ଭୀଷଣ ନୁହେଁ ଅତି ଭୀଷଣ ହେବ ବାତ୍ୟା, ଶ୍ରୀମନ୍ଦିର ଉପରେ ଦେଖାଗଲା ଆଶ୍ଚର୍ଯ୍ୟକର ଦୃଶ୍ୟ, ଜାଣନ୍ତୁ ପୁରା ଖବର

 

ବାତ୍ୟା ଦାନା ସ୍ଥଳଭାଗ ମୁହାଁ ହେଉଥିବା ବେଳେ ସମସ୍ତଙ୍କ ଭିତରେ ଛନକା ଦେଖାଯାଇଛି । ଲ୍ୟାଣ୍ଡଫଲକୁ ନେଇ ପ୍ରଶାସନ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି । ଅଶାନ୍ତ ହେଲାଣି ସମୁଦ୍ର... ଘୋଟି ଆସିଲାଣି କଳାହାଣ୍ଡିଆ ମେଘ... ଆରମ୍ଭ ହୋଇଗଲାଣି ତୁହାକୁ ତୁହା ବର୍ଷା...। ଧାମରାରୁ ଭିତରକନିକା... ତଳଚୁଆ, ପେଣ୍ଠ ଓ ବତିଘର । ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ଏହିସବୁ ଅଞ୍ଚଳରେ ଆଜିଠୁ ଡରାଇଲାଣି ବାତ୍ୟାର ପୂର୍ବାଭାସ ।

ତେବେ ଏହାରି ଭିତରେ ପୁରୀ ଜଗନ୍ନାଥ ମନ୍ଦିର ଉପରେ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ଉପରେ ଶହ ଶହ ପକ୍ଷୀ ଉଡୁଥିବାର ଦେଖିବାକୁ ମିଳିଛି। ରାତିରେ ଶ୍ରୀମନ୍ଦିର ଉପରେ ଏତେ ସଂଖ୍ୟକ ପକ୍ଷୀ ଶ୍ରୀମନ୍ଦିର ଉପରେ ଦେଖି ପର୍ଯ୍ୟଟକଙ୍କ ଠାରୁ ସାଧାରଣ ଲୋକ ତାଜୁବ ହୋଇ ଯାଇଛନ୍ତି। ଶହଶହ ପକ୍ଷୀ ପତିତପାବନ ବାନା ଚାରିପାଖେ ଗୋଲେଇ ହୋଇ ବୁଲୁଥିବାର ଦେଖାଯାଇଛି। ସମୁଦ୍ରରେ ବାତ୍ୟା ଯୋଗୁ ପକ୍ଷୀ ମାନେ ଦିଗ ପରିବର୍ତ୍ତନ କରିଥିବା ଅନେକେ ଅନୁମାନ କରୁଛନ୍ତି।

ତେବେ ସମସ୍ତ ଜାଣନ୍ତି ବିପଦ ଆସିଲେ ଶ୍ରୀମନ୍ଦିର ଉପରେ ପକ୍ଷୀ ଉଡନ୍ତି । ବର୍ତ୍ତମାନ ଏହି ଦୃଶ୍ୟକୁ ଦେଖି ଏହା କେଉଁ ପ୍ରକାର ସଙ୍କେତ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କଥାଟି ଶୁଣିବା ପାଇଁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସମ୍ପୁର୍ଣ୍ଣ ସତ୍ୟ ।

ଅନ୍ଧକାର ରାତିର ଏହି ଦୃଶ୍ୟକୁ ନେଇ ଅନେକ ଚର୍ଚ୍ଚା ହେଉଛି । କେହି ବାତ୍ୟା ତାଣ୍ଡବ ରଚିବ ବୋଲି କହୁଥିବା ବେଳେ ଅନ୍ୟ କିଛି ଜଣ ପକ୍ଷାମାନେ ଆଗୁଆ ସତର୍କ କରାଇଛନ୍ତି ବୋଲି କହିଛନ୍ତି । ତେବେ କିଛି ସମୟ ଧରି ଶ୍ରୀମନ୍ଦିର ଉପରେ ପକ୍ଷୀମାନେ ଚକ୍କର କାଟୁଥିବା ବେଳେ ଭକ୍ତମାନେ ମଧ୍ୟ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ମଙ୍ଗଳବାର ରାତିରେ ମାଳମାଳ ହୋଇ ପକ୍ଷୀମାନେ ଉଡିବାକୁ ଲାଗିଲେ । ଚର୍ଚ୍ଚା ହେଉଛି ଯେ, କାଳିଆ ସାଆନ୍ତ ରାଜ୍ୟବାସୀଙ୍କୁ ଜଣାଇଦେବାକୁ ଚାହାନ୍ତି ଯେ, ବିପଦ ଆସିଛି ।

ଶ୍ରୀମନ୍ଦିର ଉପରେ ଶହ ଶହ ପକ୍ଷୀ ଉଡୁଥିବାର ଦେଖିବାକୁ ମିଳିଛି। ରାତିରେ ଶ୍ରୀମନ୍ଦିର ଉପରେ ଏତେ ସଂଖ୍ୟକ ପକ୍ଷୀ ଶ୍ରୀମନ୍ଦିର ଉପରେ ଦେଖି ପର୍ଯ୍ୟଟକଙ୍କ ଠାରୁ ସାଧାରଣ ଲୋକ ତାଜୁବ ହୋଇ ଯାଇଛନ୍ତି। ଶହଶହ ପକ୍ଷୀ ପତିତପାବନ ବାନା ଚାରିପାଖେ ଗୋଲେଇ ହୋଇ ବୁଲୁଥିବାର ଦେଖାଯାଇଛି। ସମୁଦ୍ରରେ ବାତ୍ୟା ଯୋଗୁ ପକ୍ଷୀ ମାନେ ଦିଗ ପରିବର୍ତ୍ତନ କରିଥିବା ଅନେକେ ଅନୁମାନ କରୁଛନ୍ତି।