ଚିନ୍ତାରେ ଓଡ଼ିଶା ବାସୀ! ଭୂକମ୍ପ ସହିତ ମାଡ଼ି ଆସିବ ସୁନାମୀ, ଟାର୍ଗେଟ ଜୋନ୍‌ରେ ଓଡ଼ିଶାର ଏହି ୭ ସହର

 

ନେପାଳ,ତୁର୍କି ଓ ସିରିଆ ପରି ସହର ଗୁଡ଼ିକରେ ଭୂମିକମ୍ପ ହେବାପରେ ଭାରତ ଏପରିକି ଆମ ରାଜ୍ୟ ଓଡ଼ିଶାରେ ଏହାକୁ ନେଇ ଛନକା ପସିଛି। ଓଡ଼ିଶା ଭୂକମ୍ପପ୍ରବଣ ରାଜ୍ୟ ହୋଇନଥିଲେ ହେଁ ବଙ୍ଗୋପସାଗର କୂଳରେ ହୋଇଥିବା ହେତୁ ଭୂକମ୍ପ ହେଲେ ଏଠାରେ ନିଶ୍ଚିତ ଭାବରେ ସୁନାମୀର ଭୟ ରହିଥାଏ।

୨୦୨୦ ମସିହାରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାଇ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ୱଲପୁର, ପୁରୀ, ବାଲେଶ୍ୱର ଓ ଭଦ୍ରକ ଭଳି ସହର ଭୂକମ୍ପ ଜୋନ୍ ୩ରେ ରହିଛି। ପୂର୍ବରୁ ମଧ୍ୟ ଏହି ସହର ଗୁଡିକରେ ଭୂକମ୍ପର ଝଟକା ପରିଲକ୍ଷିତ ହୋଇଛି। ଭୂତଳ ଜଳ ଉତ୍ତୋଳନ, ବଡ଼ ଅଟ୍ଟାଳିକା ନିର୍ମାଣ, ଖଣି ଉତ୍ତୋଳନ କରାଯିବା ପରେ ତାହାକୁ ବାଲି ଭର୍ତ୍ତି କରା ନ ଯିବା ଯୋଗୁଁ ରାଜ୍ୟ ଏହି ଆଶଙ୍କା ଆହୁରି ବଢ଼଼ି ଚାଲିଛି ବୋଲି ଭୂତତ୍ୱବିତମାନେ ମତ ଦେଇଛନ୍ତି।

କେବଳ ଯେ ଏହି ୭ଟି ସହର ତାହା ନୁହେଁ ତାଳଚେର ଭଳି ସହର ଗୁଡ଼ିକରେ ମଧ୍ୟ ଭୂସ୍ଖଳନ ଭଳି ସମସ୍ୟା ସୃଷ୍ଟି ହୋଇପାରେ। ଏଠାରେ ଖନନ ହେବାପରେ ଏହାକୁ ପୋତା ଯାଉନଥିବା ହେତୁ ଏପରି ପରିସ୍ଥିତି ସୃଷ୍ଟି ହୋଇପାରେ। ୨୦୧୪ ମେ ମାସ ୨୧ ତାରିଖରେ ଓଡ଼ିଶାକୁ ବଡ଼ ଭୂକମ୍ପ ଝଟକା ପଡ଼ିଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ବଙ୍ଗୋପସାଗର ହୋଇଥିବାରୁ ରାଜ୍ୟ ପାଇଁ ସୁନାମୀ ଭୟ ମଧ୍ୟ ସୃଷ୍ଟି ହୋଇଥିଲା। ତେଣୁ ଏଥିନେଇ ସରକାର ପ୍ରସ୍ତୁତ ରହିବା ସହିତ ଭୂକମ୍ପ ଏବଂ ସୁନାମୀ ସହିତ ଲଢ଼ିବା ପାଇଁ ଉଚିତ୍ ପଦକ୍ଷେପ ଗ୍ରହଣ କରିବା ଉଚିତ।