​​ଆଗେ ଗୁପଚୁପ ଖାଇବାକୁ ନେଇ ହାତାହାତି ହେଲେ ୨ ଯୁବତୀ, ଦେଖନ୍ତୁ କାମୁଡା କାମୁଡି ହୋଇ ଅବସ୍ଥା ସାଂଘାତିକ

 
ଝିମିଟି ଖେଳରୁ ମହାଭାରତ ତ ଆପଣ ଶୁଣିଥିବେ । କଣ କେବେ ଗୁପଚୁପ ଖାଇବା ପାଇଁ ମହାଭାରତ ହେବାର ଶୁଣିଛନ୍ତି । ଗୁପଚୁପ୍ ଏକ ଏଭଳି ଲୋକପ୍ରିୟ ଖାଇବା ଯାହାକୁ ଛୋଟ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ବେଶ ପସନ୍ଦ କରନ୍ତି । ତେବେ ଯଦି ଝିଅ ମାନଙ୍କ କଥା କୁହାଯାଏ ତେବେ ଝିଅ ଓ ଗୁପଚୁପ ର ସମ୍ପର୍କ ସଂପୂର୍ଣ୍ଣ ନିଆରା ।

ଗୁପଚୁପକୁ ନେଇ କଥା ଯାଇଁ ଉଠିଛି ପୋଲିସ୍ ଷ୍ଟେସନ୍ ରେ । ପଛରେ ଆସି ଆଗ ଗୁପଚୁପ ଖାଇବାକୁ ଡି ବସିଥିବା ଜଣେ ଯୁବତୀ ଅନ୍ୟ ଏକ ଯୁବତୀଙ୍କୁ ଆକ୍ରମଣ କରିବାକୁ ମଧ୍ୟ ପଛେଇ ନାହାନ୍ତି । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନି ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ଛକରେ । ଗତ କାଲି ସନ୍ଧ୍ୟାରେ ୩ ଜଣ ସାଙ୍ଗ ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଏକ ଗୁପଚୁପ ଦୋକାନରେ ପହଞ୍ଚିଥିଲେ । ସେମାନେ ଗୁପଚୁପ ଖାଇବା ପାଇଁ ଦୋକାନୀ ଠାରୁ ପାତ୍ର ଆଣିବା ବେଳେ ଅନ୍ୟ ଏକ ଯୁବତୀ ଗୁପଚୁପ ଖାଇବା ପାଇଁ ସେଠାରେ ପହଞ୍ଚି ଥିଲେ ।

ଯୁବତୀ ଜଣକ ଆଗ ଗୁପଚୁପ ଖାଇବା ପାଇଁ ଦୋକାନି କୁ କହିବାରୁ ଅନ୍ୟ ୩ ଜଣ ଯୁବତୀ ଏହାର ବିରୋଧ କରିଥିଲେ । ଏହି କଥାକୁ ନେଇ ଝଗଡ଼ା ଓ ଯୁକ୍ତି ତର୍କ ଆରମ୍ଭ ହୋଇଥିଲା । ପରେ ଏହି ଝଗଡ଼ା ଏତେ ବଢି ଯାଇଥିଲା ଯେ ପଛରେ ଆସିଥିବା ଯୁବତୀ ଜଣକ ୩ ଜଣ ସାଙ୍ଗ ଯୁବତୀ ମଧ୍ୟରୁ ଜଣଙ୍କ ହାତକୁ କାମୁଡି ଦେଇଥିଲେ । 

<a href=https://youtube.com/embed/Wuo5GDmXVSw?autoplay=1&mute=1><img src=https://img.youtube.com/vi/Wuo5GDmXVSw/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ଏ ନେଇ ଯୁବତୀ ଜଣଙ୍କ କ୍ୟାପିଟାଲ ଥାନାକୁ କଲ୍ କରି ସବୁ କଥା ଜଣାଇଥିଲେ । ପରେ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ୪ ଜଣ ଯୁବତୀଙ୍କୁ ସେଠାରୁ ଥାନାକୁ ନେଇ ଯାଇଥିଲା । କଥାର ସମାଧାନ ପରେ ୩ ଜଣ ସାଙ୍ଗ ଯୁବତୀ ସେଠାରୁ କ୍ୟାପିଟାଲ ହସ୍ପିଟାଲ୍ କୁ ଯାଇଥିବା ବେଳେ ଅନ୍ୟ ଆକ୍ରମଣକାରୀ ଯୁବତୀ ଜଣଙ୍କୁ ପୋଲିସ୍ ଅଟକାଇ ରଖିଛି ।