ଏମିତି ବି ଆସେ ମୃତ୍ୟୁ! ଚଉଠି ଦିନ ଆଖି ବୁଜିଲେ ନବଦମ୍ପତ୍ତି, ପୂରା ଘଟଣା ଜାଣି ହେବେ ଦୁଃଖିତ

 

ବାହାଘରକୁ ମାତ୍ର ୪ ଦିନ ହୋଇଥିଲା, ଚତୁର୍ଥୀ ଦିନ ହିଁ ଚାଲିଗଲା ନବ ବିବାହିତ ଦମ୍ପତ୍ତିଙ୍କ ଜୀବନ। ବ୍ରହ୍ମପୁର ଗୋଳଥାନା ଥାନା ଅଞ୍ଚଳରେ ହୋଇଥିବା ଏକ ସଡ଼କ ଦୁର୍ଘଟଣାରେ ଏଭଳି ଘଟଣା ଘଟିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଘରେ ସମ୍ପର୍କୀୟ ଏବଂ କୁଣିଆମାନଙ୍କ ଭିଡ଼ ଲାଗିଥିବା ବେଳେ ଏହି ଘଟଣା ସମସ୍ତଙ୍କ ହୋସ୍ ଉଡାଇ ଦେଇଛି।

ମିଳିଥିବା ସୂଚନା ଅନୁଯାଇ ବ୍ରହ୍ମପୁରର ସିଏଚ.ପ୍ରବଣିକା ଓ ଇଚ୍ଛାପୁରର ଜି.ବେଣୁ ଗତ ୧୦ ତାରିଖରେ ବିବାହ କରିଥିଲେ। ସବୁ କିଛି ସୁରୁଖୁରୁରେ ଚାଲିଥିବା ବେଳେ ସାତ ଜନମ ପାଇଁ ସାଥି ହୋଇ ରହିବାକୁ ଉଭୟେ ଶପଥ ନେଇଥିଲେ। କିନ୍ତୁ, ମଣିଷ ଯାହା ଚାହେଁ ତାହା ସବୁବେଳେ ସାକାର ହୁଏନାହିଁ।

<a href=https://youtube.com/embed/ycu4-UoX__E?autoplay=1&mute=1><img src=https://img.youtube.com/vi/ycu4-UoX__E/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">  ୧୪ ତାରିଖ ଦିନ ସକାଳୁ ଏହି ନବଦମ୍ପତ୍ତି ମୋଟର ସାଇକେଲ ଧରି ବୁଲିବାକୁ ବାହାରିଥିଲେ। ତେବେ, ଗୋଳନ୍ଥରା ଥାନା ସମ୍ମୁଖରେ ଥିବା ବୁଲାଣିରେ ଅପରପାର୍ଶ୍ବରୁ ଆସୁଥିବା ଏକ ଟ୍ରାକ୍ଟର  ବେଣୁଙ୍କ ବାଇକକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଉଭୟଙ୍କର ଜୀବନ ଚାଲିଯାଇଥିଲା। ଉଭୟେ ସୁନାର ସଂସାର ଗଢିବାକୁ ଚାହୁଁଥିବା ବେଳେ ନିମିଶକ ମଧ୍ୟରେ ସବୁ ଭାଙ୍ଗି ଯାଇଥିଲା। ଦୁର୍ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର ସେଠାରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।