କଟକରେ ପ୍ରେମୀ ଯୁଗଳଙ୍କ ହାଇଡ୍ରାମା, ଯୁବକଙ୍କ ସାର୍ଟ କଲାର ଧରି ନିର୍ଦ୍ଧୁମ୍‌ ପିଟିଲେ ଯୁବତୀ, କହିଲେ ମତେ ଇଏ...

 

ବିଚ୍ ରାସ୍ତାରେ ହାତାହାତି ହେଲେ ହେଲେ ପ୍ରେମୀଯୁଗଳ। ଦିନେ ବାହା ହେବେ ବୋଲି ଯାହା ହାତ ଧରି ଆସିଥିଲେ ତାକୁ ସର୍ବସମ୍ମୁଖରେ ପିଟୁଥିବାର ଦେଖିବାକୁ ମିଳିଥିଲା। ଘଟଣାଟି କଟକ ସହର କନିକା ଛକରେ ଦେଖିବାକୁ ମିଳିଥିଲା। ରାସ୍ତା ମଝିରେ ଉଭୟଙ୍କ ମଧ୍ୟରେ ହୋଇଥିବା ଏହି ମାରପିଟ ସ୍ଥାନୀୟ ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରିଥିଲା।

କନିକା ଛକ ପାଖରେ ଦିନ ଦ୍ୱିପହରେ ଜଣେ ଯୁବତୀ ଓ ଯୁବକଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ଏହି ସମୟରେ ମୋ ସହ ସମ୍ପର୍କ ରଖି ମୋ ଜୀବନକୁ ନଷ୍ଟ କରିଦେଲା ବୋଲି ଯୁବତୀ ଚିତ୍କାର କରିବା ସହ ପ୍ରେମିକ ତଥା ଯୁବକଙ୍କ କଲାର ଧରି ନିର୍ଦ୍ଧୁମ୍‌ ପିଟିଥିଲେ। ସେଠାରେ ଉପସ୍ଥିତ ଥିବା କିଛି ସ୍ଥାନୀୟ ଲୋକେ ତାଙ୍କ ଜଗଡ଼ାରେ ହସ୍ତକ୍ଷେପ କରି ବୁଝାଇବାକୁ ଚେଷ୍ଟା କରିଥିଲେ ହେଁ ସଫଳ ହୋଇନଥିଲେ। ଶେଷରେ ପୋଲିସକୁ ଡାକିବାକୁ ପଡିଥିଲା।

ଖବର ପାଇଁ ଲାଲବାଗ ଥାନା ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଉଭୟ ଯୁବକ ଏବଂ ଯୁବତୀଙ୍କୁ ଥାନାକୁ ନେଇଆସିଥିଲା। ସେଠାରେ ଉଭୟ ବିହାରର ବସିନ୍ଧା ବୋଲି ଜଣାପଡିଥିଲା। ଯୁବତୀ ଜଣକ ଯୁବକଙ୍କୁ ଭଲ ପାଇ ଘର ଛାଡ଼ି ପଳାଇ ଆସିଥିଲେ। ସେମାନେ ବେସ୍ କିଛି ଦିନ ହେବ ପ୍ରେମ ବିବାହ କରି ତୁଳସୀପୁର ଅଞ୍ଚଳରେ ରହି ଆସୁଥିଲେ। ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ କଳହ ହୋଇଥିବା ବେଳେ ବୁଧବାର ଅପରାହ୍ନରେ ତାହା ଉଗ୍ର ରୂପ ନେଇଥିଲା। ପୋଲିସ ସେମାନଙ୍କୁ ଅଟକ ରଖିଥିଲେ ହେଁ ଆପୋଷ ବୁଝାମଣା ପରେ ଛାଡ଼ି ଦେଇଥିବା ସୂଚନା ମିଳିଛି।