ଦେଖନ୍ତୁ ଭିଡିଓ: ଆମେ ଦୀପାବଳି ଆଉ ପାଳିବୁ ନାହିଁ..ଆମ ସୁଖ ସବୁ ସରିଗଲା, ଏମିତି କହି କାନ୍ଦୁଛନ୍ତି ଦୁଇ ଝିଅ

 

ଦୀପାବଳିର ଖୁସିର ମାହୋଲ୍ ରେ ଅନାଥ ହୋଇ ଯାଇଛନ୍ତି ୨ ଝିଅ । ସବୁ ଦିନ ପାଇଁ ହରେଇ ବସିଛନ୍ତି ନିଜ ବାପା ମାଙ୍କୁ। ଦୀପାବଳି ଭଳି ଆଲୋକର ଉତ୍ସବ ତାଙ୍କ ଜୀବନରେ ଆଣି ଦେଇଛି ଘୋର ଅନ୍ଧକାର । କାହାକୁ କହିବେ ସେ ଏକ ଦାରୁଣ ଦୁଃଖ । କିଏ ଆଉ ପୋଛିଦେବ ତାଙ୍କ ଆଖିର ଲୁହ । 

ଭଗବାନ ବି କାହା ସହିତ କେମିତି କା ଖେଳ ଖେଳନ୍ତି ସେ କଥା ସେ ହିଁ ଜାଣନ୍ତି । ଏଭଳି ଏକ ଦାରୁଣ ଦୁଃଖ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ବ୍ଲକ ଅନ୍ତର୍ଗତ ବେଳାପଡିଆ ଗାଁରେ । ସେହି ଗାଆଁର ଏକ ପରିବାରରେ ଖେଳି ଯାଇଛି ଦୁଃଖର ଛାୟା । 

ସେହି ପରିବାରରେ ରହୁଥିଲେ ୪ ଜଣ ସଦସ୍ୟ । ସ୍ଵାମୀ , ସ୍ତ୍ରୀ ଓ ତାଙ୍କର ୨ଝିଅ । ସ୍ଵାମୀ ଗୋକୁଳ ଓ ସ୍ତ୍ରୀଙ୍କ ନାମ ଆନନ୍ଦିତା । ଗୋଟିଏ ଝିଅର ବୟସ ୧୩ ବର୍ଷ ହୋଇଥିବା ବେଳେ ଅନ୍ୟ ଏକ ଝିଅର ବୟସ ୭ ବର୍ଷ । 

ଦୀପାବଳି ପାଇଁ ବାଣ କିଣିବା ପାଇଁ ବାପାଙ୍କ ସହ ଦୋକାନ ଯାଇଥାଏ ସାନ ଝିଅ । ବାଣ କିଣିକି ଆଣିଥିଲେ । ରାତିରେ ଦୀପାବଳି ମନେଇ ଥାନ୍ତେ । ମନରେ କେତେ ଖୁସି ଥିଲା ତାଙ୍କର । ହେଲେ ବାଣ କିଣି ଘରକୁ ଫେରିବା ବାଟରେ ସରିଗଲା ସବୁ କିଛି । ଗୋକୁଳଙ୍କ ଗାଡ଼ି ସହ ଧକ୍କା ହୋଇଥିଲା ଅନ୍ୟ ଏକ ଗାଡ଼ି । ଯେଉଁଥିରେ ମୃତ୍ୟୁ ବରଣ କରିଥିଲେ ଗୋକୁଳ । ଯାହାର ଖବର ଶୁଣି ଧର୍ଯ୍ୟହରା ହୋଇ ପଡ଼ିଥିଲେ ତାଙ୍କ ସ୍ତ୍ରୀ ଆନନ୍ଦିତା ।

<a href=https://youtube.com/embed/wNkxY21hyPM?autoplay=1&mute=1><img src=https://img.youtube.com/vi/wNkxY21hyPM/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ସ୍ଵାମୀଙ୍କ ମୃତ୍ୟୁ ଖବରରେ ପୁରା ପୁରି ଭାଙ୍ଗି ଯାଇଥିଲେ ଆନନ୍ଦୀତା । ଏତେ ବଡ଼ ଦୁଃଖ ହୁଏ ତ ସେ ସହି ପାରିଲେ ନାହିଁ । ମଧ୍ୟ ରାତ୍ରି ପ୍ରାୟ ୧୨ଟା ରୁ ୧ ଟା ଭିତରେ ସେ ମଧ୍ୟ ନିଜ ଜୀବନ ହାରି ଦେଇଥିଲେ । ଯାହା ପରେ ଏତେ ବଡ଼ ଦୁନିଆରେ ଏବେ ସମ୍ପୂର୍ଣ ଏକା ହୋଇ ଯାଇଛନ୍ତି ୨ ଝିଅ ।