ଖୋଲୁଛି ରହସ୍ୟ: ଭାଇ ସହ ମିଶି ନବଙ୍କୁ ହତ୍ୟାର ପ୍ରି-ପ୍ଲାନ୍‌ କରିଥିଲେ ଗୋପାଳ? ଗୁଳିକାଣ୍ଡ ପୂର୍ବରୁ ଦୁଇ ଭାଇ...

 

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି। ବ୍ରଜରାଜନଗର ଫାଣ୍ଡି ଅଧିକାରୀ ଥିବା ଏଏସଆଇ ଗୋପାଳ କୃଷ୍ଣ ଦାସ ହିଁ ଗୁଳି କରି ତାଙ୍କୁ ହତ୍ୟା କରିଛନ୍ତି। ଗୋପାଳଙ୍କ ମାନସିକ ସ୍ଥିତି ଭଲନଥିବା ହେତୁ ସେ ଏପରି କରିଥିବା ତାଙ୍କ ପରିବାର ଲୋକେ କହିଛନ୍ତି। କିନ୍ତୁ, ଏହି ହତ୍ୟାକାଣ୍ଡ ପଛରେ ଆହୁରି ଅନେକ ସସପେନ୍ସ ଲୁଚି ରହିଥିବା ସନ୍ଦେହ କରାଯାଉଛି।

ହତ୍ୟାକାଣ୍ଡରେ ଏକ ବଡ଼ ଷଡଯନ୍ତ୍ର ଲୁଚି ରହିଥିବା ସନ୍ଦେହ କରି ପୋଲିସ ଗୋପାଳଙ୍କ ପରିବାରକୁ ଜେରା କରିବା ସହିତ ତାଙ୍କ ବଡ଼ ଭାଇ ସତ୍ୟନାରାୟଣ ଦାସଙ୍କୁ ଉଠାଇ ନେଇଛି। ବ୍ରଜରାଜନଗରରେ ସତ୍ୟନାରାୟଣଙ୍କର ଏକ ହୋଟେଲ ରହିଥିବା ବେଳେ ହତ୍ୟାକାଣ୍ଡ ଦିନ ସକାଳୁ ସେହି ହୋଟେଲଟି ବନ୍ଦ ରହିଥିଲା ଯାହାକି ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ମିଳିଥିବା ସୂଚନା ଅନୁଯାଇ ଶନିବାର ଉକ୍ତ ହୋଟେଲଟି ଖୋଲା ରହିଥିବା ବେଳେ ହତ୍ୟାକାଣ୍ଡ ଦିନ ଅର୍ଥାତ ରବିବାର ଦିନ ଏହାକୁ ବନ୍ଦ ରଖାଯାଇଥିଲା। ଗୋପାଳ ଏହି ହୋଟେଲକୁ ଚଲାଉନଥିବା ବେଳେ ବେଳେ ବେଳେ ସାଙ୍ଗସାଥିଙ୍କ ସହିତ ସେଠାକୁ ଆସନ୍ତି ବୋଲି ଘର ମାଲିକ କହିଛନ୍ତି। ଘଟଣାଦିନ ସତ୍ୟନାରାୟଣ ଟ୍ରେନ ଯୋଗେ ବ୍ରହ୍ମପୁର ଯାଉଥିବା ବେଳେ ଏହି ଖବର ଶୁଣିବାକୁ ପାଇଥିଲେ। ଭାଇର ଏଭଳି କାଣ୍ଡ କାରନାମା ଶୁଣି ସେ ହତବାକ୍ ହୋଇଯାଇଥିବା କୁହାଯାଉଛି।