ଖୋର୍ଦ୍ଧାରେ ପ୍ରେମ ପୁରୀ ହୋଟେଲରେ ଶାରୀରିକ ସମ୍ପର୍କ ପରେ ରୁମ୍ ରେ ଯୁବତୀକୁ ଛାଡ଼ି ଫେରାର୍ ଝାଡ଼ଖଣ୍ଡ ପ୍ରେମିକ, ଜାଣନ୍ତୁ ପୁରା ଘଟଣା

 

ଖୋର୍ଦ୍ଧାରେ ପ୍ରେମ , ପୁରୀରେ ଶାରୀରିକ ସମ୍ପର୍କ ଆଉ ଏବେ ପ୍ରେମିକାକୁ ଛାଡ଼ି ଝାଡ଼ଖଣ୍ଡରେ ଲୁଚିଛି ପ୍ରେମିକ ! ଘଟଣାଟି ଆପଣଙ୍କୁ ଅଡୁଆ ଲାଗୁଥିବ ନିଶ୍ଚିତ । ହେଲେ ଏଭଳି ଏକ ଅଭିଯୋଗ ଦେଖିବାକୁ ମିଳିଛି ପୁରୀ ସମୁଦ୍ରକୂଳ ଥାନାରେ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

 Follow our WhatsApp channel and get all the Latest news

WhatsApp Channel (Join Now) Join Now

ସେଠାରେ ଏକ ଯୁବତୀ ଏଭଳି ଏକ ଅଭିଯୋଗ ଆଣି ନିଜ ପାଇଁ ନ୍ୟାୟ ଦାବି କରିଛନ୍ତି ଥାନା ଅଧିକାରୀଙ୍କ ପାଖରେ । ଯୁବତୀ ଜଣଙ୍କ ଅଭିଯୋଗ ଆଣିଥିବା ଯୁବକ ଜଣକଙ୍କ ନାମ ଦିପୁ କୁମାର (ରବି) ଓ ବୟସ ୨୮ ବର୍ଷ ବୋଲି ଜଣା ପଡିଛି ।

ରବି ଝାଡ଼ଖଣ୍ଡ ରାଜ୍ୟ ଗର୍ହ୍ୱା ଜିଲ୍ଲା ମଙ୍ଗରଦା ଗ୍ରାମର ବାସିନ୍ଦା ଅଟନ୍ତି । ଯୁବତୀ ଜଣଙ୍କ ଏପରିକି ଯୁବକ ଜଣଙ୍କ ଗ୍ରାମକୁ ଅର୍ଥାତ୍ ତାଙ୍କ ପ୍ରେମିକଙ୍କ ଗ୍ରାମକୁ ଯାଇ ସେଠାରେ ତାଙ୍କୁ ଖୋଜା ଖୋଜି କରିଥଲେ ।

ସୂଚନା ଅନୁସାରେ , ଦୁହେଁ ସାଙ୍ଗ ହୋଇ ଇଞ୍ଜିନିୟରିଂ କଲେଜରେ ପାଠ ପଢୁଥିଲେ । ସେଠାରେ ବନ୍ଧୁତା ଆରମ୍ଭ ହୋଇଥିଲା ଏବଂ ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଦୁହେଁ ପୁରୀର ଏକ ହୋଟେଲରେ ରହି ରାତି କଟାଇ ଥିଲେ । ହେଲେ ପରେ ରବି ହୋଟେଲରୁ ଫେରାର ହୋଇ ଯାଇଥିଲେ ।