ଦେଖନ୍ତୁ ଭିଡିଓ: ପଟିଆ ଛକରେ ଭୟଙ୍କର ଦୃଶ୍ୟ, ଧକ୍କା ଦେଇ ନିଆଁ ବାହାର କରି ସ୍କୁଟିକୁ ଘୋଷାଡି ନେଲା କାର୍

 

ଭୁବନେଶ୍ୱରରେ ବୁଧବାର ରାତିରେ ଏକ ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି । ଏକ ସ୍କୁଟିକୁ ଧକ୍କା ଦେଇ ପ୍ରାୟ ୨ କିମି ଯାଏ ଘୋଷାଡି  ନେଇଛି କାର୍‌। ଫଳରେ ଚାଳକ  ଗୁରୁତର ହେବା ସହ ସ୍କୁଟି  ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। କାର ଚାଳକଙ୍କୁ ଇନ୍‌ଫୋସିଟି ଥାନା ପୁଲିସ ଅଟକ ରଖି  ପଚରାଉଚରା କରୁଛି।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ। ଭୁବନେଶ୍ବର ପଟିଆ ଛକରେ ହୋଇଛି ଏହି ଭୟଙ୍କର ଦୁର୍ଘଟଣା। ଶହେ ନୁହେଁ କି ଦୁଇ ଶହ ନୁହେଁ, ପାଖାପାଖି ଗୋଟିଏ କିଲୋମିଟର ପର୍ଯ୍ୟନ୍ତ ସ୍କୁଟିକୁ ଘୋଷାଡ଼ି ନେଇଛି କାର୍‌। ସ୍ଥାନୀୟ ଲୋକେ ପାଟି କରିବା ସତ୍ବେ ଚାଳକ ଗାଡ଼ିକୁ ନ ଅଟକାଇ ସ୍କୁଟିକୁ ସେମିତି ଘୋଷାଡ଼ି ନେଇଛନ୍ତି। କାର୍‌ ଚାଳକଙ୍କ ଏମିତି କାଣ୍ଡ ସମସ୍ତଙ୍କୁ ବିଚଳିତ କରିଛି। ସଂକଟାପନ୍ନ ଅବସ୍ଥାରେ ସ୍କୁଟି ଚାଲକଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ବୁଧବାର ରାତି ପ୍ରାୟ ୮ଟାରେ ପଟିଆ ଆଡୁ ଏକ କଳା ରଙ୍ଗର  କାର ନନ୍ଦନକାନନ ଆଡ଼କୁ  ଯାଉଥିଲା। ମ୍ୟାଗନେଟିକ୍‌ ଛକ  ନିକଟରେ ଜଣେ ସ୍କୁଟି ଚାଳକକୁ  ପ୍ରଥମେ ଧକ୍କା ଦେଇଥିଲେ । ସ୍କୁଟି  ଚାଳକ ଛିଟିକି ପଡ଼ି ଗୁରୁତର  ହୋଇଥିଲେ। ହେଲେ କାର ଚାଳକ ନ ଅଟକି ସ୍କୁଟିକୁ  ଘୋଷାଡ଼ି ନେଇଥିଲା। ଏହା ଦେଖି ରାସ୍ତାରେ ଲୋକେ ପାଟି କରିଥିଲେ ମଧ୍ୟ କାର ଚାଳକ ଗାଡିକୁ ଦ୍ରୁତ ଗତିରେ  ଚଳାଇ ଚାଲିଥିଲେ।

<a href=https://youtube.com/embed/vWOxiepFlBM?autoplay=1&mute=1><img src=https://img.youtube.com/vi/vWOxiepFlBM/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">  

ସ୍କୁଟିକୁ ଘୋଷାଡ଼ି ନେବା ସମୟରେ ରାସ୍ତା ଉପରେ ନିଆଁ ବାହାରୁଥିବାର ଦୃଶ୍ୟ ଅତି ଭୟଙ୍କର ଥିଲା। ଖବର ପାଇ ଇନଫୋସିଟି ଥାନା ପିସିଆର କାର  ଚାଳକଙ୍କୁ ଜେଡ୍‌ ୧ ଆପାର୍ଟମେଣ୍ଟ ନିକଟରୁ କାବୁ କରି ଥାନାକୁ ଆଣିଥିଲେ। ଆହତ ସ୍କୁଟି ଚାଳକଙ୍କୁ ହସ୍ପିଟାଲରେ  ଭର୍ତ୍ତି କରାଯାଇଛି।