ବିଜେଡ଼ିରୁ ବହିସ୍କାର ପରେ ସୌମ୍ୟ ନେଲେ ବଡ଼ ନିଷ୍ପତ୍ତି! ଅମିତ୍ ଶାହାଙ୍କୁ ଭେଟିଲେ, ମିଶିବେ ବିଜେପିରେ? ଜାଣନ୍ତୁ ପୁରା ଖବର

 

ବିଜେପିରେ ମିଶିବାର ରହିଛି କି ଯୋଜନା ? କାରଣ ଟିକିଏ ମୁହଁ ଖୋଲିବାରୁ ବିଜେଡ଼ି ଯେଉଁ ଶତ୍ରୁ ପରି ବ୍ୟବହାର କରିଛି ତାହା ନା ଏବେ ସହି ହେଉଛି ନା କହି ହେଉଛି। ଆପଣ ମାନେ ହୁଏ ତ ଜାଣି ସାରିବେଣି ଯେ ଆମେ ବିଜେଡିରୁ ବହିଷ୍କୃତ ପୂର୍ବତନ ବିଜେଡି ସଭାପତି ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ କଥା କହୁଛୁ। ସୌମ୍ୟ ଏବେ ଅମିତ୍ ଶାହାଙ୍କୁ ଭେଟିବା ନେଇ କଥା ଏବେ ଖୁବ୍ ଚର୍ଚ୍ଚାରେ। ଏହି ଚର୍ଚ୍ଚାରେ ଖୋରାକ ଯୋଗାଇଛି ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ରଙ୍କ ମନ୍ତବ୍ୟ।

ଜୟ ନାରାୟଣ କହିଛନ୍ତି ଯେ ମୁଁ ଶୁଣିଛି ସୌମ୍ୟ ଅମିତ୍ ଶାହାଙ୍କୁ ଭେଟିବାକୁ ଯାଇଥିଲେ। ଜୟ ନାରାୟଣଙ୍କ ଏପରି ମନ୍ତବ୍ୟ ପରେ ଏବେ ମାହୋଲ ପୁରା ସରଗରମ୍। ସମସ୍ତଙ୍କର ନଜର ଏବେ ସୌମ୍ୟଙ୍କ ଉପରେ। ବିଜେପିରେ ମିଶିବା ନେଇ ସୌମ୍ୟଙ୍କର ପ୍ରଥମ ପଦକ୍ଷେପ ନୁହେଁ ତ।

ଏ ନେଇ ପ୍ରଶ୍ନ ବାଢିଛନ୍ତି ଲୋକେ। ଜୟ ନାରାୟଣ ଆହୁରି ମଧ୍ୟ କହିଛନ୍ତି ବର୍ତ୍ତମାନ ଓଡ଼ିଶାରେ ଯାହା ଚାଲିଛି ସେ ନେଇ ସୌମ୍ୟ ଅମିତ୍ ଶାହାଙ୍କୁ ଅବଗତ କରାଇଛନ୍ତି। ଏବଂ କେବଳ ସୌମ୍ୟ କାହିଁକି ଜଣେ ସାଧାରଣ ଲୋକ ବି ଅମିତ୍ ଶାହାଙ୍କୁ ଭେଟି ପାରିବେ।

ଅନ୍ୟ ପଟେ ଦେଖିବାକୁ ଗଲେ ସୌମ୍ୟଙ୍କ ଉପରେ ବିଜେଡିର ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ବିରୋଧୀ ଦଳ ପାଇଁ ଏକ ଭଲ ସୁଯୋଗ ସୃଷ୍ଟି କରିଛି। ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ଯଦି ସୌମ୍ୟ ମୁହଁ ଖୋଲାନ୍ତି ତେବେ ଏହା ବିଜେଡ଼ି ରାଜନୀତି ମୂଳଦୁଆକୁ ହଲେଇ ଦେଇପାରେ ବୋଲି କୁହାଯାଉଛି।

କେବଳ ବିଜେପି କାହିଁକି କଂଗ୍ରେସର ବି ପୁରା ସମର୍ଥନ ରହିଛି ସୌମ୍ୟଙ୍କୁ। ଏବେ କେବଳ ଦେଖିବା ବାକି ରହିଛି କେଉଁ ପାଣି କୁଆଡେ ଯାଉଛି। ଅର୍ଥାତ୍ ସୌମ୍ୟ କେଉଁ ଦଳର ସଭ୍ୟ ଭାବେ ନିଜକୁ ଚୟନ କରୁଛନ୍ତି।