ଦୁର୍ଘଟଣାର ଦିନକ ପୂର୍ବରୁ କଟା ଯାଇଥିଲା ତେନ୍ତୁଳି ଗଛ! ଅତୃପ୍ତ ଆତ୍ମା ଘଟାଇଥିଲେ ଏଭଳି ଦୁର୍ଘଟଣା !

 

ଜୁନ୍ ୨ ତାରିଖର ସେହି କାଳ ରାତ୍ରୀ, ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ ରକ୍ତର ହୋଲି ଖେଳିଥିଲା ଲୌହ ଦାନବ। ସେହିଦିନ ରାତିରେ ଏଠାରେ ଏକ ଭୟାଭୟ ଟ୍ରେନ ଦୁର୍ଘଟଣାରେ ପ୍ରାୟ ୩୦୦ ଜଣ ଯାତ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ ହଜ଼ାରରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ତେବେ, ଏହି ଦୁର୍ଘଟଣାରୁ ଅନେକ ଯାତ୍ରୀ ଭଗବାନଙ୍କ କୃପାରୁ ବର୍ତ୍ତୀ ଯାଇଛନ୍ତି।

 ଦୁର୍ଘଟଣାରୁ ବର୍ତ୍ତୀ ଯାଇଥିବା ଜଣେ ବ୍ୟକ୍ତି ନିଜ ଅନୁଭୂତି ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପ୍ରଭୁ ଜଗନ୍ନାଥଙ୍କ କୃପାରୁ ସେ ମୃତ୍ୟୁମୁଖରୁ ବର୍ତ୍ତୀ ଯାଇଥିବା କହିଛନ୍ତି। ମନୁଷ୍ୟକୃତ ଭୁଲ୍ କିମ୍ବା ସିଗ୍ନାଲ୍ ଫେଲ୍ ହେବା କାରଣରୁ ଏଭଳି ଘଟିଥିବା କୁହାଯାଉଥିବା ବେଳେ ଏହା ପଛରେ ଅତୃପ୍ତ ଆତ୍ମା ମାନଙ୍କର ହାତ ରହିଥିବା ସ୍ଥାନୀୟ ଲୋକେ ବିଶ୍ୱାସ କରୁଛନ୍ତି।

ସେମାନଙ୍କ କହିବା ଅନୁଯାଇ ରେଳ ଧାରଣା କଡ଼ରେ କାହିଁ କେଉଁ ଅମଳରୁ ଏକ ତେନ୍ତୁଳି ଗଛ ରହିଥିଲା। ସେଠାରେ ଅନେକ ଅତୃପ୍ତ ଆତ୍ମା ବାସ କରୁଥିଲେ। ରାତି ହେଲେ ସତେ ଯେପରି ଗଛଟି ସମସ୍ତଙ୍କୁ ହାତ ଠାରି ନିଜ ଆଡକୁ ଡାକେ, ତେଣୁ ସନ୍ଧ୍ୟା ସମୟ ପରେ ସେଠାକୁ କେହି ଯିବାକୁ ସାହସ କରନ୍ତି ନାହିଁ।

<a href=https://youtube.com/embed/_QP5Q5c0sMo?autoplay=1&mute=1><img src=https://img.youtube.com/vi/_QP5Q5c0sMo/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">  

ଗୁରୁବାର ଦିନ ସେହି ତେନ୍ତୁଳି ଗଛଟିକୁ କାଟି ଦିଆଯାଇଥିଲା। ଗଛରେ ରହୁଥିବା ଅତୃପ୍ତ ଆତ୍ମାମାନେ ପ୍ରତିଶୋଧ ନେବା ପାଇଁ ଏଭଳି ଭୟଙ୍କର ଦୁର୍ଘଟଣା ଘଟାଇଥିବା ସ୍ଥାନୀୟ ବାସିନ୍ଧାମାନେ କହିଛନ୍ତି। ଏପରିକି ଦୁର୍ଘଟଣା ପରେ ମଧ୍ୟ ରାତି ହେଲେ ସେଠାରୁ ଲୋକମାନଙ୍କର ବିକଟାଳ ଚିତ୍କାର ଶୁଣିବାକୁ ମିଳୁଛି ବୋଲି କିଛି ଲୋକେ ମତ ଦେଇଛନ୍ତି। ତେବେ, ଆଜିର ବିଜ୍ଞାନ ଯୁଗରେ ଏଭଳି ଯୁକ୍ତି କେତେ ବିଶ୍ୱାସଯୋଗ୍ୟ ତାହା ଏକ ବଡ଼ ପ୍ରଶ୍ନ ଭାବରେ ଉଭା ହୋଇଛି।