ଘର ତିଆରି କରିବାକୁ ଆସିଥିଲା ରାଜମିସ୍ତ୍ରୀ, ମାଲିକର ଝିଅକୁ ନେଇ ହୋଇଗଲା ଫେରାର, ପୂରା ଘଟଣା ଜାଣି ହେବେ ତାଜୁବ୍

 

ରାଜମିସ୍ତ୍ରୀ ହୋଇ ଘର ତୋଳିବାକୁ ଆସିଥିଲା କିନ୍ତୁ, ଝିଅକୁ ଧରି ଫେରାର ହୋଇଗଲା ଏହି ଯୁବକ। ପ୍ରତିଦିନ ଅପହରଣ, ପରକିୟା ପ୍ରୀତି, ପ୍ରେମ ବିବାହ ଏବଂ ବିବାହ ବିଚ୍ଛେଦ ଭଳି ଖବର ଗୁଡିକ ସାମ୍ନାକୁ ଆସୁଛି। ଆଜିର ଘଟଣା କିଛି ନୂଆ ହୋଇନଥିଲେ ହେଁ ଏଥିରେ ଥିବା ନାଟକୀୟ ମୋଡ଼ ହେତୁ ଏହା ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ଝିଅଟି ମଧ୍ୟ ଉଚ୍ଚ ଶିକ୍ଷିତା ବୋଲି ଜଣାପଡିଛି।

ମିଳିଥିବା ଖବର ଅନୁଯାଇ ଝିଅଟି ବି.ଇ.ଡି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲା ତେଣୁ ସେ କିଛି କାଗଜପତ୍ର ଜେରକ୍ସ କରିବାକୁ ଯିବ ବୋଲି କହି ବଜ଼ାରକୁ ଯାଇଥିଲା। ଝିଅର ଆସିବାରେ ବିଳମ୍ବ ହେବାରୁ ଘର ଲୋକ ବିଚଳିତ ହୋଇ ପଡ଼ିଥିଲେ ଓ ସଙ୍ଗେ ସଙ୍ଗେ ଝିଅ ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ତେବେ ଦୁଇ ଦିନ ତାଙ୍କ ଝିଅକୁ କିଛି ଯୁବକ ସେହିଦିନ ବାଇକ୍ ଯୋଗେ ଜବରଦସ୍ତି ନେଇ ଯାଇଥିବା ପରିବାର ଲୋକେ ଶୁଣିବାକୁ ପାଇଥିଲେ। ଯାହାପରେ ପୋଲିସ ଏକ ଅପହରଣ ମାମଲା ରୁଜୁ କରି ଯୁବତୀଙ୍କୁ ଖୋଜିବାରେ ଲାଗିପଡ଼ିଥିଲା। 

ପୋଲିସ ଯୁବତୀଙ୍କୁ ଖୋଜିବାରେ ଲାଗିପଡିଥିବା ବେଳେ ଘଟଣାର ଦୁଇ ଦିନ ପରେ ଆଉ ଏକ ଟ୍ଵିଷ୍ଟ ଆସିଥିଲା। ଯୁବତୀ ଜଣକ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ନିଜେ ହିଁ ସେହି ଯୁବକଙ୍କ ସହିତ ଫେରାର ହୋଇଥିବା କହିଥିଲେ। ସେ ଉକ୍ତ ଯୁବକଙ୍କୁ ଭଲ ପାଉଥିବା ଏବଂ ତାଙ୍କ ସହିତ ହିଁ ରହିବେ ବୋଲି କହିଥିଲେ। ଏପରିକି ପୋଲିସ ପାଖରୁ ଅପହରଣ ମାମଲା ନ ଉଠାଇଲେ ସେ ଆତ୍ମହତ୍ୟା କରିବେ ବୋଲି ଝିଅଟି ଧମକ ଦେଇଥିଲା।

ଅନ୍ୟପକ୍ଷରେ, ଭିଡ଼ିଓରେ ଝିଅ ସହିତ ଥିବା ଯୁବକ ଜଣକ ତାଙ୍କ ଘରେ କାମ କରୁ ଥିବା ମିସ୍ତ୍ରୀ ବୋଲି ଜାଣିବା ପରେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ବହୁତ୍ ଖୋଜିବା ପରେ ପୋଲିସ ଯୁବତୀଙ୍କ ସନ୍ଧାନ ପାଇ ପୋଲିସ ସେମାନଙ୍କୁ ଧରି ଆଣିଥିଲେ ହେଁ ସେମାନେ କୋର୍ଟରେ ବିବାହ କରି ସାରିଥିବା ଜଣାପଡିଥିଲା। ଉଭୟେ ଝିଅ ଏବଂ ପୁଅ ସାବାଳକ ହୋଇଥିବାରୁ ପୋଲିସ ଏବଂ ପରିବାର ଲୋକେ କିଛି କରି ପାରିନଥିଲେ।