ଦେଖନ୍ତୁ ଭିଡିଓ: ପ୍ରଥମ ଥର ପାଇଁ ରାଣୀ ପଣ୍ଡାଙ୍କ ମଙ୍ଗଳ କାମନା କରି ଜଗନ୍ନାଥଙ୍କୁ ଡାକିଲେ ଖଳନାୟକ ଦୈତାରୀ ପଣ୍ଡା

 

ଭୁଲ ମାଗିଲେ ଯାତ୍ରା ଟାଇଗର ଦୈତାରୀ ପଣ୍ଡା । ପ୍ରଥମେ ସିଂହଦ୍ବାର ଥାନା ଯିବାପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ମାଗିଲେ କ୍ଷମା । କହିଲେ ଭାବାବେଗରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଜଗନ୍ନାଥଙ୍କ ସହ କରିଥିଲି ତୁଳନା । ଏଭଳି ମନ୍ତବ୍ୟ ପାଇଁ କରୁଛି ପଶ୍ଚାତାପ । ଏମିତି ମନ୍ତବ୍ୟ ଆଉ କେହି ନଦେବାକୁ ଦେଲେ ପରାମର୍ଶ । ଏହାଛଡା ସେ ରାଣୀ ପଣ୍ଡାଙ୍କ ମଙ୍ଗଳ କାମନା କରିଛନ୍ତି।

ସବୁଆଡୁ ବିରୋଧର ସ୍ୱର ତେଜିବା ପରେ ଶେଷରେ ଶ୍ରୀମନ୍ଦିର ଆସି ନିଜେ ଦେଇଥିବା ଏଭଳି ମନ୍ତବ୍ୟ ପାଇଁ ପଶ୍ଚାତାପ କରିଥିବା କହିଥିଲେ ଦୈତାରୀ ପଣ୍ଡା । ତେବେ ଭାବପ୍ରବଣତା ହୋଇ ସେ ଏଭଳି ମନ୍ତବ୍ୟ ଦେଇଥିବା ପ୍ରକାଶ କରିଥିଲେ ।

ସେ ଆହୁରି କହିଛନ୍ତି ଯେ, ମଣିଷ ମାତ୍ରକେ ଭୁଲ ହୋଇଥାଏ। ମଣିଷ ଅନେକ ସମୟରେ ବେଳେବେଳେ କିଛି ଭୁଲ କରିି ପକାଇଥାଏ। ସେ ମଧ୍ୟ ଭୁଲ୍‌ କରିଦେଇଛନ୍ତି। ସେ ଭାବପ୍ରବଣ ହୋଇ ଏଭଳି ମନ୍ତବ୍ୟ ଦେଇଥିଲେ। ଏହା ଅଗଣିତ ଦର୍ଶକଙ୍କ ମନକୁ ଦୁଃଖ ଦେବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅପମାନିତ କରିଥିବା ଚର୍ଚ୍ଚାକୁ ଆସିଥିଲା। ତେଣୁ ଏପରି ଅପରାଧ ପାଇଁ ମହାପ୍ରଭୁଙ୍କ ସମେତ ସମସ୍ତ ସାଢ଼େ ଚାରିକୋଟି ଓଡ଼ିଆଙ୍କ ନିକଟରେ ସବିନୟ କ୍ଷମା ପ୍ରାର୍ଥନା କରୁଛି। 

<a href=https://youtube.com/embed/6r8qsJDmkYE?autoplay=1&mute=1><img src=https://img.youtube.com/vi/6r8qsJDmkYE/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ସୋସିଆଲ ମିଡିଆରେ ପଣ୍ଡାଙ୍କ ବିରୋଧରେ ମନ୍ତବ୍ୟ ଦେବା ସମ୍ପର୍କରେ ମଧ୍ୟ ସେ ପ୍ରତିକ୍ରିୟା ରଖିଛନ୍ତି। ପଣ୍ଡା କହିଛନ୍ତି, ପ୍ରତିଦିନ ରାଣୀ ପଣ୍ଡା ସୋସିଆଲ ମିଡିଆରେ ତାଙ୍କୁ ଗାଳିଗୁଲଜ କରୁଛନ୍ତି। ତେବେ ସେ ଜଣେ କଳାକାର ଏବଂ ମୁଁ ମଧ୍ୟ କଳାକାର। ତେଣୁ ମହାପ୍ରଭୁ ତାଙ୍କର ମଙ୍ଗଳ କରନ୍ତୁ ବୋଲି ସେ କାମନା କରିଥିବା ପଣ୍ଡା କହିଛନ୍ତି।