ନକଲି ଯବାନ ସାଜି ଅସଲି ଅଫିସରଙ୍କ ପାଖରେ ବସିଥିଲେ, ମାଡିବସିଲା ପୋଲିସ, ଜାଣନ୍ତୁ ପୁରା ଘଟଣା

 

ଆଜ୍ଞା ହଁ କଥାଟି ଅଡ଼ୁଆ ଲାଗୁଥିଲେ ମଧ୍ୟ ସତ୍ୟ। ଘଟଣାଟି ପୁରୀ ଜିଲ୍ଲାର । ପୋଲିସ ପ୍ରଶାସନ , ସୁରକ୍ଷା ବ୍ୟବସ୍ଥାକୁ ଭେଦି ନକଲି ଯବାନ ଜଣକ ଘଟଣାସ୍ଥଳରେ ବିତାଇଥିଲେ ଘଣ୍ଟା ଘଣ୍ଟା ସମୟ। ବେଶଭୂଷା କୌଣସିଥିରେ କମି ନଥିଲା।ସାଧାରଣ ବ୍ୟକ୍ତିଙ୍କ କଥା ଛାଡ଼ନ୍ତୁ ପାଖରେ ବସିଥିବା NCC ଅଧିକାରୀ ମଧ୍ବହୁ ସମୟ ଧରି ଜାଣିପାରିନଥିଲେ ଏହି ନକଲି ଯବାନ ଜଣଙ୍କୁ, ମାତ୍ର ସତ୍ୟ କେତେ ସମୟ ପର୍ଯ୍ୟନ୍ତ ବା ଲୁଚିରହିବ। ସନ୍ଦେହ ଉପୁଜିବା ମାତ୍ରେ ତାଙ୍କୁ ଧରିଥିଲେ ପୋଲିସ ଅଧିକାରୀ। 

ଏହି ଘଟଣା ପଛରେ ଅନେକ ପ୍ରଶ୍ନ! ସେ କେଉଁଠୁ ଆଣିଲେ ଏତେ ନିଖୁଣ ଡ୍ରେସ? ଉଦ୍ଦେଶ୍ୟ ତାଙ୍କର କିଛି ମନ୍ଦ ନଥିଲା ତ? ଆମ ସୁରକ୍ଷା ବ୍ୟବସ୍ଥା କେତେ ବାସ୍ତବ?

 ପୋଲିସ ଦ୍ବାରା ଅଟକ ନକଲି ଯବାନ ପୁରୀ ଜିଲ୍ଲାର କୁମ୍ଭାରପଡ଼ା ଅଞ୍ଚଳର ସୁନୀଲ କୁମାର ବୋଲି ଜଣା ପଡିଛି ।ପୁରୀ ଅତିରିକ୍ତ ଏସପି ସୁଶୀଲ କୁମାର କହିଛନ୍ତି ସ୍ୱାଧିନତା ଦିବସ ଅବସରରେ କାଳବଣିଆ ଇଣ୍ଡର ଷ୍ଟାଡିୟମରେ ସେ ପ୍ରବେଶ କରିଥିଲେ ଯବାନ ବେଶରେ। ଗଣମାଧ୍ୟମ ଉଦ୍ଦିଷ୍ଟ ଟେଣ୍ଡରେ ସୁନୀଲ ଆର୍ମୀ ଅଧିକାରୀଙ୍କ ପୋଷାକ ପିନ୍ଧି ବସି ରହିଥିଲେ ଓ ମୁହଁରେ ବାନ୍ଧିଥିଲେ କପଡା। ସନ୍ଦେହ ହେବାରୁ  ତାଙ୍କୁ ପୋଲିସକୁ ହସ୍ତାନ୍ତର କରାଯାଇଛି ।

ଗଣମାଧ୍ୟମ ପାଇଁ ଉଦ୍ଧିଷ୍ଟ ଟେଣ୍ଟରେ ସେ ମୁହଁରେ କପଡ଼ା ବାନ୍ଧି ଏନସିସି ଅଧିକାରୀଙ୍କ ପାଖରେ ବସି ରହିଥିଲେ। ଏନେଇ ସୁନୀଲଙ୍କ ଉପରେ ପୋଲିସର ସନ୍ଦେହ ହୋଇଥିଲା। ପରେ ପଚରାଉଚରା କରିବାପରେ ସୁନୀଲ ନକଲି ଯବାନ ବୋଲି ଜଣାପଡ଼ିଥିଲା। ପୁଲିସ ସୁନୀଲଙ୍କୁ ଅଟକ ରଖି ପଚରାଉଚରା କରୁଛି।

ତେବେ ସୁନୀଲ କେଉଁ ଉଦ୍ଦେଶ୍ୟ ନେଇ ପଡିଆକୁ ଆସିଥିଲେ, ସୁରକ୍ଷା ବ୍ୟବସ୍ଥା ଏତେ କଡ଼ାକଡ଼ିଥିବା ସ୍ୱତ୍ତେ କିପରି ଷ୍ଟାଡିୟମ ଭିତରକୁ ପ୍ରବେଶ କଲେ ଏନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।