ବ୍ୟର୍ଥ ଯିବନି ଭକ୍ତଙ୍କ ଅର୍ପଣ, ପୁରୀ ଗଲାନି ସିନା ହେଲେ ସେହି ଚାଉଳ ଓ ଗୁଆରେ ହେବ ଏହି କାମ, ଜାଣନ୍ତୁ ପୁରା ଖବର
ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଗୁଆ , ଚାଉଳ ଗଲା କୁଆଡେ ? ଜଗନ୍ନାଥ ମନ୍ଦିରର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଗତ ୧୭ ଜାନୁୟାରୀରେ ସୂଚାର ରୂପେ ସମ୍ପନ୍ନ ହୋଇଥିଲା । ହେଲେ ଏଠାରେ ପହଞ୍ଚି ନ ଥିଲା ଗୁଆ କି ଅରୁଆ ଚାଉଳ । ତେବେ ଯଦି ଏହା ନିର୍ଦ୍ଧିଷ୍ଟ ଦିନରେ ପହଞ୍ଚିବାର ନ ଥିଲା ତେବେ ଗାଆଁ ଗାଆଁ ବୁଲି କାହିଁକି ଏ ପ୍ରହସନ ଜାରି ରହିଥିଲା । କାହିଁକି ଲୋକ ମାନଙ୍କ ଧାର୍ମିକ ଭାବନା ସହ ଏପରି ଖେଳା ଗଲା ?
Follow our WhatsApp channel and get all the Latest news
ତେବେ ଏହିସବୁ ପ୍ରଶ୍ନର ଉତ୍ତର ମିଳିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କାର୍ଯ୍ୟରେ ଲାଗିବ ଅର୍ପଣ ରଥରେ ସଂଗ୍ରହ ହୋଇଥିବା ଅରୁଆ ଚାଉଳ ଓ ଗୁଆ । ଶ୍ରୀମନ୍ଦିର ମହାସୁଆର ନିଯୋଗ ଏହାକୁ ସସମ୍ମାନେ ଗ୍ରହଣ କରି କାଳିଆ ଠାକୁରଙ୍କ କାର୍ଯ୍ୟରେ ବିନିଯୋଗ କରିବେ । ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମହାସୁଆର ନିିଯୋଗ ସଭାପତି ପଦ୍ମନାଭ ମହାସୁଆର ଓ ସମ୍ପାଦକ ନାରାୟଣ ମହାସୁଆର ।
ଏହାର ଜବାବ ଦେବାକୁ ଯାଇ ଆଜି ଶ୍ରୀମନ୍ଦିର ମହାସୁଆର ନିଯୋଗ ସ୍ପଷ୍ଟ କରିଛି- ଏହି ଅରୁଆ ଚାଉଳ ଏବଂ ଗୁଆ ମହାପ୍ରଭୁଙ୍କ କାମରେ ଲାଗିବ । ଭିନ୍ନଭିନ୍ନ ଭକ୍ତଙ୍କଠାରୁ ଅରୁଆ ଚାଉଳ ସଂଗ୍ରହ ହୋଇଥିବାରୁ ଚାଉଳର କିସମ ଭିନ୍ନ ଭିନ୍ନ ରହିଛି । ତେଣୁ ଏଥିରେ ଖେଚୁଡ଼ି ଭୋଗ ପ୍ରସ୍ତୁତ କରି ଭକ୍ତଙ୍କୁ ବାଣ୍ଟିବା ପାଇଁ ଯୋଜନା କରାଯାଇଛି । ଖେଚୁଡ଼ି ସହିତ କିଛି ଚାଉଳରେ ପିଠା ପ୍ରସ୍ତୁତ ହେବ । ଆଉ କିଛି ଚାଉଳରୁ ମୁରୁଜ ପ୍ରସ୍ତୁତ କରାଯିବ ।
ଜାଣନ୍ତୁ ଏଥି ପାଇଁ ରାଜସ୍ବ ପକ୍ଷରୁ କେତେ ବ୍ୟୟ ହୋଇଥିଲା ?
ଏଥି ପାଇଁ ପଂଚାୟତ ପିଛା ୨ଲକ୍ଷ , ୱାର୍ଡ ପିଛା ୩ ଲକ୍ଷ ଓ ପୌର ପାଳିକାରେ ୱାର୍ଡ ପିଛା ୫ ଲକ୍ଷ ଟଙ୍କା ବ୍ୟୟ କରା ଯାଇଥିଲା । ଏହା ସହିତ ଅନ୍ୟାନ୍ୟ ପ୍ରଚାର ପ୍ରସାର ବାବଦକୁ ମୋଟ ୧୩୫ କୋଟି ୮୮ ଲକ୍ଷ ଖର୍ଚ୍ଚ କରା ଯାଇଥିବାର ସୂଚନା ମିଳିଛି ।