରାଯାଇଛି। 

୫ ଜଣ ପୋଲିସ ଅଧିକାରୀଙ୍କୁ ମଧ୍ୟ ନିଲମ୍ବନ କରାଯିବ। ଆଉ ବର୍ତ୍ତମାନ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି। ଏହି ଘଟଣାକୁ ନେଇ ଭଲରେ ତଦନ୍ତ କରାଯାଉ ଆଉ ଘଟଣା ପଛରେ ଥିବା ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ମେଜର ଓ ତାଙ୍କ ପତ୍ନୀଙ୍କୁ ଦୁର୍ବୃତ୍ତ ମାନେ କମେଣ୍ଟ କରିବା ସହ ତାଙ୍କ ସହିତ ଅସଦାଚରଣ କରିଥିଲେ ସେହି ୭ ଜଣଙ୍କୁ ଚନ୍ଦକା ପୋଲିସ ଗିରଫ କରିଛି। 

କିନ୍ତୁ ଭରତପୁର ଥାନାରେ ଘଟିଥିବା ଘଟଣା ପଛରେ କୌଣସି ପ୍ରକାର ଦୋଷ ନାହିଁ ବୋଲି ପୋଲିସ ଅଫିସର ମାନଙ୍କ ଦାବି ରହିଛି। ଏବଂ ଯେଉଁଭଳି ଭାବରେ ମେଜର ଏବଂ ତାଙ୍କ ପତ୍ନୀ ପୋଲିସଙ୍କ ସହିତ ଖରାପ ବ୍ଯବହାର ଦେଖାଇଲେ ତାକୁ ନେଇ କେହି ମୁଁହ ଖୋଲୁ ନାହାନ୍ତି। ସମସ୍ତେ କହୁଛନ୍ତି ତାଙ୍କୁ ନ୍ୟାୟ ଦରକାର। ଆଉ ଘଟଣା ପଛର ପ୍ରକୃତ ସତ ସାମ୍ନାକୁ ଆଣିବା ପାଇଁ ପୋଲିସ ଅଫିସର ମାନେ ଦାବି କରିଛନ୍ତି।