ରାତି ଅଧରେ ଆସନ୍ତି, ଆଉ କିଛି ନ ଶୁଣି ଛାତକୁ ଟେକି ନେଇ ଖୋଲା ଆକାଶ ତଳେ ଯୁବତୀର ସବୁ ସାରିଦେଉଥିଲେ, ଜାଣନ୍ତୁ ପୁରା ଘଟଣା
ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅଞ୍ଚଳରେ ୨୨ ବର୍ଷୀୟା ରୀମାଙ୍କ ଘର। ରୋଗୀଣା ବାପାଙ୍କୁ ଧରି ନିର୍ବାସନ ଜୀବନ ଅତିବାହିତ କରୁଥିଲେ ରୀମା। ଏହାର ସୁଯୋଗ ନେଇ କିଛି ଯୌନ ରାକ୍ଷସ ତାଙ୍କ ଉପରେ ପକାଇଥିଲେ ଲୁଲୁପ ନଜର। ଆଉ ରାତି ଅଧରେ ତାଙ୍କ ଘରକୁ ଆସୁଥିଲେ।
ଅଭିଯୋଗ ଅନୁସାରେ ରାତି ପ୍ରାୟ ୧୦ ପରେ ଶୂନ୍ ଶାନ୍ ହୋଇଯାଉଥିଲା ଗାଁ ଦାଣ୍ଡ। ଆଉ ସେହି ଅନ୍ଧାର ରାତିରେ ଗାଁର ୬ରୁ ୭ ଜଣ ଯୁବକ ରୀମା ଘରେ ଜବରଦସ୍ତି ପଶୁଥିଲେ। ମାନସିକ ବିକାରଗସ୍ତ ବାପାଙ୍କୁ ଘରେ ପୂରାଇ ରୀମାଙ୍କୁ ଛାତ ଉପରକୁ ଟେକି ନେଉଥିଲେ। ରାତି ସାରା ଖୋଲା ଆକାଶ ତଳେ ଜଣେ ପରେ ଜଣେ ତାଙ୍କୁ ଦୁଷ୍କର୍ମ କରୁଥିଲେ।
ହେଲେ ମୁହଁ ଖୋଲି ଚିତ୍କାର କରିପାରୁନଥିଲେ ରୀମା। ଦେହର ସବୁ ଯନ୍ତ୍ରଣାକୁ ଦେହରେ ଜାବୁଡି ଧରି ଆଖିର ଲୋହକୁ ପିଇ ଯାଉଥିଲେ। ଆଉ ରାତି ପାହି ଆସିବା ପୂର୍ବରୁ ପଳାଇ ଯାଉଥିଲେ ଯୌନ ରାକ୍ଷସ। ଗଲା ବେଳେ ଦେଇ ଯାଉଥିଲେ ଧମକ, କାହାକୁ କହିଲେ ଜୀବନରୁ ମାରିଦେବୁ।
କ୍ଷତବିକ୍ଷତ ଶରୀର ଓ ଅସହାୟତା ଜୀବନକୁ ନେଇ ବଞ୍ଚୁଥିବା ରୀମା କିନ୍ତୁ ଭୟରେ ମୁହଁ ଖୋଲି ପାରୁନଥିଲେ। କାରଣ ମୁଣ୍ଡରେ ଘୂରି ବୁଲୁଥିଲା ଯୌନ ରାକ୍ଷସଙ୍କ ନାଲି ଆଖି। ତେଣୁ ସୂରୁଜ ଉଇଁବା ପୂର୍ବରୁ ଛାତରୁ ଆସି ବନ୍ଦୀ ରହିଥିବା ବାପାଙ୍କୁ ଘରୁ କାଢୁଥିଲେ। ମନ ଭିତରେ ସବୁ ଦୁଃଖ ଓ ଯନ୍ତ୍ରଣାକୁ ବାପାଙ୍କ କୋଳରେ ଥୋଇ ଦେଉଥିଲେ ରୀମା।
ଅଭିଯୋଗ ଅନୁସାରେ ଅଭିଯୁକ୍ତମାନେ ଏମିତି ପ୍ରାୟତଃ ପ୍ରତିଦିନ ଆସି ରୀମାଙ୍କୁ ଗଣ ଦୁ-ଷ୍କ-ର୍ମ କରୁଥିଲେ। ଏହାରି ଭିତରେ ସେ ୭ ମାସର ଗର୍ଭବତୀ ହୋଇଥିଲେ। ଏକଥା ଜାଣି ମଧ୍ୟ ଯୌ-ନ ରାକ୍ଷସମାନେ ତାଙ୍କୁ ବାରମ୍ୱାର ଦୁ-ଷ୍କ-ର୍ମ କରୁଥିଲେ। ତାଙ୍କୁ ମାସାଧିକ ସମୟ ଗଣ ଦୁ-ଷ୍କ-ର୍ମ କରି ଆସୁଥିଲେ।
ସବୁ ମାନବିକତା ଭୁଲି ଯାଇଥିଲେ। ସୌଭାଗ୍ୟକୁ ରୀମାଙ୍କ ଯନ୍ତ୍ରଣା ଶୁଣିପାରିଥିଲେ ଗାଁର ଜଣେ ବ୍ୟକ୍ତି। ଆଉ ସେ ଏ ନେଇ ଢେଙ୍କାନାଳ ‘ସଖି’କୁ ଖବର ଦେଇଥିଲେ। ‘ସଖି’ କର୍ମଚାରୀମାନେ ଏନେଇ ସଦର ଥାନାକୁ ଖବର ଦେଇଥିଲେ।